Advertisment

ସାଂସଦଙ୍କ ବଡ଼ ଦାବି: ଦୁଇ ଦିନ ଭିତରେ ଅତିକଙ୍କ ପୁଅଙ୍କୁ ଗୁଳି କରାଯାଇପାରେ

ସେ କହିଛନ୍ତି ଯେ ପୁଲିସ୍‌ ଉମେଶ ପାଲ ହତ୍ୟା ଘଟଣାର ପ୍ରକୃତ ଅପରାଧୀଙ୍କୁ ଠାବ କରିବାରେ ଅକ୍ଷମ ହୋଇଛି। କେବଳ ଅନ୍ଧାରରେ ବାଡ଼ି ବୁଲାଇବାରେ ଲାଗିଛି।

author-image
Hemant Lenka
Atiq ahmed

Atiq ahmed

ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଅତିକ ଅହମଦଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କୁ ଦିନେ କି ଦୁଇ ଦିନ ଭିତରେ ଗୁଳି କରି ମାରି ଦିଆଯିବ ବୋଲି ଦାବି କରିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ରାମ ଗୋପାଲ ଯାଦବ। ସାମ୍ବାଦିକମାନଙ୍କୁ ସୂଚନା ଦେବା ବେଳେ ରାମଗୋପାଲ ଯାଦବ ଖୋଲାଖୋଲି ଭାବେ ଉମେଶ ପାଲ ହତ୍ୟା ଘଟଣାର ଅଭିଯୁକ୍ତ ଅତିକଙ୍କ ଓକିଲାତି କରିଛନ୍ତି। ସେ କହିଛନ୍ତି ଯେ ପୁଲିସ୍‌ ଉମେଶ ପାଲ ହତ୍ୟା ଘଟଣାର ପ୍ରକୃତ ଅପରାଧୀଙ୍କୁ ଠାବ କରିବାରେ ଅକ୍ଷମ ହୋଇଛି। କେବଳ ଅନ୍ଧାରରେ ବାଡ଼ି ବୁଲାଇବାରେ ଲାଗିଛି।

Advertisment

ଅତିକଙ୍କ ପୁଅ ଅଲୀ ଅହମଦଙ୍କ ନାଁ ଉମେଶ ପାଲ ହତ୍ୟା ଘଟଣାରେ ଯୋଡ଼ି ହୋଇଯାଇଛି। ଉମେଶ ହେଉଛନ୍ତି ୨୦୦୫ରେ ବିଏସ୍‌ପି ବିଧାୟକଙ୍କୁ ହତ୍ୟା କରାଯିବା ଘଟଣାର ମୁଖ୍ୟ ସାକ୍ଷୀ। ତାଙ୍କୁ ଫେବୃଆରୀ ୨୪ରେ କିଛି ଦୁର୍ବୃତ୍ତ ପ୍ରୟାଗରାଜ ସ୍ଥିତି ତାଙ୍କ ଘର ସାମ୍ନାରେ ଗୁଳି କରିଥିଲେ। ଏହି ଗୁଳିମାଡ଼ରେ ଉମେଶଙ୍କ ସମେତ ତାଙ୍କର ଦୁଇ ବଡିଗାର୍ଡ ମଧ୍ୟ ପ୍ରାଣ ହରାଇଛନ୍ତି।

ସିସିଟିଭିରେ ଏହି ଗୁଳିମାଡ଼ର ଦୃଶ୍ୟ କଏଦ ହୋଇଥିଲା। ଉମେଶଙ୍କୁ ପ୍ରଥମେ ଗୁଳିମାଡ଼ କରିଥିବା ବିଜୟ ଚୌଧୁରୀ ଓରଫ ଉସମାନଙ୍କୁ ସୋମବାର ୟୁପି ପୁଲିସ୍‌ ଏନକାଉଣ୍ଟରରେ ହତ୍ୟା କରିଛି। ଏବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଛି।

Advertisment

ଉମେଶ ପାଲଙ୍କ ପତ୍ନୀ ଜୟାଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା କରିଛି। ସେ ଏହି ହତ୍ୟା ପଛରେ ଅତିକ, ତାଙ୍କ ଭାଇ ଅଶରଫ, ପତ୍ନୀ ଶୈସ୍ତା ପରବୀନ, ଦୁଇ ପୁଅ, ସହଯୋଗୀ ଗୁଡୁ ମୁସଲିମ, ଗୁଲାମ ଓ ଅନ୍ୟ ୯ ଜଣଙ୍କୁ ଦାୟୀ କରିଛନ୍ତି।

ଅଫିକଙ୍କ ପରିବାର ବିରୋଧରେ ୧୬୦ଟି ମାମଲା ରହିଛି। ଉତ୍ତର ପ୍ରଦେଶ ପୁଲିସ୍‌ କହିଛି ଯେ ଅତିକଙ୍କ ନାଁରେ ୧୦୦ଟି ମାମଲା ଥିବା ବେଳେ ଅଶରଫଙ୍କ ନାଁରେ ୫୨ଟି, ପରବୀନଙ୍କ ନାଁରେ ୩ଟି, ପୁଅ ଅଲୀ ନାଁରେ ୪ଟି ଓ ଉମର ଅହମଦ ନାଁରେ ଗୋଟିଏ କେସ ରହିଛି।

ଅନ୍ୟପକ୍ଷରେ ଅତିକଙ୍କ ପତ୍ନୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ପୁଲିସ୍‌ ଉଠାଇ ନେଇଥିବା ବେଳେ ସେମାନଙ୍କର କୌଣସି ଖବର ମିଳୁ ନଥିବା କହିଛନ୍ତି। ଦୁଇ ପୁଅଙ୍କୁ ନାବାଳକ ସୁଧାର ଗୃହରେ ରଖାଯାଇଥିବା ପୁଲିସ୍‌ କହୁଥିଲେ ହେଁ ସେମାନେ ସେଠାରେ ନଥିବା ଅତିକଙ୍କ ପତ୍ନୀ କହିଛନ୍ତି।

Uttar Pradesh Police Police Encounter Encounter