Advertisment

ୱାକଫ ବିଲ୍‌ ମିଟିଂ ଅଧାରୁ ଉଠି ଆସିଲେ ବିରୋଧୀ ସାଂସଦ, ଆଣିଲେ ଏମିତି ଅଭିଯୋଗ

କମିଟି ସଂସଦରେ ପ୍ରଦତ୍ତ ନିୟମ ଓ ନୀତି ଅନୁସାରେ କାର୍ଯ୍ୟ କରୁ ନଥିବା ବିରୋଧୀ ଦଳର ସାଂସଦମାନେ ଅଭିଯୋଗ କରିଛନ୍ତି।

author-image
Hemant Lenka
MP

MP

ୱାକଫ(ସଂଶୋଧିତ) ବିଲ୍‌ର ଯାଞ୍ଚ ପାଇଁ ଗଠିତ ସଂସଦର ଯୁଗ୍ମ କମିଟି(ଜେପିସି) ବୈଠକରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଅନେକ ବିରୋଧୀ ଦଳର ସାଂସଦମାନେ ବୈଠକକୁ ବୟକଟ କରିବା ସହ ଅଧାରୁ ଉଠି ଚାଲି ଆସିଛନ୍ତି। କମିଟି ସଂସଦରେ ପ୍ରଦତ୍ତ ନିୟମ ଓ ନୀତି ଅନୁସାରେ କାର୍ଯ୍ୟ କରୁ ନଥିବା ବିରୋଧୀ ଦଳର ସାଂସଦମାନେ ଅଭିଯୋଗ କରିଛନ୍ତି।

Advertisment

ବୈଠକ ଅଧାରୁ ଉଠି ସାଂସଦଙ୍କ ମଧ୍ୟରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଇମରାନ ମସୁଦ, ଡିଏମକେର ଏ ରାଜା, ଶିବସେନା(ଉଦ୍ଧବ ଠାକରେ) ଅରିବନ୍ଦ ସାୱନ୍ତ, ଏଆଇଏମଆଇଏମ ଅସାଦୁଦ୍ଦିନ ଓୱେସୀ, ସପା ସାଂସଦ ମୋହିବୁଲ୍ଲା ଓ ଆପ ସାଂସଦ ସଞ୍ଜୟ ସିଂହ ପ୍ରମୁଖ ରହିଛନ୍ତି। ପ୍ୟାନେଲ ଯେମିତି କାର୍ଯ୍ୟ କରିବା ଆରମ୍ଭ କରିଥିଲା, ତା’କୁ ବିରୋଧ କରି ସାଂସଦମାନେ ବୈଠକରୁ ଉଠି ଆସିଥିବା କହିଛନ୍ତି।

ବୈଠକ ଅଧାରୁ ଛାଡ଼ି ଆସିବା ପରେ ଅରବିନ୍ଦ ସାୱନ୍ତ ଅଭିଯୋଗ କରିଛନ୍ତି ଯେ ସଂସଦରେ ପ୍ରଦତ୍ତ ନୀତି ଅନୁସାରେ କମିଟି କାର୍ଯ୍ୟ କରି ନଥିଲା। ବୈଠକ ବେଳେ ବ୍ୟକ୍ତିଗତ ଆକ୍ଷେପକୁ ଅନୁମତି ଦିଆଯାଇଥିଲା।

Advertisment

ବିଶେଷ କରି ବରିଷ୍ଠ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଯେଉଁ ଭଳି ଟାର୍ଗେଟ କରାଗଲା, ତା’ହା ଗ୍ରହଣୀୟ ନୁହେଁ। ଶାସକ ଦଳର ସଦସ୍ୟମାନଙ୍କୁ ବ୍ୟକ୍ତିଗତ ଆକ୍ଷେପ ପାଇଁ କମିଟି ଅନୁମତି ଦେଇଥିବା ସାୱନ୍ତ ଅଭିଯୋଗ କରିଛନ୍ତି।

ପୂରା ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ କର୍ଣ୍ଣାଟକା ରାଜ୍ୟ ସଂଖ୍ୟାଲଘୁ କମିଶନର ପୂର୍ବତନ ଅଧ୍ୟକ୍ଷ ଅନୱର ମନିପ୍ପାଡି ଗୋଟିଏ ଦସ୍ତାବିଜ ଉପସ୍ଥାପନ କରିଥିଲେ। ୱାକଫ ବିଲ୍‌ ବାହାରେ ସେ ତଥ୍ୟ ଉପସ୍ଥାପନ କରିବାରୁ ବିରୋଧୀ ଏହାକୁ ବିରୋଧ କରିଥିଲେ।

ବିରୋଧୀ ଅଭିଯୋଗ କରିଛନ୍ତି ଯେ ମନିପ୍ପାଡି ଅତ୍ୟନ୍ତ ଆପତ୍ତିଜନକ ଭାବେ କର୍ଣ୍ଣାଟକା ସରକାର ଓ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରତି ଆକ୍ଷେପ କରିଥିଲେ। ଏହାକୁ ବିରୋଧ କରି ବିରୋଧୀ ଦଳର ସାଂସଦମାନେ ବୈଠକ ଛାଡ଼ିଥିଲେ।

ବୈଠକରୁ ଚାଲି ଆସିବା ପରେ ବିରୋଧୀ ଦଳର ସାଂସଦମାନେ ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ। ସେମାନେ ପୂରା ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ହସ୍ତକ୍ଷେପ ଲୋଡ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ବିରୋଧୀ ସାଂସଦ ବୟକଟ କରିଥିଲେ ହେଁ ବିଜେପି ଭେଟରାନ ଜଗଦମ୍ବିକା ପାଲଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟିର ବୈଠକ ଆଗକୁ ବଢ଼ିଥିଲା।

ୱାକଫ ସମ୍ପତ୍ତିର ଦେଖାଶୁଣା ପାଇଁ ୧୯୯୫ରେ ୱାକଫ ଆଇନ ଆସିଥିଲା। କିନ୍ତୁ ସମୟକ୍ରମେ ଏହାର ପରିଚାଳନାରେ ତ୍ରୁଟି ଦେଖା ଯିବା ସହ ଦୁର୍ନୀତିର ଅଭିଯୋଗ ହୋଇଛି। ତେଣୁ ଆଇନରେ ସଂସ୍କାର ଆଣିବା ପାଇଁ ମୋଦି ସରକାର ନୂଆ ବିଲ ଆଣିଛନ୍ତି। ଏହାର ଯାଞ୍ଚ ପାଇଁ ଜେପିସି ଗଠନ ହୋଇଛି। ଏହି କମିଟି ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ଦେବ।

Waqf Act Waqf Board Waqf Board Amendment Bill