Advertisment

ହ୍ୱିପ୍‌ ସତ୍ତ୍ୱେ ଆସିଲେନି ୨୦ରୁ ଅଧିକ ସାଂସଦ, ନୋଟିସ୍‌ ପଠାଇଲା ବିଜେପି

ଓ୍ୱାନ୍‌ ନେସନ ଓ୍ୱାନ୍‌ ଇଲେକ୍ସନ ବିଲ୍‌ ଆଗତ ପାଇଁ ଗୃହରେ ଭୋଟିଂ ବେଳେ ମୋଦି କ୍ୟାବିନେଟ୍‌ର ତିନି ବଡ଼ ମନ୍ତ୍ରୀ ନୀତିନ ଗଡକରୀ, ଗିରିରାଜ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ୨୦ରୁ ଅଧିକ ସାଂସଦ ଉପସ୍ଥିତ ନଥିଲେ।

Parliament

Parliament

Advertisment

ଦେଶରେ ଏକକ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଛନ୍ତି ମୋଦି ସରକାର। ମଙ୍ଗଳବାର ଲୋକସଭାରେ 'ଓ୍ୱାନ ନେସନ୍‌ ଓ୍ୱାନ୍‌ ଇଲେକ୍‌ସନ୍‌' ବିଲ୍‌ ଆଗତ ହୋଇଛି। ତେବେ ଏହି ଅବସରରେ ଅଧିକାଂଶ ସାଂସଦ ଗୃହରେ ଉପସ୍ଥିତ ନଥିଲେ। ହ୍ୱିପ୍‌ ପରେ ବି ପାଖାପାଖି ୨୦ରୁ ଅଧିକ ସାଂସଦ ସଂସଦକୁ ଆସିନଥିଲେ। ଏହାକୁ ନେଇ ଏବେ ଆକ୍ସନ ମୁଡ୍‌କୁ ଆସିଛି ବିଜେପି। ସାଂସଦମାନଙ୍କୁ ଦଳ ନୋଟିସ୍‌ ଜାରି କରିଛି।

Advertisment

'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପାଇଁ ସରକାର ମଙ୍ଗଳବାର ସଂସଦରେ 'ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ୨୦୨୪' ଏବଂ ୟୁନିଅନ୍ ଟେରିଟୋରୀ ଆଇନ (ସଂଶୋଧନ) ବିଲ୍ ୨୦୨୪ ଆଣିଥିଲେ। ବିଜେପି ସାଂସଦମାନଙ୍କୁ ପୂର୍ବରୁ ଲୋକସଭାରେ ଉପସ୍ଥିତ ରହିବା ପାଇଁ ତିନି ଲାଇନ୍‌ର ହ୍ୱିପ୍‌ ଜାରି କରିଥିଲା। ତେବେ ଏହା ସତ୍ତ୍ୱେ ବି 'ଓ୍ୱାନ ନେସନ୍‌ ଓ୍ୱାନ୍‌ ଇଲେକ୍‌ସନ୍‌' ବିଲ୍ ଆଗତ ପାଇଁ ଭୋଟିଂ ବେଳେ ୨୦ରୁ ଅଧିକ ସାଂସଦ ଉପସ୍ଥିତ ନଥିଲେ। ମୋଦି କ୍ୟାବିନେଟ୍‌ରେ ସାମିଲ ତିନି ଜଣ ବଡ଼ ମନ୍ତ୍ରୀ ନୀତିନ ଗଡକରୀ, ଗିରିରାଜ ସିଂହ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟ ଦେଖା ନଥିଲା।

ତେବେ ଅନୁପସ୍ଥିତ ଥିବା ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଅବହେଳା କରିବା ଅଭିଯୋଗରେ ବିଜେପି ନୋଟିସ୍‌ ଜାରି କରିଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅନେକ ସାଂସଦ ପୂର୍ବରୁ ଗୃହକୁ ଆସିପାରିବେ ନାହିଁ ବୋଲି ଦଳକୁ ସୂଚିତ କରିଥିବା ଜଣାପଡିଛି।

Advertisment

କହିରଖୁ ଯେ, ମଙ୍ଗଳବାର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍ ଉପସ୍ଥାପନ କରିଥିଲେ। ଲୋକସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ମାମଲା ଡିଭିଜନରେ ପହଞ୍ଚିଥିଲା ​​ଏବଂ ଏହା ପରେ ଗୃହରେ ବିଲ୍ ଆଗତ ହୋଇଥିଲା। ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ୍ ଗୃହରେ ଉପସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ।

ବିଲ ନେଇ ମୋସନ ଆସିବା ପରେ ସଂସଦରେ ପ୍ରଥମଥର ପାଇଁ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଭୋଟ୍‌ ଦେଇଥିଲେ ସଦସ୍ୟ। ତେବେ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିବାରୁ ବିଲ୍‌ ଆଗତ ପାଇଁ ବାଟ ଫିଟିଛି। ଏବେ ବିଲକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ। ଜେପିସି ରିପୋର୍ଟ ଦେବା ପରେ ବିଲ ପୁଣି ସଂସଦରେ ଆଗତ ହେବ।

Bjp Parliament Session Lok Sabha One Nation One Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe