Guddar
ଜମ୍ମୁ-କଶ୍ମୀରର କୁଲଗାମରେ ଚାଲିଥିବା ଅପରେସନ ଗୁଡ୍ଡରକୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଲିଛନ୍ତି ୨ ଜଣ ଆତଙ୍କବାଦୀ। ସେମାନଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ମିଳିଛି। ଏହି ଅପରେସନରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜମ୍ମୁ-କଶ୍ମୀର ପୁଲିସର କହିବା କଥା ଯେ କୁଲଗାମର ଗୁଡ୍ଡର ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ଆର୍ମି, ସିଆରପିଏଫ ଓ ସ୍ଥାନୀୟ ପୁଲିସ୍ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ଗୁଡ୍ଡର ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଉଥିବାରୁ ଅପରେସନର ନାଁ ଗୁଡ୍ଡର ରହିଥିଲା। ସର୍ଚ୍ଚ ଅପରେସନ ପରବର୍ତ୍ତୀ ସମୟରେ ଏନକାଉଣ୍ଟରର ରୂପ ନେଇଥିଲା।
ଜଙ୍ଗଲରେ ଲୁଚି ଥିବା ଆତଙ୍କବାଦୀମାନେ ଗୁଳି ମାଡ଼ କରିବାରୁ ଏହାର ଜବାବ ସୁରକ୍ଷାକର୍ମୀ ଦେଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ବେଶ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଜେସିଓଙ୍କ ଦେହରେ ଗୁଳି ମାଡ଼ ହୋଇଛି।
ସୁରକ୍ଷାକର୍ମୀ ଏବେ ନିହତ ଆତଙ୍କବାଦୀଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛନ୍ତି। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଥିବା ଚିନାର କ୍ରପ୍ସ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Guddar_1757332171.jpg)