Advertisment

ଏନ୍‌କାଉଣ୍ଟର୍‌ରେ ଟଳିଲା କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ

ଗୁଳି ବିନିମୟରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି।

author-image
Madhupriya Mistry
Pulwama Encounter

Pulwama Encounter

ସେନା ଗୁଳିରେ ଟଳିଲା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ପୁଲୱାମାର ଅବନ୍ତିପୋରାରେ ଆଜି ଭୋରୁ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସେପଟେ ଗୁଳି ବିନିମୟରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଦୁଇ ଦିନ ତଳେ ଜଣେ କଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ  ପୁଲୱାମାର ପ୍ୟାଡଗାମପୋରା ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ ଚାଲିଥିଲା। 

Advertisment

ମୃତ ଆତଙ୍କବାଦୀ ଜଣକ ପୁଲୱାମାର ଆକିବ ମୁସ୍ତାକ ଭଟ୍ଟ ବୋଲି ଜଣାପଡିଛି। ସେ ପ୍ରଥମେ ଏଚ୍‌ଏମ୍ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲା, ବର୍ତ୍ତମାନ ସେ ଟିଆରଏଫ୍ ସହିତ କାମ କରୁଥିଲା। ଏଥିସହ ମୁସ୍ତାକ ହିଁ ୨ ଦିନ ପୂର୍ବରୁ କଶ୍ମୀର ପଣ୍ଡିତ ସଞ୍ଜୟ ଶର୍ମାଙ୍କୁ ହତ୍ୟା କରିଥିଲା ବୋଲି ପୁଲିସ ସୂଚନା ଦେଇଛି।  

ନିହତ ହୋଇଥିବା ଆତଙ୍କବାଦୀକୁ ଛାଡ଼ିଲେ ଅନ୍ୟ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ଧରା ପଡ଼ିଛନ୍ତି। ସଂପୃକ୍ତ ଅଞ୍ଚଳର ପ୍ରଥମେ ସର୍ଚ୍ଚ ଅପରେସନର ଆରମ୍ଭ ହୋଇଥିଲା। ସେହି ସମୟରେ ଏକ ଘର ଭିତରେ ଲୁଚିଥିବା ଜଣେ ଆତଙ୍କବାଦୀ ଗୁଳି ଚାଳନା କରିବା ପରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଏନ୍‌କାଉଣ୍ଟର୍‌ରେ ପରିଣତ ହୋଇଥିଲା।

Advertisment
Jammu Kashmir Terrorist Encounter