Advertisment

ଆଦାନି ବିରୋଧୀ ରାଲିର ବାଟ ଓଗାଳିଲା ପୁଲିସ୍‌, ଆନ୍ଦୋଳନ ବନ୍ଦ କଲେ ୧୮ ଦଳର ସଦସ୍ୟ

ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସ ପାଖରେ ପହଞ୍ଚ ଆଦାନି-ହିଣ୍ଡେନବର୍ଗ ବିବାଦର ତଦନ୍ତ ଦାବି କରିଥାଆନ୍ତେ।

author-image
Hemant Lenka
 Adani Row

Adani Row

ଆଦାନି ଗ୍ରୁପ ବିରୋଧରେ ତଦନ୍ତ ଦାବି କରି ୧୮ଟି ବିରୋଧୀ ଦଳ ପକ୍ଷରୁ ଆଜି ଆରମ୍ଭ ହୋଇଥିବା ବିକ୍ଷୋଭ ଶୋଭାଯାତ୍ରାର ବାଟ ଓଗାଳିଛି ଦିଲ୍ଲୀ ପୁଲିସ। ଆଜି ମଧ୍ୟାହ୍ନରେ ୧୮ଟି ବିରୋଧୀ ଦଳର ସଦସ୍ୟ ଓ ସାଂସଦମାନେ ସଂସଦ ଭବନରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ।

Advertisment

ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସ ପାଖରେ ପହଞ୍ଚ ଆଦାନି-ହିଣ୍ଡେନବର୍ଗ ବିବାଦର ତଦନ୍ତ ଦାବି କରିଥାଆନ୍ତେ। ଏଥିସହ ବିଜେପି କେମିତି ନିଜର ରାଜନୀତିକ ଫାଇଦା ହାସଲ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛିଳ ସେକଥା ଉତ୍ଥାନ କରିଥାଆନ୍ତେ।

ତେବେ ଶୋଭାଯାତ୍ରା ପୂର୍ବରୁ ବିରୋଧୀ ସଦସ୍ୟଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ପୁଲିସ୍‌ ବ୍ୟାରିକେଡ ଲଗାଇଥିଲା। ନେତାମାନେ ଇଡି ଅଫିସ ଆଡ଼କୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ସେମାନେ ଆଗକୁ ଯାଇ ନ ପାରିବାରୁ ନିଜର ଆନ୍ଦୋଳନକୁ ବନ୍ଦ କରି ଦେଇଥିଲେ।

Advertisment

ଏହାପରେ ସଂସଦ ଭିତରକୁ ଚାଲି ଯାଇଥିଲେ। ବିରୋଧୀ ଦଳଗୁଡ଼ିକ ଏବେ ଇଡି ମୁଖ୍ୟଙ୍କୁ ଭେଟ କରିବାକୁ ସମୟ ମାଗିଛନ୍ତି। ଏହାବାଦ ସେମାନେ ମିଳିତ ଭାବେ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଦାଖଲ କରିବ ବୋଲି କହିଛନ୍ତି।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, “ଆମକୁ ସେମାନେ ଅଟକାଇଛନ୍ତି। ଆମେ ୨୦୦ ଜଣ ଥିବା ବେଳେ ସେମାନେ ୨ ହଜାର। ସେମାନେ ଆମ ସ୍ୱରକୁ ଚାପି ଦେବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ସେମାନେ ଗଣତନ୍ତ୍ର କଥା କହୁଛନ୍ତି। ଯଦି କେହି କୌଣସି ବିତର୍କ କିମ୍ବା ସେମିନାରରେ ଏହି ପ୍ରସଙ୍ଗ ଉଠାଉଛି, ତା’ହେଲେ ସେମାନା ଦେଶଦ୍ରୋହୀ କହୁଛନ୍ତି।”

୧୮ଟି ବିରୋଧୀ ଦଳ ବିକ୍ଷୋଭରେ ସାମିଲ ହୋଇଥିଲେ ମଧ୍ୟ ମମତା ବାନାର୍ଜୀଙ୍କ ଟିଏମସି ଓ ଶରଦ ପାୱାରଙ୍କ ଏନସିପି ଏଥିରେ ଯୋଗ ଦେଇ ନଥିଲେ।

Delhi Gautam Adani Opposition Adani Enterprises