Advertisment

ଜୁଲାଇ ୨୯ରୁ ସଂସଦରେ ଅପରେସନ ସିନ୍ଦୂର ବିତର୍କ

ଅପରେସନ ସିନ୍ଦୂର ଓ ପହଲଗାମ ନରସଂହାର ଉପରେ ବିରୋଧୀ ସରକାରଙ୍କ ଠାରୁ ଜବାବ ମାଗୁଛନ୍ତି। ବିତର୍କ ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଜବାବ ରଖିବେ।

author-image
Hemant Lenka
Op

Op

ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ଅପରେସନ ସିନ୍ଦୂରକୁ ନେଇ ସଂସଦରେ ହେବ ବିତର୍କ। ବିରୋଧୀ ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ଦାବି କରି ଆସୁଥିଲେ। ଏବେ ଜୁଲାଇ ୨୯ରୁ ସଂସଦରେ ଏହା ଉପରେ ବିତର୍କ ହେବ। ଲୋକସଭାରେ ଏହି ପ୍ରସଙ୍ଗରେ ବିତର୍କ ପାଇଁ ୧୬ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟସଭାରେ ମଧ୍ୟ ୧୬ ଘଣ୍ଟା ଧରି ଅପରେସନ ସିନ୍ଦୂର ଉପରେ ଜୋରଦାର ଆଲୋଚନା ହେବ।

Advertisment

ଅପରେସନ ସିନ୍ଦୂର ଓ ପହଲଗାମ ନରସଂହାର ଉପରେ ବିରୋଧୀ ସରକାରଙ୍କ ଠାରୁ ଜବାବ ମାଗୁଛନ୍ତି। ବିତର୍କ ବେଳେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ଜବାବ ରଖିବେ।

ଲୋକସଭାରେ ଆସନ୍ତା ସୋମବାର ଠାରୁ ଅପରେସନ ସିନ୍ଦୂର ଉପରେ ବିତର୍କ ଆରମ୍ଭ ହେବ। ରାଜ୍ୟସଭାରେ ମଙ୍ଗଳବାର ଠାରୁ ସଦସ୍ୟମାନେ ବିତର୍କ କରିବେ। ସରକାର ବିତର୍କ ପାଇଁ ସମୟ ଧାର୍ଯ୍ୟ କରିଥିଲେ ହେଁ ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନେ ଆସନ୍ତାକାଲି ଠାରୁ ହିଁ ବିତର୍କ ଆରମ୍ଭ କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତରେ ଆଜି ଠାରୁ ଯାଇଥିବାରୁ ସରକାର ବିରୋଧୀଙ୍କ ଜିଦକୁ ଟାଳି ଦେଇଛନ୍ତି।

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୫ ଥର ସେ ହିଁ ଭାରତ-ପାକିସ୍ତାନକୁ ଯୁଦ୍ଧ ବିରତି ପାଇଁ ରାଜି କରାଇଥିବା ଦାବି କରି ଚାଲିଛନ୍ତି। ବିରୋଧୀ ଏହି ବୟାନକୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଚାହୁଁଛନ୍ତି। ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଆରମ୍ଭ ହୋଇଛି।

ପ୍ରଥମ ଦିନରୁ ଅପରେସନ ସିନ୍ଦୂରକୁ ନେଇ ବିତର୍କ ଦାବି କରି ଚାଲିଛନ୍ତି ବିରୋଧୀ। ଏଥିଯୋଗୁ ଗୃହ କାର୍ଯ୍ୟ ମଧ୍ୟ ଠିକ ଭାବେ ଚାଲି ପାରୁନାହିଁ। ଗୃହ ବାରମ୍ବାର ମୁଲତବୀ ହେବାରେ ଲାଗିଛନ୍ତି। ଅପରେସନ ସିନ୍ଦୂର ବ୍ୟତୀତ ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନକୁ ମଧ୍ୟ ବିରୋଧୀ ବିରୋଧ କରୁଛନ୍ତି।

ଏବେ ସରକାର ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ରାଜି ହୋଇଛନ୍ତି। ନିଜର ପକ୍ଷ ରଖିବା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିତର୍କ ପୂର୍ବରୁ ସିଡିଏସ୍‌ ଜେନେରାଲ ଅନୀଲ ଚୌହାନ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଓ ୩ ସେନା ବାହିନୀର ମୁଖ୍ୟମାନଙ୍କ ସହ ବୈଠକ କରିଥିଲେ। ସେମାନଙ୍କ ସହ ମିଶି ସରକାର ନିଜର ଜବାବ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁଲାଇ ୨୬ରେ ପୂରା ଦେଶ କାର୍ଗିଲ ବିଜୟ ଦିବସ ପାଳନ କରିବ। ଏହାର ଦିନକ ପରେ ସରକାର ଅପରେସନ ସିନ୍ଦୂର ଉପରେ ବିତର୍କ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

Lok Sabha Operation Sindoor Rajya Sabha Parliament Monsoon Session