Advertisment

ଭୟଙ୍କର ହିମସ୍ଖଳନ, ଜଣେ ମୃତ, ଅନେକ ନିଖୋଜ

ସ୍କିଂ(ବରଫରେ ସ୍କେଟିଂ) କରିବାକୁ ଯାଇଥିବା କିଛି ବିଦେଶୀ ପର୍ଯ୍ୟଟକ ଏଥିରେ ଫସି ଯାଇଥିଲେ। କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବରଫ ଭିତରେ ପୋତି ହୋଇ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।

Heavy Avalanche

Heavy Avalanche

Advertisment

ଜମ୍ମୁ-କଶ୍ମୀର ଗୁଲମର୍ଗରେ ଭୟଙ୍କର ହିମସ୍ଖଳନ। ଏଥିଯୋଗୁ ଜଣେ ପର୍ଯ୍ୟଟଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୬ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି।

Advertisment

ସୂଚନା ମୁତାବକ, ଗୁଲମର୍ଗର କୋଙ୍ଗଦୁରି ପର୍ବତାଞ୍ଚଳ ନିକଟରେ ବ୍ୟାପକ ହିମସ୍ଖଳନ ହୋଇଛି। ଫଳରେ ସ୍କିଂ(ବରଫରେ ସ୍କେଟିଂ) କରିବାକୁ ଯାଇଥିବା କିଛି ବିଦେଶୀ ପର୍ଯ୍ୟଟକ ଏଥିରେ ଫସି ଯାଇଥିଲେ। ବରଫ ଭିତରେ ପୋତି ହୋଇ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ରୁଷର ନାଗରିକ ବୋଲି ଜଣାପଡିଛି।

ସେପଟେ ଖବର ପାଇ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ଉଦ୍ଧାର କାମରେ ସେନା ଓ ସ୍ଥାନୀୟ ପୁଲିସ ନିୟୋଜିତ ଅଛନ୍ତି। ସେନା ହେଲିକପ୍ଟର ଜରିଆରେ ବରଫ ଭିତରେ ଫଶି ରହିଥିବା ୬ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେହିପରି ପାଖାପାଖି ଅନ୍ୟ ୬ ଜଣ ଏବେବି ନିଖୋଜ ଅଛନ୍ତି। ସମସ୍ତ ପର୍ଯ୍ୟଟକ ବିଦେଶରୁ ଆସିଥିବା କୁହାଯାଉଛି। ସେମାନଙ୍କ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। 

Advertisment

ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଗୁଲମର୍ଗରେ ପ୍ରବଳ ତୁଷାରପାତ ପରେ କଶ୍ମୀର ଘାଟିର ବିଭିନ୍ନ ପର୍ବତାଞ୍ଚଳରେ ହିମସ୍ଖଳନ ଚେତାବନୀ ଜାରି କରିଥିଲା ପ୍ରଶାସନ। ତେବେ ଏହା ସତ୍ତ୍ୱେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିନା ସହାୟତାରେ କିଛି ବଦେଶୀ ପର୍ଯ୍ୟଟକ ସ୍କିଂ କରିବା ପାଇଁ ଯାଇଥିଲେ।

ଜାନୁଆରୀ ମାସରେ ଗୁଲମର୍ଗରୁ ଗାଏବ ହୋଇଯାଇଥିଲା ବରଫ। ଏଠାରେ ବରଫ ଦେଖିବାକୁ ମିଳିନଥିଲା। ଫଳରେ ଏଠାକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନିରାଶ ହୋଇଥିଲେ। ହେଲେ ଜାନୁଆରୀ ମାସ ଶେଷ ଆଡକୁ ତୁଷାରପାତ ପରେ ପୁଣିଥରେ ବରଫର ମୋଟା ଚାଦରରେ ଢ଼ାଙ୍କି ହୋଇଯାଇଛି ଗୁଲମର୍ଗ। 

Jammu Kashmir Heavy Avalanche Gulmarg
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe