Advertisment

ସରକାରୀ ନିଯୁକ୍ତି ପରୀକ୍ଷାରେ ହେରଫେର: ଟପ୍ପର ଜାଣିନାହାନ୍ତି ବିଷୟ ଗୁଡ଼ିକର ନାଁ

ମଧ୍ୟପ୍ରଦେଶ କର୍ମଚାରୀ ଚୟନ ବୋର୍ଡ ପକ୍ଷରୁ ଏପ୍ରିଲ ୨୬ରେ ପରୀକ୍ଷା କରାଯାଇଥିଲା। ଏହାର ରେଜଲ୍ଟ ମେ’ ଓ ଜୁନ ମାସରେ ଘୋଷଣା ହୋଇଥିଲା। ତେବେ ୧୦ ଜଣ ଟପ୍ପରଙ୍କ ମଧ୍ୟରୁ ୭ ଜଣ ଗୋଟିଏ କଲେଜର ହୋଇଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।

MP

MP

Advertisment

ମଧ୍ୟପ୍ରଦେଶରେ ଆଉ ଏକ ବ୍ୟାପମ ସ୍କାମ। ସରକାରୀ ପଦ ପାଇଁ ହୋଇଥିବା ନିଯୁକ୍ତି ପରୀକ୍ଷାରେ ହୋଇଛି ବ୍ୟାପକ ଦୁର୍ନୀତି। ମଧ୍ୟପ୍ରଦେଶର ପଟୱାରି(ରାଜସ୍ୱ ବିଭାଗ କର୍ମଚାରୀ) ପରୀକ୍ଷାରେ ହେରଫେର କାଯାଇଥିବା ଜଣାପଡ଼ିଛି। କିଛି ବର୍ଷ ତଳେ ମଧ୍ୟପ୍ରଦେଶରେ ବ୍ୟାପମ ସ୍କାମ ହୋଇଥିଲା। ଏବେ ପୁଣି ଆଉ ଏକ ସରକାରୀ ପରୀକ୍ଷାରେ ହେରଫେର ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। 

Advertisment

ମଧ୍ୟପ୍ରଦେଶ କର୍ମଚାରୀ ଚୟନ ବୋର୍ଡ ପକ୍ଷରୁ ଏପ୍ରିଲ ୨୬ରେ ପରୀକ୍ଷା କରାଯାଇଥିଲା। ଏହାର ରେଜଲ୍ଟ ମେ’ ଓ ଜୁନ ମାସରେ ଘୋଷଣା ହୋଇଥିଲା। ତେବେ ୧୦ ଜଣ ଟପ୍ପରଙ୍କ ମଧ୍ୟରୁ ୭ ଜଣ ଗୋଟିଏ କଲେଜର ହୋଇଥିବାରୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା।

ଉକ୍ତ କଲେଜଟି କ୍ଷମତାସୀନ ବିଜେପିର ଜଣେ ବିଧାୟକଙ୍କ ଦ୍ୱାରା ପରିଚାଳିତ ହେଉଥିବାରୁ ବିରୋଧୀ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶରେ ସରକାରୀ ଚାକିରି ପାଇଁ ୯.୮ ଲକ୍ଷ ପିଲା ପରୀକ୍ଷା ଦେଇଥିବା ବେଳେ ୯ ହଜାର ପିଲା ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଛନ୍ତି।

Advertisment

୧୦ ଟପ୍ପରଙ୍କ ମଧ୍ୟରୁ ଜଣେ ହେଲେ ପୁନମ ରାଜାୱତ। ସେ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ତାଙ୍କୁ ଏବେ ସାଧାରଣ ପ୍ରଶ୍ନ ପଚରା ଯାଇଥିଲେ ହେଁ ସେ ଏହାର ଉତ୍ତର ଦେବାକୁ ସକ୍ଷମ ହୋଇନାହାନ୍ତି। ସେହିପରି ସେ ପରୀକ୍ଷା ଦେଇଥିବା ସମସ୍ତ ୮ ବିଷୟର ନାଁ ମଧ୍ୟ ଜାଣି ନାହାନ୍ତି।

ପୁନମ କହିଛନ୍ତି, ରେଜଲ୍ଟ ବାହାରିବା ପରେ ସେ ବହୁତ ଖୁସିଥିଲା। କିନ୍ତୁ ଅନିୟମିତତା ଅଭିଯୋଗ ଆସିବା ପରେ ସେ ଓ ତାଙ୍କ ପରିବାର ପୂରା ସ୍ତବ୍ଧ ହୋଇଯାଇଛନ୍ତି। ସେ କହିଛନ୍ତି, “ମୁଁ ମୋର ଶତପ୍ରତିଶତ ଦେଇଥିଲି। କିନ୍ତୁ ଲୋକମାନେ ମୋର ପରିଶ୍ରମ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା ପଛରେ ହେରଫେର ହୋଇଥିବା କହୁଛନ୍ତି। ଏକଥା ଶୁଣି ମୁଁ ଅବଶାଦ ମଧ୍ୟକୁ ଚାଲି ଯାଉଛି।”

ପୁନମଙ୍କ ବାପା ଜଣେ ସିକ୍ୟୁରିଟି ଗାର୍ଡ ହୋଇଥିବା ବେଳେ ମା’ କର୍କଟ ରୋଗରେ ପୀଡ଼ିତ। ପୂର୍ବରୁ ସେ ଗୋଟିଏ ସେଲୁନ ଚଳାଉଥିଲେ। ପୁନମ ୩ ଭାଇ ଭଉଣୀଙ୍କ ମଧ୍ୟ ସବୁଠାରୁ ବଡ଼। ଗଣମାଧ୍ୟମ ସହ ଆଲୋଚନା କରିବା ବେଳେ ସେ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତ ହେଉଥିଲେ, ସେକଥା ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ମୁଁ ୩ ବର୍ଷ ହେଲା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି। ଅନଲାଇନ କୋଚିଂ ପରେ ମୁଁ ଅଫଲାଇନ କ୍ଲାସ କରୁଥିଲି।” ତାଙ୍କୁ ପଟୱାରି ପରୀକ୍ଷାରେ କେଉଁ ସବୁ ବିଷୟ ରହିଥିଲା ବୋଲି ପ୍ରଶ୍ନ କରାଯିବାରୁ ସେ ସମସ୍ତ ୮ ବିଷୟର ନାଁ କହିବାକୁ ସକ୍ଷମ ହୋଇନାହାନ୍ତି। ମାର୍ଚ୍ଚ ୧୮ରେ ସେ ଏନଆରଇ କଲେଜରେ ଲିଖିତ ପରୀକ୍ଷା ଦେଇଥିବା କଥାକୁ ମଧ୍ୟ ନିଶ୍ଚିତ କରିଛନ୍ତି।

ପରୀକ୍ଷାରେ ପୁନମ କଠିନ ପ୍ରଶ୍ନଗୁଡ଼ିକର ଉତ୍ତର ସଠିକ ଦେଇଥିବା ବେଳେ ସାଧାରଣ ପ୍ରଶ୍ନର ଉତ୍ତର ଭୁଲ ଦେଇଥିଲେ। ତାଙ୍କୁ ଏ ବିଷୟରେ ପଚରାଯାଇଥିଲେ ହେଁ ସେ ଏହାର କୌଣସି ପ୍ରକାରର ଉତ୍ତର ଦେଇ ନାହାନ୍ତି। ଅବଜେକଟିଭ ଟାଇପ ପ୍ରଶ୍ନର ଉତ୍ତର ପାଇଁ ଥିବା ବିକଳ୍ପ ଗୁଡ଼କରେ ସଠିକ ଉତ୍ତର ନଥିବା ବେଳେ ସେ କାହିଁକି ଏହାର ବିରୋଧ କରି ନଥିଲେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା।

ଏହାର ଉତ୍ତରରେ ସେ କହିଛନ୍ତି, “ଏସବୁ ପରୀକ୍ଷା ଅଧିକାରୀଙ୍କ ଉପରେ ନିର୍ଭର କରେ। ମୁଁ ଜାଣନି ପ୍ରଶ୍ନର ଉତ୍ତର ପାଇଁ ଥିବା ୪ ବିକଳ୍ପରେ କାହିଁକି ସଠିକ ଉତ୍ତର ନଥିଲା। ମୁଁ ଗୋଟିଏ ଗରିବ ପରିବାରର ପିଲା। ଆମେ ସୋଶାଲ ମିଡିଆରେ ସେତେ ସକ୍ରିୟ ନାହୁଁ। ତେଣୁ ମୁଁ ଏ ବିଷୟରେ କୌଣସି ପ୍ରକାରର ପ୍ରଶ୍ନ ଉଠାଇ ନଥିଲି।”

କଥାବାର୍ତ୍ତା ବେଳେ ପୁନମ ଅନ୍ୟ ପ୍ରବେଶିକା ପରୀକ୍ଷା ମଧ୍ୟ ଦେଇଥିବା କହିଛନ୍ତି। ଏସଏସସି ଏମଟି ପରୀକ୍ଷା ସେ ଦେଇଥିବା ବେଳେ ସେଥିରେ ତାଙ୍କର ଚୟନ ହୋଇ ନଥିଲା ଓ ସେ ୱେଟ ଲିଷ୍ଟରେ ଥିବା ମଧ୍ୟ ଦାବି କରିଛନ୍ତି। ହେଲେ ଏସଏସସି ଏମଟି ପରୀକ୍ଷାରେ ୱେଟ ଲିଷ୍ଟ ନଥିବା କଥା ତାଙ୍କୁ ଜଣାନାହିଁ।

ପଟୱାରି ପରୀକ୍ଷାରେ ପଚରା ଯାଇଥିବା ସାଧାରଣ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହେବା ପରେ ସେ ଆଉ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁ ନଥିଲେ। ପୁନମ କହିଛନ୍ତି, “ମୁଁ ମାନିସିକ ଚାପରେ ରହିଛି। ତେଣୁ ମୁଁ ଆଉ ଏବେ କୌଣସି ପ୍ରଶ୍ନର ଉତ୍ତର ଦେବି ନାହିଁ।

ପରୀକ୍ଷାରେ ଯଦି ଅନିୟମିତତା ହୋଇଛି, ତା’ହେଲେ ଏହା ତଦନ୍ତ ହେବା ଦରକାର। ମୁଁ ସେ ବିଷୟରେ କିଛି କହି ପାରିବି ନାହିଁ। ଯେଉଁମାନେ ଦୋଷ କରିଛନ୍ତି, ସେମାନଙ୍କୁ ଦଣ୍ଡ ମିଳୁ। କିଛି ନ ଜାଣି କାହାକୁ ଅଙ୍ଗୁଳି ଦେଖାଇବା ଠିକ ନୁହେଁ।”

Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe