Advertisment

Operation Sindoor: ‘ପାକ ବିଫଳତାକୁ ପଦାରେ ପକାଇଛି ଅପରେସନ ସିନ୍ଦୂର, ବାଧ୍ୟ ହୋଇ ସମ୍ବିଧାନରେ କରିଛି ପରିବର୍ତ୍ତନ’

ପାକିସ୍ତାନ ସମ୍ବିଧାନର ଧାରା ୨୪୩ରେ ସଂଶୋଧନ କରି ଦେଶର ଉଚ୍ଚ ପ୍ରତିରକ୍ଷା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଜେନେରାଲ ଚୌହାନ କହିଛନ୍ତି ଯେ ୩ ସେନା ମଧ୍ୟରେ ସମନ୍ୱୟ ରଖିବା ପାଇଁ ଯୁଗ୍ମ ଚିଫ ଅଫ ଷ୍ଟାଫ କମିଟିକୁ ଅଧ୍ୟକ୍ଷ ପଦବୀ ସଂପୂର୍ଣ୍ଣ ଭାବେ ଶେଷ କରିଦେଇଛି।

author-image
Hemant Lenka
CDS

ଅପରେସନ ସିନ୍ଦୂର

ଅପରେସନ ସିନ୍ଦୂର(Operation Sindoor) ବେଳେ ପାକିସ୍ତାନ ସାମ୍ନା କରିଥିବା ବିଫଳତା ଯୋଗୁ ବାଧ୍ୟ ହୋଇ ନିଜ ସମ୍ବିଧାନରେ ସଂଶୋଧନ କରିଥିବା କହିଛନ୍ତି ୩ ସେନାର ମୁଖ୍ୟ ଜେନେରାଲ ଅନୀଲ ଚୌହାନ। ପଡ଼ୋଶୀ ଦେଶ ଅପରେସନ ବେଳେ ଧରା ପଡ଼ିଥିବା ତ୍ରୁଟିକୁ ସମାଧାନ କରିବା ପାଇଁ ତରବରିଆ ଭାବେ ପରିବର୍ତ୍ତନ ଚାହୁଁଥିବା ଏଥିରୁ ସଙ୍କେତ ମିଳୁଥିବା ସେ କହିଛନ୍ତି। 

Advertisment

ପୁଣେ ପବ୍ଲିକ ପଲିସି କାର୍ଯ୍ୟକ୍ରମରେ ଜେନେରାଲ ଚୌହାନ କହିଛନ୍ତି ଯେ “ପାକିସ୍ତାନରେ ତରବରିଆ ଭାବେ ସମ୍ବିଧାନରେ କରାଯାଇଥିବା ସଂଶୋଧନ ଓ ଅନ୍ୟାନ୍ୟ ପରିବର୍ତ୍ତନ ବାସ୍ତବରେ ଅପରେସନ ବେଳେ ସବୁ କିଛି ସେମାନଙ୍କ ସପକ୍ଷରେ ଯାଇ ନଥିବାର ସ୍ୱୀକାରୋକ୍ତି। ସେମାନଙ୍କୁ ଅନେକ ବିଫଳତା ଓ ତ୍ରୁଟିର ସାମ୍ନା କରିବାକୁ ପଡ଼ିଥିଲା।” 

ପାକିସ୍ତାନ ସମ୍ବିଧାନର ଧାରା ୨୪୩ରେ ସଂଶୋଧନ କରି ଦେଶର ଉଚ୍ଚ ପ୍ରତିରକ୍ଷା ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଜେନେରାଲ ଚୌହାନ କହିଛନ୍ତି ଯେ ୩ ସେନା ମଧ୍ୟରେ ସମନ୍ୱୟ ରଖିବା ପାଇଁ ଯୁଗ୍ମ ଚିଫ ଅଫ ଷ୍ଟାଫ କମିଟିକୁ ଅଧ୍ୟକ୍ଷ ପଦବୀ ସଂପୂର୍ଣ୍ଣ ଭାବେ ଶେଷ କରିଦେଇଛି। ଏହା ବଦଳରେ ପାକିସ୍ତାନ ଚିଫ ଅଫ ଡିଫେନ୍ସ ଫୋର୍ସ ବା ସିଡିଏଫ ଗଠନ କରିଛି। ହେଲେ ଏହି ପଦବୀ କେବଳ ଚିଫ ଅଫ ଆର୍ମି ଷ୍ଟାଫ ତିଆରି କରିପାରିବେ। ଏହା ସମନ୍ୱୟର ମୂଳ ନୀତିର ବିରୋଧା ଆଚରଣ କରୁଥିବା ସେ କହିଛନ୍ତି। 

Advertisment

ସମ୍ବିଧାନରେ ସଂଶୋଧନ କରି ପାକିସ୍ତାନ ଗୋଟିଏ ରାଷ୍ଟ୍ରୀୟ ରଣନୀତି କମାଣ୍ଡ ଓ ଗୋଟିଏ ଆର୍ମି ରକେଟ ଫୋର୍ସ କମାଣ୍ଡ ମଧ୍ୟ ତିଆରି କରିଛି। ସିଡିଏସ୍‌ ଜେନେରାଲ ଚୌହାନ କହିଛନ୍ତି ଯେ “ପାରମ୍ପରିକ ଓ ରଣନୀତି ଦୃଷ୍ଟିରୁ ଏହାଦ୍ୱାରା ସେମାନଙ୍କ କ୍ଷମତାକୁ ମଜବୁତ ହୋଇପାରେ। ଏହି ନୂଆ ପଦବୀ ତିଆରି କରି ସେମାନେ ମୂଳ ରୂପରେ ଶକ୍ତିକୁ କେନ୍ଦ୍ରକୃତ କରିଛନ୍ତି।” 

ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ମେ’ ୬-୭ରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ବିବାଦ ଦେଖିବାକୁ ମିଳିଥିଲା। 

Operation Sindoor