Advertisment

ସଂସଦରେ ଆଗତ ହେଲା ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ବିଲ୍, ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଆଜି ସଂସଦରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ବିଲ୍। ପ୍ରବଳ ହଙ୍ଗାମା ମଧ୍ୟରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଆଜି ଏହି ବିଧେୟକକୁ ଲୋକସଭାରେ ଆଗତ କରିଛନ୍ତି।

Parliament

Parliament

Advertisment

ଆଜି ସଂସଦରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ‘ୱାନ୍ ନେସନ୍ ୱାନ୍ ଇଲେକ୍ସନ୍’ ବିଲ୍। ପ୍ରବଳ ହଙ୍ଗାମା ମଧ୍ୟରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଆଜି ଏହି ବିଧେୟକକୁ ଲୋକସଭାରେ ଆଗତ କରିଛନ୍ତି। ବିଲ୍‌ ଆଗତ ହେବା ପରେ ଏହାକୁ ନେଇ ଲୋକସଭାରେ ଆରମ୍ଭ ହୋଇଛି ପ୍ରବଳ ହଟ୍ଟଗୋଳ। ବିପକ୍ଷ ନେତା ଏହାକୁ ତୀବ୍ର ବିରୋଧ କରିଛନ୍ତି।

Advertisment

ଚର୍ଚ୍ଚା ଆରମ୍ଭରୁ କଂଗ୍ରେସ ଏହାକୁ ବିରୋଧ କରିଥିବା ବେଳେ କଂଗ୍ରେସ ନେତା ମନିଷ ତିୱାରୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ବିଲ୍‌ ସମ୍ବିଧାନର ମୂଳ ଢାଞ୍ଚା ଉପରେ କୁଠାରଘାତ । ସମାଜବାଦୀ ସାଂସଦ ଧର୍ମେନ୍ଦ୍ର ଯାଦବ ବି ଏହି ବିଲ୍‌କୁ ବିରୋଧ କରିଛନ୍ତି।

ତୃଣମୂଳ କଂଗ୍ରେସ ଏମ୍‌ପି କଲ୍ୟାଣ ବାନାର୍ଜୀ କହିଛନ୍ତି, ଏହି ବିଧେୟକ ଏକ ଅଲଟ୍ରା ଭାଇରସ ହୋଇଥିବା ବେଳେ ଏହା ସମ୍ବିଧାନର ମୂଳ ଢାଞ୍ଚାକୁ ଭାଙ୍ଗିବାକୁ ଉଦ୍ଦିଷ୍ଟ ।

Advertisment

କିଛି ଦିନ ତଳେ ଏକକ ନିର୍ବାଚନ ବିଲ୍‌କୁ ମିଳିଥିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ଆଜି ବିଲ୍ ଆଗତ ହୋଇଥିବା ବେଳେ ପରେ ଏହା ଜଏଣ୍ଟ ପାର୍ଲାମେଣ୍ଟାରି କମିଟିକୁ ପଠାଯାଇପାରେ । ଜେପିସିରେ ଥିବା ସବୁ ରାଜନୀତିକ ଦଳର ସଦସ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପ୍ରସ୍ତାବ ଦେବେ। ବିଧେୟକ ପାରିତ ହେବା ନିମନ୍ତେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇଥିବାରୁ ବିଜେପି ନିଜ ଦଳର ସମସ୍ତ ସାଂସଦଙ୍କୁ ଆଜି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛି।

ଚୂଡ଼ାନ୍ତ ବିଲ ପୁଣି ଗୃହରେ ଉପସ୍ଥାପନ କରାଯିବା ପୂର୍ବରୁ ସରକାର ବିଭିନ୍ନି ଅଂଶୀଦାରଙ୍କୁ ମଧ୍ୟ ସାମିଲ କରିବାକୁ ଯୋଜନା କରିଛନ୍ତି। ବୁଦ୍ଧିଜୀବୀ, ବିଶେଷଜ୍ଞ, ସାମାଜିକ ସଂସ୍ଥାର ସଦସ୍ୟ ଓ ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତିମାନେ ମଧ୍ୟ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ ଉପରେ ନିଜର ମତ ରଖିବେ।

ଅତିରିକ୍ତ ଭାବେ ବିଲ୍‌କୁ ଆଇନରେ ପରିଣତ କରିବା ପୂର୍ବରୁ ସରକାର ସାଧାରଣ ଲୋକଙ୍କ ମତ ମଧ୍ୟ ନେବେ। ସରକାର ସମସ୍ତଙ୍କୁ ସାମିଲ କରି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Delhi One Nation One Election Loksabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe