Advertisment

‘ବିରୋଧୀ ଗୋଷ୍ଠୀ ଏକାଠି ଅଛନ୍ତି, କେବଳ ଡିଲ୍‌ ଫାଇନାଲ ହେବା ବାକି’

ଗତକାଲି ୱାଶିଂଟନରେ ନ୍ୟାସନାଲ ପ୍ରେସ୍‌ କ୍ଲବକୁ ସମ୍ବୋଧନ କରି ରାହୁଲ ଗାନ୍ଧି ଦେଶରେ ବିପକ୍ଷ ଗୋଷ୍ଠିର ଶକ୍ତି ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଆଗାମୀ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

author-image
Niharika Rout
Rahul Gandhi

Rahul Gandhi

୩ ଦିନିଆ ଆମେରିକା ଗସ୍ତରେ ଥିବା ରାହୁଲ ଗାନ୍ଧିଙ୍କ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ସମଗ୍ର ଦେଶରେ ରାଜନୈତିକ ହଲଚଲ ସୃଷ୍ଟି କରିଛି। ପୂର୍ବରୁ ମୋଦି ତଥା ବିଜେପିକୁ ବିଦେଶୀ ମାଟିରେ ରାହୁଲ ଗାନ୍ଧି କଡ଼ା ସମାଲୋଚନା କରୁଥିବା ବେଳେ ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।

Advertisment

ଗତକାଲି ୱାଶିଂଟନରେ ନ୍ୟାସନାଲ ପ୍ରେସ୍‌ କ୍ଲବକୁ ସମ୍ବୋଧନ କରି ରାହୁଲ ଗାନ୍ଧି ଦେଶରେ ବିପକ୍ଷ ଗୋଷ୍ଠିର ଶକ୍ତି ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଆଗାମୀ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିନିମନ୍ତେ କେବଳ ନେଣଦେଣ ଡିଲ୍‌ ଫାଇନାଲ ହେବା ବାକି ଅଛି ବୋଲି ପ୍ରକାଶ କରିଛନ୍ତି।

ଏହି ଅବସରରେ କଂଗ୍ରେସ ନେତା କହିଛନ୍ତି, ଦେଶରେ ଏକ ଅନ୍ତର୍ନିହିତ ବିଦ୍ୟୁତ୍‌ ପ୍ରବାହିତ ହେଉଛି। ଆସନ୍ତା ଲୋକସଭା ନିର୍ବାଚନରେ ଏହାର ଫଳାଫଳ ଦେଖି ସମସ୍ତେ ଚକିତ ରହିଯିବେ। ଦେଶରେ ବିରୋଧୀ ଗୋଷ୍ଠି ଏକାଠି ହୋଇ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛନ୍ତି। ସବୁ ବିରୋଧୀ ଦଳଙ୍କ ସହ ଆଲୋଚନା ଚାଲିଛି। ସମସ୍ତଙ୍କ ଲକ୍ଷ୍ୟ ଏକ । ଆଉ ଏହାର ଫଳାଫଳ ଭଲ ଆସିବ ବୋଲି ଆଶା କରୁଛୁ।

Advertisment

ଏଥିସହ ସେ କହିଛନ୍ତି, ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ସମାନ ଚିନ୍ତାଧାରର ରାଜନୈତିକ ପାର୍ଟି ଏକାଠି ହେବାରେ ଲାଗିଛନ୍ତି। ଆସନ୍ତା ୧୨ ତାରିଖରେ ବିରୋଧୀଙ୍କର ଏକ ମହାସମାବେଶ ବିହାର ରାଜଧାନୀ ପାଟନାରେ ଆୟୋଜିତ ହେବ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ମିଟିଂକୁ ଅଧ୍ୟକ୍ଷତା କରିବେ।

ବିଭିନ୍ନ ରାଜନୈତକି ପାର୍ଟି ମଧ୍ୟରେ ହେବାକୁ ଥିବା ଏହି ଆଲୋଚନା ସାମାନ୍ୟ ଜଟିଳ ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ଅବସରରେ ଶାସକ ଦଳ ବିରୋଧରେ ହେବାକୁ ଥିବା ଆନ୍ଦୋଳନର ମୂଳଦୁଆ ପଡ଼ିବ। ଏଥିନିମନ୍ତେ ପରସ୍ପର ମଧ୍ୟରେ ବୁଝାମଣା ଦୃଢ ରହିବା ସହ ନେଣଦେଣ ବି ଫାଇନାଲ୍‌ ହେବ । ଏହା ପରେ ହିଁ ବିରୋଧୀ ଏକାଠି ହୋଇ ମିଳିତ ଭାବେ ଜୋଶ୍‌ର ସହ ଲଢ଼ିବେ ବୋଲି କହିଛନ୍ତି ୫୨ ବର୍ଷ ବୟସ୍କ କଂଗ୍ରେସ ନେତା।

କର୍ଣ୍ଣାଟକା ବିଧାନସଭାରେ କଂଗ୍ରେସ କ୍ଲିନ୍‌ ସୁଇପ୍‌ ମାରିଥିବା ବେଳେ ଏଥିରେ ବେଶ୍‌ ଉତ୍ସାହିତ ଥିବା ରାହୁଲ ଗାନ୍ଧି କହିଛନ୍ତି, ଆଗାମୀ ୩,୪ଟି ରାଜ୍ୟର ବିଧାନସଭା ଫଳାଫଳକୁ ଅପେକ୍ଷା କର । ଏହା ସମଗ୍ର ଦେଶବାସୀଙ୍କୁ ଖୁବ୍‌ ଭଲ ସଙ୍କେତ ଦେବ ।

ଶାସକ ଦଳ ଉପରେ ସାଂଘାତିକ ଆରୋପ ଲଗାଇ ରାହୁଲ ଗାନ୍ଧି କହିଛନ୍ତି, ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଏପରିକି ଗଣମାଧ୍ୟମ ଉପରେ ବି ଶାସକ ଦଳର ନିୟନ୍ତ୍ରଣ ରହିଛି। ଏହା ଗଣତନ୍ତ୍ର ପ୍ରତି ଖୁବ୍‌ ବିପଦ । ପଦଯାତ୍ରା ବେଳେ ମୁଁ ଲୋକଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଛି। ଦେଶରେ ବେରୋଜଗାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଲୋକଙ୍କୁ କଲବଲ କରୁଥିବା ବେଳେ ଏପରି ପ୍ରସଙ୍ଗ କିନ୍ତୁ ମିଡିଆରେ ସ୍ଥାନ ପାଉ ନାହିଁ।

Bjp Congress Rahul Gandhi