/odisha-reporter/media/post_attachments/uploadimage/library/16_9/16_9_0/IMAGE_1679322819.jpg)
Rahul Gandhi
ନୂଆଦିଲ୍ଲୀ: ଏକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରସଙ୍ଗରେ ଆଜି କଂଗ୍ରେସ ବିରୋଧୀ ଦଳ ନେତାଙ୍କ ବୈଠକ ଡାକିଛି। ଆଜି ସକାଳ ୧୦ଟାରୁ ଏହି ବୈଠକ ଆରମ୍ଭ ହେବା ନେଇ ଆଶା କରାଯାଉଛି। ୫୨ ବର୍ଷୀୟ ରାହୁଲ ଗାନ୍ଧି ୨୦୧୯ ସାଧାରଣ ନିର୍ବାଚନରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ମୋଦିଙ୍କ ସାଙ୍ଗ୍ୟାକୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ରାହୁଲ କହିଥିଲେ ସବୁ ମୋଦି ସାଙ୍ଗ୍ୟାଧାରୀ ମୋଦି ହେଉଛନ୍ତି ଚୋର। ଏହି ବୟାନକୁ ନେଇ ଜଣେ ବିଜେପି ନେତା କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଗତକାଲି କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାରେ ରହୁଲ ଗାନ୍ଧିଙ୍କୁ ଜାମିନ ମିଳିଥିବା ବେଳେ ୩୦ ଦିନ ମଧ୍ୟରେ ଆବେଦନ କରିବାକୁ ସମୟ ଦିଆଯାଇଛି।
କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ଏହା କେବଳ ଆଇନଗତ ପ୍ରସଙ୍ଗ ନୁହେଁ, ଏହା ମଧ୍ୟ ଏକ ଗୁରୁତର ରାଜନୈତିକ ପ୍ରସଙ୍ଗ, ଯାହା ଆମ ଗଣତନ୍ତ୍ରର ଭବିଷ୍ୟତ ସହିତ ଜଡିତ। ଏହା ମୋଦି ସରକାରଙ୍କ ପ୍ରତିଶୋଧମୂଳକ ରାଜନୀତି, ଧମକ ରାଜନୀତି, ଭୟଭୀତ ରାଜନୀତିର ଏକ ନଗ୍ନ ଉଦାହରଣ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଗତକାଲି ସନ୍ଧ୍ୟାରେ ଦଳ ଏହାର ରଣନୀତି ବିଷୟରେ ଆଲୋଚନା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ବାସଭବନରେ ପ୍ରାୟ ଦୁଇ ଘଣ୍ଟା ଧରି ଏହି ପ୍ରସଙ୍ଗରେ ଆଲୋଚନା ଚାଲିଥିଲା ​​। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସବୁ ରାଜ୍ୟରେ ଆନ୍ଦୋଳନ କରାଯିବ। ସେହିପରି ଆଜି ସମସ୍ତ ବିରୋଧୀ ଦଳ ସଂସଦରୁ ରାଷ୍ଟ୍ରପତି ଭବନକୁ ଯିବେ। ରାଷ୍ଟ୍ରପତିଙ୍କ ନିକଟରେ ମାମଲା ଉପସ୍ଥାପନା କରିବାକୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମୟ ମାଗିଛନ୍ତି। ସୋମବାରଠାରୁ ମୁଖ୍ୟ ବିରୋଧୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଦିଲ୍ଲୀ ଏବଂ ଅନ୍ୟାନ୍ୟ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେପଟେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ ମାମଲା, କୋର୍ଟରେ ପହଂଚିବା ପରେ ହାଜର ହୋଇଛନ୍ତି ରାହୁଲ । ୪ ବର୍ଷ ତଳର ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ, ୨ ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି କୋର୍ଟ । ଅବଶ୍ୟ ରାହୁଲ ଗାନ୍ଧୀଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । କିନ୍ତୁ ରାହୁଲ ଗାନ୍ଧୀଙ୍କ ପାଇଁ ବଡ ସମସ୍ୟ ସୃଷ୍ଟି କରିଛି କୋର୍ଟଙ୍କ ଆଭିମୁଖ୍ୟ ।
୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ‘ମୋଦୀ ସରନେମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ଠକେଇ ଅଭିଯୁକ୍ତ ନୀରବ ମୋଦୀ, ଲଳିତ ମୋଦୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁକୁ ଯୋଡି କହିଥିଲେ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦୀ । ରାହୁଲଙ୍କ ବାୟନ ପୂରା ମୋଦୀ ସମାଜ ପାଇଁ ଅପମାନ ବୋଲି ସେ ଅଭିଯୋଗ କରିଥିଲେ । ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ୨୦୨୪ ନିର୍ବାଚନ ଲଢିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
