Advertisment

'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ବିଲକୁ କ୍ୟାବିନେଟ ମଞ୍ଜୁରୀ

ଏହି ବିଲ୍ ସଂସଦରେ ଚଳିତ ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହୋଇପାରେ। ସଂସଦରେ ପାରିତ ହେଲେ ୨୦୨୯ରେ ସାରା ଦେଶରେ ଏକା ସାଙ୍ଗରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ।

author-image
Debadatta Aryashrestha
Representational Image

Representational Image

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ (One Nation-One Election) ପ୍ରସ୍ତୁତିରେ ଆଉ ପାଦେ ଆଗେଇଲେ କେନ୍ଦ୍ର ସରକାର। ଆଜି(ଗୁରୁବାର) କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ଏହାପରେ ଏହି ବିଲ୍ ସଂସଦରେ ଚଳିତ ଶୀତକାଳୀନ ଅଧିବେଶନରେ ଉପସ୍ଥାପିତ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଏହା ପୂର୍ବରୁ ଚଳିତବର୍ଷ ସେପ୍ଟେମ୍ବର ୧୮ ତାରିଖରେ ମୋଦି କ୍ୟାବିନେଟ୍ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପ୍ରସ୍ତାବକୁ ଅନୁମୋଦନ କରିଥିଲା। ବିଗତ କିଛି ମାସ ହେଲା ଏହି ଯୋଜନାର ସଫଳ ରୂପାୟନ ପାଇଁ ମୋଦି ସରକାର ଜୋର ଦେଉଛନ୍ତି। ବର୍ତ୍ତମାନର ନିର୍ବାଚନ ବ୍ୟବସ୍ଥାରେ ଅତ୍ୟଧିକ ​​ଅର୍ଥ ଏବଂ ସମୟ ନଷ୍ଟ ହେଉଛି ବୋଲି ସରକାର ଯୁକ୍ତି ରଖିଛନ୍ତି। ତେଣୁ ଏକା ସାଙ୍ଗରେ ସାରା ଦେଶରେ ନିର୍ବାଚନ ହୋଇପାରିଲେ ଅର୍ଥ ଓ ମାନବସମ୍ବଳର ଖର୍ଚ୍ଚ କମ ହୋଇପାରିବ।

'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ'କୁ ବାସ୍ତବ ରୂପ ଦେବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ୨ ସେପ୍ଟେମ୍ବର ୨୦୨୩ରେ ଏହି ୮ ଜଣିଆ କମିଟି ଗଠନ କରାଯାଇଥିଲା। ମାର୍ଚ୍ଚ ୧୪, ୨୦୨୪ରେ କମିଟି ଏହାର ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଥିଲା। କମିଟିର ରିପୋର୍ଟ ଆଧାରରେ ଏବେ ଏହି ବିଲକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି।

Advertisment
Parliament One Nation One Election Modi Cabinet Cabinet Approves One Nation One Election Bill