Advertisment

ଆଇ-ଫୋନକୁ ଆସିଲା ଆଲର୍ଟ ମେସେଜ, ସରକାର ଫୋନ୍ ହ୍ୟାକ୍ କରୁଥିବା ଅଭିଯୋଗ

ଆପଲ୍‌ କମ୍ପାନୀ ନିଜେ ଏହି ମେସେଜ ପଠାଇ ଫୋନ୍‌ ହ୍ୟାକ୍‌ କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି ବୋଲି ଏହି ନେତାମାନେ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Opposition Leaders

Opposition Leaders

Advertisment

ଆଇ-ଫୋନ୍‌କୁ ଆସିଲା ଆଲର୍ଟ ମେସେଜ। ଏହାପରେ ହଡବଡେଇ ଗଲେ ବିରୋଧୀ। ସରକାର ତାଙ୍କ ଫୋନ୍‌ ଓ ଇ-ମେଲ୍‌ ହ୍ୟାକ୍ କରିନେଉଥିବା ଆଣିଲେ ଅଭିଯୋଗ। କ୍ୟାସ୍‌ ଫର୍ କ୍ୱେରି ମାମଲାରେ ଫସିଥିବା ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ମୋଦି ସରକାରଙ୍କ ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସରକାର ତାଙ୍କ ଫୋନ୍ ଓ ଇ-ମେଲ୍‌କୁ ହ୍ୟାକ୍‌ କରିବାକୁ ଚେଷ୍ଟା କରୁଥିବା ସେ ଦାବି କରିଛନ୍ତି।

Advertisment

ମହୁଆ କହିଛନ୍ତି, 'APPLE ରୁ ମୁଁ ଏକ ଆଲର୍ଟ ମେସେଜ ଏବଂ ଇମେଲ୍ ପାଇଛି। ସରକାର ମୋ ଫୋନ୍ ଏବଂ ଇମେଲ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି।' ମହୁଆଙ୍କ ବ୍ୟତୀତ କଂଗ୍ରେସ ସାଂସଦ ଶଶି ଥରୁର, ପୱନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚାର୍ତୁବେଦୀ ମଧ୍ୟ ନିଜ ଫୋନକୁ ଆସିଥିବା ଏଭଳି ଆଲର୍ଟ ମେସେଜର ସ୍କ୍ରିନସଟ ସେୟାର କରିଛନ୍ତି। ଏମାନେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।

ଫୋନ୍‌କୁ ଆସିଥିବା ଏହି ଆଲର୍ଟ ମେସେଜରେ କୁହାଯାଇଛି, 'ଯଦି ଆପଣଙ୍କ ଡିଭାଇସ୍‌ ସହ କୌଣସି ରାଜ୍ୟ ପ୍ରାୟୋଜିତ ଆକ୍ରମଣକାରୀଙ୍କ ଦ୍ୱାରା ହ୍ୟାକ୍‌ କରାଯାଇଛି, ତେବେ ସେମାନେ ହୁଏତ ଆପଣଙ୍କ ଫୋନ୍‌ରୁ ସମ୍ବେଦନଶୀଳ ତଥ୍ୟ, ଯୋଗାଯୋଗ କିମ୍ବା କ୍ୟାମେରା ଏବଂ ମାଇକ୍ରୋଫୋନ୍ ଆକ୍ସେସ୍ କରିପାରିବେ।'

Advertisment

ଆପଲ୍‌ କମ୍ପାନୀ ନିଜେ ଏହି ମେସେଜ ପଠାଇ ଫୋନ୍‌ ହ୍ୟାକ୍‌ କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି ବୋଲି ଏହି ନେତାମାନେ ଦାବି କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରେ ତିନି ଜଣଙ୍କୁ ମଧ୍ୟ ସମାନ ମେସେଜ ମିଳିଛି। କେବଳ ସେତିକି ନୁହେଁ ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କ ଫୋନ୍‌କୁ ମଧ୍ୟ ଏହି ସତର୍କ ମେସେଜ ଆସିଛି।

ଏହି ମେସେଜ ଆସିବା ପରେ ସରକାରଙ୍କୁ ବିରୋଧୀ ଟାର୍ଗେଟ୍‌ କରିଛନ୍ତି। ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ଗୃହମନ୍ତ୍ରୀଙ୍କୁ ଏହି ମେସେଜର ସ୍କ୍ରିନ୍‌ ସଟ୍‌ ଟ୍ୟାଗ୍‌ କରି ଲେଖିଛନ୍ତି, ଆଦାନୀ ଏବଂ ପିଏମଓ ଲୋକ, ଯେଉଁମାନେ ମୋତେ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ତୁମର ଭୟକୁ ଦେଖି ମୋତେ ଦୟା ଲାଗୁଛି। ସେ କହିଛନ୍ତି, ଶିବସେନା ସାଂସଦ ପ୍ରିୟଙ୍କା ଚାତୁର୍ବେଦୀ, ମୁଁ ଏବଂ INDIA ମିଳିତ ମଞ୍ଚର ଅନ୍ୟ ତିନିଜଣ ନେତାଙ୍କୁ ଏହି ସମାନ ସତର୍କ ସୂଚନା ମିଳିଛି।

ସେପଟେ ଫୋନ୍‌ ହ୍ୟାକ୍ ଅଭିଯୋଗ ଆସିବା ପରେ ସରକାରୀ ସୂତ୍ରରୁ କୁହାଯାଇଛି ଯେ,ଆପଲର ଆଲଗୋରିଦମରେ ତ୍ରୁଟି ହେତୁ ଏହି ସତର୍କ ତଥା ଆଲର୍ଟ ମେସେଜ ଆସିଛି। ସରକାର ଖୁବ ଶୀଘ୍ର ଏ ସମ୍ପର୍କରେ ନିଜର ବିବୃତ୍ତି ଜାରି କରିବେ। 

Iphone Mahua Moitra Apple PM Modi Alert Message
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe