/odisha-reporter/media/media_files/2026/02/10/birla-2026-02-10-15-32-19.jpg)
ବାଚସ୍ପତି ଓମ ବିର୍ଲା
ଲୋକସଭା(Lok Sabha) ବାଚସ୍ପତି ଓମ ବିର୍ଲା ଗୃହ ପରିଚାଳନାରେ ପକ୍ଷ ପାତିତା କରୁଛନ୍ତି। ଏଥିପାଇଁ ତାଙ୍କୁ ପଦଚ୍ୟୁତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବିରୋଧୀ। ଏଥିପାଇଁ କଂଗ୍ରେସ ନେତୃତ୍ୱରେ ବାଚସ୍ପତି ବିର୍ଲାଙ୍କ ବିରୋଧରେ ଅଣାଯାଇଛି ଅନାସ୍ଥା ପ୍ରସ୍ତାବ। କଂଗ୍ରେସ ପକ୍ଷରୁ ଅନାସ୍ଥା ନୋଟିସକୁ ସଂସଦର ସେକ୍ରେଟାରୀ ଜେନେରାଲଙ୍କ ନିକଟରେ ଦାଖଲ କରାଯାଇଛି।
କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି ଯେ ଗୃହ ପରିଚାଳନାର ନିୟମ ୯୪ସି ଆଧାରରେ ଆଜି ଦିନ ୧.୧୪ରେ ନୋଟିସକୁ ଦାଖଲ କରାଯାଇଛି। ଅନାସ୍ଥା ପ୍ରସ୍ତାବ ନୋଟିସରେ ୧୧୮ ଜଣ ସାଂସଦଙ୍କ ଦସ୍ତଖତ ରହିଛି। ଏହାର ଅର୍ଥ ପ୍ରସ୍ତାବକୁ ଅଧିକାଂଶ ବିରୋଧୀ ସମର୍ଥନ କରିଛନ୍ତି।
ଗୃହ ପରିଚାଳନାରେ ହେଉଥିବା ପକ୍ଷପାତିତା, କହିବାକୁ ସମୟ ନ ଦିଆଯିବା ଓ ଅଧିବେଶନ ସମୟରେ ବିଭ୍ରାଟକୁ ନେଇ ବଢ଼ୁଥିବା ଚିନ୍ତାକୁ ବିରୋଧୀମାନେ ଗୁରୁତ୍ୱର ସହ ନେଇଥିବା ଏହି ନୋଟିସରୁ ସଙ୍କେତ ମିଳିଥିବା ସେ କହିଛନ୍ତି।
ତେବେ ଏହି ଅନାସ୍ଥା ପ୍ରସ୍ତାବରେ ବିରୋଧୀ ଦଳ ନେ ରାହୁଲ ଗାନ୍ଧି ଦସ୍ତଖତ କରି ନାହାନ୍ତି। ସେ ଲୋକସଭାର ବିରୋଧୀ ଦଳର ନେତା ହୋଇଥିବାରୁ ସଂସଦୀୟ ଗାରିମାକୁ ସମ୍ମାନ ଜଣାଇ ବାଚସ୍ପତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିନାହାନ୍ତି।
କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି ଯେ ବାଚସ୍ପତିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ବିରୋଧୀ ଦଳର ନେତା ଦସ୍ତଖତ କରିବା ଠିକ ନୁହେଁ। ସଂସଦୀୟ ପରମ୍ପରାର ମହତ୍ତ୍ୱ ଓ ସମ୍ମାନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ବିରୋଧୀ ସାଂସଦମାନେ ଆଣିଥିବା ଅନାସ୍ଥାରେ ଦସ୍ତଖତ କରି ନାହାନ୍ତି।
ବଜେଟ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସନ ଦଳର ସଦସ୍ୟମାନେ ଗୃହରେ ମୁହାଁମୁହିଁ ହେଉଥିବା ବେଳେ ଏବେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବିବାଦକୁ ଆହୁରି ତୀବ୍ର କରିଛି।
କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି ଯେ ଅସାଧାରଣ ପରିସ୍ଥିତିରେ ବିରୋଧୀ ଗୋଟିଏ ଅସାଧାରଣ ପଦକ୍ଷେପ ନେଇ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।
ତେବେ ବିରୋଧୀ ଆଣିଥିବା ନୋଟିସରେ ସଂଖ୍ୟାଗତ ତ୍ରୁଟି ଥିବା ବିଜେପି ଅଭିଯୋଗ କରିଛି। ବିଜେପି କହିବା କଥା ଯେ ନୋଟିରେ ଭୁଲ ବର୍ଷ ଉଲ୍ଲେଖ କରାଯାଇଛି। ବିଜେପି ନେତାମାନଙ୍କ କହିବା କଥା ଯେ ନୋଟିସରେ ଚଳିତ ବର୍ଷ ବଦଳରେ ୨୦୨୫ ଉଲ୍ଲେଖ କରାଯାଇଛି। ତେଣୁ ଏଥିରୁ ବିରୋଧୀଙ୍କ ସାଧାରଣଜ୍ଞାନ ସ୍ପଷ୍ଟ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
