Advertisment

ସିଦ୍ଦରମୈୟାଙ୍କ ଶପଥପାଠ ଉତ୍ସବରେ ବିରୋଧୀଙ୍କ ଶକ୍ତିପ୍ରଦର୍ଶନ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଜି ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବରେ ବିରୋଧୀ ସେମାନଙ୍କ ଶକ୍ତିପ୍ରଦର୍ଶନ କରିଛନ୍ତି। ଏକାଠି ହେବାକୁ ବିରୋଧୀ କରୁଥିବା ପ୍ରୟାସ ଆଜି ଆଉ ପାଦେ ଆଗେଇଛି।

ଅଦ୍ୟତନ ହୋଇଛି
opposition

opposition

Advertisment

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା। କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସିଦ୍ଦ ଓ ଶିବକୁମାରଙ୍କ ବ୍ୟତୀତ ଆଉ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ବେଙ୍ଗାଲୁରୁର ଶ୍ରୀ କାନ୍ତୀରବା ଷ୍ଟାଡିୟମରେ ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ କଂଗ୍ରେସ ନେତାମାନେ ଶପଥ ନେଇଛନ୍ତି। ଶପଥ ନେବା ପରେ ସିଦ୍ଦରମୈୟା ଲୋକ ଚାହୁଁଥିବା ପ୍ରଶାସନିକ ସେବା ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସେହିପରି ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ଦେଇଥିବା ୫ ପ୍ରତିଶ୍ରୁତି ଆଜି ହିଁ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଛି। 

ଅନ୍ୟପକ୍ଷରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଜି ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବରେ ବିରୋଧୀ ସେମାନଙ୍କ ଶକ୍ତିପ୍ରଦର୍ଶନ କରିଛନ୍ତି। ଏକାଠି ହେବାକୁ ବିରୋଧୀ କରୁଥିବା ପ୍ରୟାସ ଆଜି ଆଉ ପାଦେ ଆଗେଇଛି। କଂଗ୍ରେସ ହେଭିୱେଟଙ୍କ ବ୍ୟତୀତ ସିଦ୍ଦରମୈୟାଙ୍କ ଶପଥ ଉତ୍ସବରେ ଅନେକ ବିରୋଧୀ ଦଳର ନେତା ଯୋଗ ଦେଇଥିଲେ।

Advertisment

ଏନ୍‌ସିପି ମୁଖ୍ୟ ଶରଦ ପାୱାର, ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ତେଜଶ୍ୱୀ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ ଏମ୍‌.କେ ଷ୍ଟାଲିନ, ଅଭିନେତା ତଥା ଏମ୍‌ଏନ୍‌ଏମ୍ ମୁଖ୍ୟ କମଲ ହାସନ, ପିଡିପି ମୁଖ୍ୟ ମେହବୁବା ମୁଫତି, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସିପିଏମର ସତୀରାମ ୟେଚୁରୀ ଓ ସିପିଆଇର ଡି ରାଜା ପ୍ରମୁଖ ଯୋଗ ଦେଇଥିଲେ।

କଂଗ୍ରେସ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ଅଲଗା କାମରେ ବ୍ୟସ୍ତ ଥିବାରୁ ଶପଥପାଠ ଉତ୍ସବକୁ ଆସି ପାରି ନାହାନ୍ତି। ତାଙ୍କ ବଦଳରେ ଟିଏମସି ସାଂସଦ କାକୋଳି ଘୋଷ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହିପରି ଉଦ୍ଧବ ଠାକରେଙ୍କ ଦଳରୁ ପ୍ରିୟାଙ୍କ ଚର୍ତୁବେଦୀ ମଞ୍ଚ ଉପରେ ଉପସ୍ଥିତ ଥିଲେ। ତେବେ ଅଖିଲେଶ ଯାଦବ କିମ୍ବା ମାୟାବତୀଙ୍କ ଦଳରୁ କେହି ଆସି ନଥିଲେ। ସମ୍ଭବତଃ ସେମାନେ କଂଗ୍ରେସ ଠାରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥ, କଂଗ୍ରେସ ଶାସିତ ରାଜ୍ୟ- ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ପ୍ରମୁଖ ଯୋଗ ଦେଇଥିଲେ।

୨୦୧୮ରେ ମଧ୍ୟ କୁମାରସ୍ୱାମୀଙ୍କ ଶପଥ ପାଠ ଉତ୍ସବରେ କଂଗ୍ରେସ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଥିଲା। ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ମାୟାବତୀ, ଏଚ୍‌ଡି କୁମାରସ୍ୱାମୀ ଓ ଅଖିଲେଶ ଯାଦବ ମଞ୍ଚ ଉପରେ ନଜର ଆସିଥିଲେ। କିନ୍ତୁ କର୍ଣ୍ଣାଟକାରେ ବିରୋଧୀଙ୍କ ମେଣ୍ଟରେ ଏହି ୩ ନେତା ନଜର ଆସି ନାହାନ୍ତି।

Congress Karnataka Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe