Advertisment

ଅପରେସନ ଅଖଲ: ଟଲିଲେ ୨ ଆତଙ୍କୀ, ଜାଲରେ ଫସିଛି ଆଉ ଜଣେ

ନିହତ ଓ ସୁରକ୍ଷାକର୍ମୀଙ୍କ ଜାଲରେ ଫସିଥିବା ଆତଙ୍କବାଦୀମାନେ ଦ ରେଜିଷ୍ଟାନ୍ସ ପ୍ରଣ୍ଟ ବା ଟିଆରଏଫର ସଦସ୍ୟ। ଟିଆରଏଫ ହେଉଛି ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ଚ୍ଛାୟା ସଂଗଠନ।

author-image
Hemant Lenka
ଅଦ୍ୟତନ ହୋଇଛି
Terrorist

Terrorist

ଜମ୍ମୁ-କଶ୍ମୀରର କୁଲଗାମ ଅନ୍ତର୍ଗତ ଅଖଲ ଜଙ୍ଗଲରେ ଶୁକ୍ରବାର ରାତିରୁ ଜାରି ରଖି ଏନକାଉଣ୍ଟର। ଏଥିରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷାକର୍ମୀ ଘେରାବନ୍ଦୀ କରି ରଖିଛନ୍ତି। ଖୁବଶୀଘ୍ର ତା’କୁ ମଧ୍ୟ ନିପାତ କରାଯିବ। ଅପରେସନ ଅଖିଲ ଅଧୀନରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଥିବା ଭାରତୀୟ ସେନାର ଚିନାର କ୍ରପ୍ସ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି।

Advertisment

ସେନାର ସୂଚନା ଅନୁସାରେ, ନିହତ ଓ ସୁରକ୍ଷାକର୍ମୀଙ୍କ ଜାଲରେ ଫସିଥିବା ଆତଙ୍କବାଦୀ ଦ ରେଜିଷ୍ଟାନ୍ସ ପ୍ରଣ୍ଟ ବା ଟିଆରଏଫର ସଦସ୍ୟ। ଟିଆରଏଫ ହେଉଛି ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ଚ୍ଛାୟା ସଂଗଠନ। ଏପ୍ରିଲ ୨୨ରେ ଟିଆରଏଫର ଆତଙ୍କବାଦୀମାନେ ପହଲଗାମରେ ନରସଂହାର କରିଥିଲେ।

ଅଖଲ ଜଙ୍ଗଲରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ଶୁକ୍ରବାର ସନ୍ଧ୍ୟାରେ ଗୁଇନ୍ଦା ସୁଚନା ମିଳିଥିଲା। ଏହାପରେ ଭାରତୀୟ ସ୍ଥଳ ସେନା, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଏହାର ଜବାବ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

Advertisment

ଅଧିକାରୀଙ୍କ କହିବା କଥା ଯେ ଆତଙ୍କବାଦୀମାନେ ଶ୍ରୀନଗରର ଡାଚିଗାମ ଜାତୀୟ ଉଦ୍ୟାନ ଭିତରେ ଲୁଚି ରହିଥିବା ଜଣାପଡ଼ିଛି। ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ କର୍ଡନ କରିଥିବା ବେଳେ ଅପରେସନକୁ ଜୋରଦାର କରାଯାଇଛି। ବାକି ରହିଥିବା ଆତଙ୍କବାଦୀକୁ ଖତମ କରିବାକୁ ପ୍ରୟାସ ଚାଲିଛି।

ଏହାପୂର୍ବରୁ ସୋମବାର ଶ୍ରୀନଗରର ଡାଚିଗାମ ଜାତୀୟ ଉଦ୍ୟାନରେ ସୁରକ୍ଷାକର୍ମୀଙ୍କ ଅପରେସନ ମହାଦେବକୁ ବଡ଼ ସଫଳତା ମିଳିଥିଲା। ଏଥିରେ ୩ ପାକିସ୍ତାନୀ ଟିଆରଏଫ ଆତଙ୍କବାଦୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ଲସ୍କର କମାଣ୍ଡର ସୁଲେମାନ ଶାହ ଓରଫ ମୁସା ଫୌଜି ରହିଥିଲା। ମୁସା ପହଲଗାମ ନରସଂହାରର ମାଷ୍ଟରମାଇଣ୍ଡ ଥିଲା। ଆତଙ୍କବାଦୀଙ୍କ ଠିକଣାରୁ ୧୭ଟି ଗ୍ରେନେଡ, ଗୋଟିଏ ଏମ୪ କାରବାଇନ ଓ ୨ଟି ଏକେ ୪୭ ରାଇଫଲ ଜବତ ହୋଇଥିଲା।

ଗୁଇନ୍ଦା ତଥ୍ୟ କହୁଛି ଯେ ଉକ୍ତ ଅଞ୍ଚଳରେ ୬ ଜଣ ଟିଆରଏଫ ସଦସ୍ୟ ସକ୍ରିୟ ଥିଲେ। ଅପରେସନ ମହାଦେବରେ ୩ ଜଣ ନିହତ ହୋଇଥିବା ବେଳେ ଆଖି ଅଖିଲ ମାଧ୍ୟମରେ ୨ ଜଣ ଜଣଙ୍କ ମୁଣ୍ଡ ଗଡ଼ିଛି। ଏବେ ବି ସେଠାରେ ଆଉ ଜଣେ ଆତଙ୍କବାଦୀ ସକ୍ରିୟ ରହିଛି।

Jammu Kashmir Terrorist