Advertisment

ସଂସଦରେ ଉପସ୍ଥାପନ ହେବ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌

ଡିସେମ୍ବର ୨୦ରେ ଶୀତ ଅଧିବେଶନ ସରିବାକୁ ଥିବା ବେଳେ ସରକାର ଏହା ପୂର୍ବରୁ ଏହି ବିଲକୁ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

author-image
Hemant Lenka
Election

Election

ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାର ଗୃହରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ ଆଗତ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡିସେମ୍ବର ୨୦ରେ ଶୀତ ଅଧିବେଶନ ସରିବାକୁ ଥିବା ବେଳେ ସରକାର ଏହା ପୂର୍ବରୁ ଏହି ବିଲକୁ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

Advertisment

ଗୋଟିଏ ଥରରେ ପୂରା ଦେଶରେ ଉଭୟ ଲୋକସଭା ଓ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ କରିବାକୁ ବିଲରେ ବ୍ୟବସ୍ଥା ହୋଇଛି। ଏହାକୁ ବାସ୍ତବ ରୂପ ଦେବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟ ଦେବା ପରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ଅନୁମୋଦନ ଦେଇଥିଲା।

ଏବେ ସରକାର ଏହାକୁ ସଂସଦରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଲୋକସଭାରେ ଏହାକୁ ଆଗତ କରି ସରକାର ବିସ୍ତୃତ ଆଲୋଚନା ପାଇଁ ବିଲକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ନିକଟକୁ ପଠାଇବେ। ଜେପିସିରେ ଥିବା ସବୁ ରାଜନୀତିକ ଦଳର ସଦସ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପ୍ରସ୍ତାବ ଦେବେ।

Advertisment

ସେହିପରି ଚୂଡ଼ାନ୍ତ ବିଲ ପୁଣି ଗୃହରେ ଉପସ୍ଥାପନ କରାଯିବା ପୂର୍ବରୁ ସରକାର ବିଭିନ୍ନି ଅଂଶୀଦାରଙ୍କୁ ମଧ୍ୟ ସାମିଲ କରିବାକୁ ଯୋଜନା କରିଛନ୍ତି। ବୁଦ୍ଧିଜୀବୀ, ବିଶେଷଜ୍ଞ, ସାମାଜିକ ସଂସ୍ଥାର ସଦସ୍ୟ ଓ ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତିମାନେ ମଧ୍ୟ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ ଉପରେ ନିଜର ମତ ରଖିବେ।

ଅତିରିକ୍ତ ଭାବେ ବିଲ୍‌କୁ ଆଇନରେ ପରିଣତ କରିବା ପୂର୍ବରୁ ସରକାର ସାଧାରଣ ଲୋକଙ୍କ ମତ ମଧ୍ୟ ନେବେ। ସରକାର ସମସ୍ତଙ୍କୁ ସାମିଲ କରି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Lok Sabha One Nation One Election One Nation One Poll