Advertisment

ଆଜି ଆସିବ 'ୱାନ୍ ନେସନ୍ ୱାନ୍ ଇଲେକ୍ସନ୍' ବିଲ୍‌

ଆଜି ସଂସଦକୁ ଆସିବ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍। ଲୋକସଭାରେ ଆଗତ ହୋଇପାରେ ଏକକ ନିର୍ବାଚନ ବିଧେୟକ। ପ୍ରାୟ ମଧ୍ୟାହ୍ନ ବେଳକୁ ଏହା ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି।

One Nation

One Nation

Advertisment

ଆଜି ସଂସଦକୁ ଆସିବ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ ବିଲ୍। ଲୋକସଭାରେ ଆଗତ ହେବ ଏକକ ନିର୍ବାଚନ ବିଧେୟକ। ପ୍ରାୟ ମଧ୍ୟାହ୍ନ ବେଳକୁ ଏହା ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି। ସେପଟେ ଆଜି ଗୃହରେ ଉପସ୍ଥିତ ରହିବାକୁ ଦଳର ସମସ୍ତ ଲୋକସଭା ସାଂସଦଙ୍କୁ ୩ ଧାଡ଼ିଆ ହ୍ୱିପ୍ ଜାରି କରିଛି ବିଜେପି ।

Advertisment

ଲୋକସଭାରେ କିଛି ଗୁରୁତ୍ୱପୂର୍ଣ୍ଣ ବିଧାୟୀ ଚର୍ଚ୍ଚା ଓ ପାରିତ କରିବାର କାର୍ଯ୍ୟକ୍ରମ ଥିବାରୁ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ଏବଂ ସରକାରଙ୍କ ସପକ୍ଷରେ ସମର୍ଥନ ଦେବାକୁ ବିଜେପି ସଂସଦୀୟ ଦଳ ପକ୍ଷରୁ ଜାରି ଏହି ହ୍ୱିପ୍‌ରେ ଉଲ୍ଲେଖ ଅଛି।  

ଆଜି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ କରିବେ ଆଇନମନ୍ତ୍ରୀ ମେଘୱାଲ । ପରେ ଏହା ଉପରେ ଅଧିକ ଆଲୋଚନା କରିବା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ପାଖକୁ ପଠାଇବାକୁ ସେ ଅନୁରୋଧ କରିବେ। ଏହାର ଅଧ୍ୟକ୍ଷ ଜଣେ ବିଜେପି ସାଂସଦ ରହିବେ। ସେହିପରି କମିଟିରେ ଆଉ କେଉଁମାନେ ରହିବେ, ତା’ର ତାଲିକା ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ପଷ୍ଟ କରିବେ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲ୍‌କୁ ଅନୁମୋଦନ ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବିଲ୍ ଆଗତ ପରେ ଏହା ଜଏଣ୍ଟ ପାର୍ଲାମେଣ୍ଟାରି କମିଟିକୁ ପଠାଯାଇପାରେ।

ସାରା ଦେଶରେ ଲୋକସଭା, ବିଧାନସଭା, ପୌର ଓ ପଞ୍ଚାୟତ ନିର୍ବାଚନ ୧୦୦ ଦିନ ଭିତରେ ସାରିବା ଉଦ୍ଦେଶ୍ୟରେ ଏହି ବହୁଚର୍ଚ୍ଚିତ ବିଲ୍ ଉପସ୍ଥାପିତ ହେବ। ତେବେ ଏଥିପାଇଁ ବ୍ୟାପକ ସାମ୍ବିଧାନିକ ସଂଶୋଧନର ଆବଶ୍ୟକତା ରହିଛି।

ଗୋଟିଏ ଥରରେ ପୂରା ଦେଶରେ ଉଭୟ ଲୋକସଭା ଓ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ କରିବାକୁ ବିଲ୍‌ରେ ବ୍ୟବସ୍ଥା ହୋଇଛି। ଏହାକୁ ବାସ୍ତବ ରୂପ ଦେବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟ ଦେବା ପରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଅନୁମୋଦନ ଦେଇଥିଲା। 

ସେହିପରି ଚୂଡ଼ାନ୍ତ ବିଲ୍‌ ପୁଣି ଗୃହରେ ଉପସ୍ଥାପନ କରାଯିବା ପୂର୍ବରୁ ସରକାର ବିଭିନ୍ନି ଅଂଶୀଦାରଙ୍କୁ ମଧ୍ୟ ସାମିଲ କରିବାକୁ ଯୋଜନା କରିଛନ୍ତି। ବୁଦ୍ଧିଜୀବୀ, ବିଶେଷଜ୍ଞ, ସାମାଜିକ ସଂସ୍ଥାର ସଦସ୍ୟ ଓ ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତିମାନେ ମଧ୍ୟ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ ଉପରେ ନିଜର ମତ ରଖିବେ।

ଅତିରିକ୍ତ ଭାବେ ବିଲ୍‌କୁ ଆଇନରେ ପରିଣତ କରିବା ପୂର୍ବରୁ ସରକାର ସାଧାରଣ ଲୋକଙ୍କ ମତ ମଧ୍ୟ ନେବେ। ସରକାର ସମସ୍ତଙ୍କୁ ସାମିଲ କରି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି।

One Nation One Election Loksabha Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe