Advertisment

ପୁଲିସ ଗୁଳିରେ ଟଳିଲା ଜଣେ ନକ୍ସଲ

ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ କେଶକୁଟୁଲ-କେଶମୁଣ୍ଡି ଜଙ୍ଗଲରେ ନକ୍ସଲ କମାଣ୍ଡର କାୱାସୀ ପଣ୍ଡାରୁ ଏବଂ ୧୫ରୁ ୨୦ ଅନ୍ୟ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
one-naxalite-killed

one-naxalite-killed

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ପୁଲିସ ଓ ନକ୍ସଲ ଭିତରେ ଗୁଳି ବିନିମୟ ହୋଇଛି। ଏଥିରେ ଏନ୍‌କାଉଣ୍ଟରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି।

Advertisment

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଭୈରମଗଡ଼ ଥାନା ପରିସରରେ ଥିବା କେଶକୁଟଲ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ରବିବାର ଭୋରୁ ଏହି ଗୁଳି ବିନିମୟ ହୋଇଥିଲା। ରାଜ୍ୟ ରାଜଧାନୀ ରାୟପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ କେଶକୁଟୁଲ-କେଶମୁଣ୍ଡି ଜଙ୍ଗଲରେ ନକ୍ସଲ କମାଣ୍ଡର କାୱାସୀ ପଣ୍ଡାରୁ ଏବଂ ୧୫ରୁ ୨୦ ଅନ୍ୟ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ରିଜର୍ଭ ଗାର୍ଡର ଏକ ଟିମ୍‌ ଉକ୍ତ ଜଙ୍ଗଲରେ ପହଞ୍ଚିଥିଲା।

ଏହି ସମୟରେ ପୁଲିସକୁ ଦେଖି ନକ୍ସଲମାନେ ଗୁଳିମାଡ କରିଥିଲେ। ରିଜର୍ଭ ଗାର୍ଡ ଟିମ୍‌ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ପରେ ଘଟଣାସ୍ଥଳର ସର୍ଚ୍ଚ ଅପରେସନ ବେଳେ ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଥିସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ପୂରା ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ୍‌ ଜାରି ବିଜାପୁର ଏସପି ସୂଚନା ଦେଇଛନ୍ତି।

Advertisment

ଏହା ପୂର୍ବରୁ ଏପ୍ରିଲ ୧୬ରେ ଏହି ଅଞ୍ଚଳର କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୨୯ଜଣ ନକ୍ସଲ ନିହତ ହୋଇଥିଲେ। ପୁଲିସର ସୂଚନାନୁସାରେ ଚଳିତ ବର୍ଷ ଛତିଶଗଡର ବସ୍ତର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ପୃଥକ ମୁକାବିଲାରେ ୮୦ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। 

Chhattisgarh Naxal Dead