Advertisment

ଅପରେସନ ଶିବଶକ୍ତି: ଟଳିଲେ ୨ ଆତଙ୍କବାଦୀ

୨ ଜଣ ଆତଙ୍କୀ ପ୍ରାଣ ହରାଇଥିଲେ ହେଁ ଏଲଓସି ନିକଟ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି।

author-image
Hemant Lenka
army

army

ଅପରେସନ ମହାଦେବ ପରେ ଅପରେସନ ଶିବଶକ୍ତି। ଭାରତୀୟ ସେନାର ଅପରେସନ ଶିବଶକ୍ତିକୁ ମିଳିଛି ସଫଳତା। ଅପରେସନ ଶିବଶକ୍ତି ଜରିଆରେ ଟଳିଛନ୍ତି ୨ ଜଣ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ହୋଇଥିବା ଅପରେସନରେ ୨ ଜଣ ଆଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ୨ ଜଣ ଆତଙ୍କୀ ପ୍ରାଣ ହରାଇଥିଲେ ହେଁ ଏଲଓସି ନିକଟ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି।

Advertisment

ମିଡିଆ ରିପୋର୍ଟ ଅନୁସାରେ, ଏଲଓସି ନିକଟରେ ଭାରତୀୟ ସେନା ବୁଧବାର ସକାଳେ ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୀମାର ଘଞ୍ଚ ଜଙ୍ଗଲ ଅଞ୍ଚଳରେ ସନ୍ଦିଗ୍ଧ ଗତିବିଧି ଠାବ କରିଥିଲେ। ୨ ଜଣଙ୍କୁ ଦେଖିବା ମାତ୍ରେ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ୨ ଆତଙ୍କବାଦୀ ଗୁଳି ମାଡ଼ ଆରମ୍ଭ କରି ଦେଇଥିଲେ। ଏହାର ଜବାବ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ବେଶ କିଛି ସମୟର ଗୁଳି ବିନିମୟ ପରେ ୨ ଜଣ ଯାକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

ଭାରତୀୟ ସେନାର ହ୍ୱାଇଟ ନାଇଟ କ୍ରପ୍ସ ପକ୍ଷରୁ ଏହାର ନାଁ ଅପରେସନ ଶିବଶକ୍ତି ରଖାଯାଇଛି। ଏକ୍ସ ଜରିଆରେ କ୍ରପ୍ସ ପକ୍ଷରୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଥିବା କୁହାଯାଇଛି। ନିହତ ୨ ଆତଙ୍କବାଦୀଙ୍କ ଠାରୁ ୩ଟି ବନ୍ଧୁତ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗୁଇନ୍ଦା ତଥ୍ୟ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ସହାୟତାରେ ଅଫରେସନ ସଫଳ ହୋଇଥିବା କ୍ରପ୍ସ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଏହାପୂର୍ବରୁ ଅର୍ଥାତ ସୋମବାର ଭାରତୀୟ ସେନା ଶ୍ରୀନଗର ଉପକଣ୍ଠରେ ଅପରେସନ ମହାଦେବ କରିଥିଲା। ଏହି ଅପରେସନରେ ଏପ୍ରିଲ ୨୨ ପହଲଗାମ ହମଲାରେ ସାମିଲ ଥିବା ୩ ଆତଙ୍କବାଦୀ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ପହଲଗାମ ହମଲାର ମାଷ୍ଟରମାଇଣ୍ଡ ସୁଲେମାନ ଶାହ ଓରଫ ହାଶିମ ମୁସା ରହିଥିଲା। ଏକଥା ମଙ୍ଗଳବାର ଲୋକସଭାରେ ପୂରା ଦେଶକୁ ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଥିଲେ।

Terror Attack Jammu Kashmir