୩ ସେନାର ପ୍ରଜ୍ଞାପନ ମେଢ଼
ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ବିରୋଧରେ ଭାରତ କରିଥିବା ସବୁଠାରୁ ବଡ଼ ସାମାରିକ କାର୍ଯ୍ୟାନୁଷ୍ଠାନ ଅପରେସନ ସିନ୍ଦୂରର ଝଲକ ସାଧାରଣତନ୍ତ୍ର ଦିବସ(Republic Day)ରେ ଦେଖିବାକୁ ମିଳିଛି। ୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଆୟୋଜିତ ପରେଡ ବେଳେ ୩ ସେନାର ମିଳିତ ପ୍ରଜ୍ଞାପନ ମେଢ଼ରେ ଦେଖିବାକୁ ମିଳିଛି ଅପରେସନ ସିନ୍ଦୂରର ପରାକ୍ରମ।
'Victory Through Jointness' ନାମକ ପ୍ରଜ୍ଞାପନ ମେଢ଼ ଜରିଆରେ ଭାରତୀୟ ସ୍ଥଳ ସେନା, ନୌସେନା ଓ ବାୟୁ ସେନାର ମିଳିତ ଯୁଦ୍ଧ ଶକ୍ତି, ଏକତା ଓ ସମକୀରଣ ସମ୍ପର୍କରେ ସଙ୍କେତ ଦିଆଯାଇଛି। ଯୁଦ୍ଧ ସମୟରେ ସମନ୍ୱିତ ଯୋଜନା, ମିଳିତ କାର୍ଯ୍ୟକାରୀତା ଓ ନିରନ୍ତର ସମନ୍ୱୟ ମାଧ୍ୟମରେ ନିର୍ଣ୍ଣାୟକ ପ୍ରତିକ୍ରିୟା ଦେବାରେ ଭାରତ ରଖିଥିବା ସଂକଳ୍ପକୁ ଏହି ମେଢ଼ ଦ୍ୱାରା ଦର୍ଶାଯାଇଛି।
ଅପରେସନ ସିନ୍ଦୂର ବେଳେ ବାୟୁସେନାର ସଠିକ ଏୟାର ଷ୍ଟ୍ରାଇକ, ସାମୁଦ୍ରିକ ପଥରେ ନୌସେନାର ପରାକ୍ରମ ଓ ସ୍ଥଳ ଭାଗରେ ଆର୍ମି ନେଇଥିବା କାର୍ଯ୍ୟାନୁଷ୍ଠାନକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରାଯାଇଛି। ଏହି ପ୍ରଜ୍ଞାପନ ମେଢ଼ ଭାରତୀୟ ସୁରକ୍ଷା ବାହିନୀର ଭବିଷ୍ୟତ ପ୍ରସ୍ତୁତି, ଟେକ୍ନୋଲୋଜି ଓ ମିଶନ ଉପଯୋଗୀ ଫୋର୍ସର ସଙ୍କେତ ଦେଇଛି।
ମେ’ ୭ ତାରିଖ ଭୋର ସମୟରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା। ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ଅପରେସନ ସିନ୍ଦୂର କରିଥିଲା।
ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ସେନା ହମଲା କରିଥିବା ବେଳେ ପାକିସ୍ତାନ ଏହାର ଜବାବ ଦେବାକୁ ଆଗେଇ ଆସିଥିଲା। ଏଥିଯୋଗୁ ୨ ଦେଶ ମଧ୍ୟରେ ପ୍ରାୟ ୪ ଦିନ ଧରି ସାମରିକ ବିବାଦ ଦେଖିବାକୁ ମିଳିଥିଲା। ପାକିସ୍ତାନର ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ ଓ ଏୟାର ବେସକୁ ଭାରତୀୟ ସେନା ଧ୍ୱଂସ କରିଥିଲା।
ବ୍ୟାପକ କ୍ଷୟକ୍ଷତି ସହିବା ପରେ ମେ’ ୧୦ରେ ପାକିସ୍ତାନ ଯୁଦ୍ଧ ବିରତି ଲାଗୁ କରିବାକୁ ଅନୁରୋଧ କରିଥିଲା। ଭାରତୀୟ ସେନା ମଧ୍ୟ ଏଥିରେ ରାଜି ହୋଇଥିଲା। ଦୁଇ ଦେଶର ଡିଜିଏମଓ ପରସ୍ପର ସହ କତା ହେବାରୁ ବିବାଦ ଥମିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/26/army-2026-01-26-12-41-15.jpg)