Advertisment

କରୋନା ବେଳେ ବିମାନ ପଠାଇଥିଲେ, ଏବେ କାହିଁକି ପ୍ରବାସୀଙ୍କୁ ଆଣୁ ନାହାନ୍ତି ସରକାର?

୧୦୪ ପ୍ରବାସୀ ଭାରତୀୟ ଅମୃତସରରେ ପହଞ୍ଚିବା ପରେ ସେମାନଙ୍କ ସହ ଘଟିଥିବା ଭୟଙ୍କର ନିର୍ଯାତନାର କାହାଣୀ ସେମାନେ ବଖାଣିଛନ୍ତି।

India

India

Advertisment

ବେଆଇନ ଭାବେ ଆମେରିକାରେ ରହିଥିବା ୭,୨୫.୦୦୦ ଭାରତୀୟଙ୍କ ମଧ୍ୟରୁ ପ୍ରଥମ ଦଫାରେ ଟ୍ରମ୍ପ ପ୍ରଶାସନ ୧୦୪ ଜଣଙ୍କୁ ସି-୧୭ ବିମାନରେ ଅମୃତସର ପଠାଇ ଦେଇଛି। ହାତରେ ହ୍ୟାଣ୍ଡକଫ ଓ ଗୋଡ଼ରେ ଚେନ ବାନ୍ଧି ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ଭାରତୀୟଙ୍କୁ ଆମେରିକାରୁ ବିଦା କରାଯାଇଛି।

Advertisment

୧୦୪ ପ୍ରବାସୀ ଭାରତୀୟ ଅମୃତସରରେ ପହଞ୍ଚିବା ପରେ ସେମାନଙ୍କ ସହ ଘଟିଥିବା ଭୟଙ୍କର ନିର୍ଯାତନାର କାହାଣୀ ସେମାନେ ବଖାଣିଛନ୍ତି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେମାନେ ନିଜର ଆମେରିକା ସ୍ୱପ୍ନ ପୂରଣ କରିବାକୁ ଯାଇଥିଲେ। କିନ୍ତୁ ଏବେ ତାଙ୍କୁ ଟ୍ରମ୍ପ ପ୍ରଶାସନ ପଶୁଙ୍କ ଭଳି ବ୍ୟବହାର କରି ଭାରତକୁ ପଠାଇ ଦେଇଛି।

ପ୍ରବାସୀଙ୍କୁ ଆମେରିକା ନିଜ ଖର୍ଚ୍ଚରେ ପଶୁଙ୍କ ଭଳି ବ୍ୟବହାର କରି ବିମାନରେ ପଠାଇଥିବାରୁ ଏହାକୁ ନେଇ ଭାରତରେ ବିବାଦ ଦେଖାଯାଇଛି। କାହିଁକି ଭାରତ ସରକାର ନିଜ ଆଡ଼କୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ନ କରି ସମ୍ମାନର ସହ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଲେ ନାହିଁ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ତର୍ଜାତୀୟ ନିୟମର ଦ୍ୱାହି ଦେଇ କେନ୍ଦ୍ର ସରକାର ପୂରା ପ୍ରସଙ୍ଗରେ ନିଜର ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ବିରୋଧୀ କେନ୍ଦ୍ର ସରକାରଙ୍କ ସମାଲୋଚନା କରିବାରେ ଲାଗିଛନ୍ତି। ଭାରତ ସରକାର ନିଜ ଦେଶର ନାଗରିକଙ୍କ ସହ ହୋଇଥିବା ଅମାନବୀୟ ଆଚରଣ ବିରୋଧରେ ପଦକ୍ଷେପ ନ ନେବା ଲଜ୍ଜାଜନକ ବୋଲି ବିରୋଧୀ କହିଛନ୍ତି।

Advertisment

ବିବାଦୀୟ କ୍ଷେତ୍ରରୁ ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାର ପୂର୍ବରୁ ବିମାନ ବ୍ୟବସ୍ଥା କରିବାର ନଜିର ରହିଛି। ମହାମାରୀ କରୋନା ଓ ୟୁକ୍ରେନ-ରୁଷ ଯୁଦ୍ଧ ବେଳେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଭାରତ ସରକାର ବିମାନ ପଠାଇଥିଲେ। କିନ୍ତୁ ଆମେରିକାରୁ କାହିଁକି ଭାରତୀୟଙ୍କୁ ଆଣିବା ପାଇଁ ପଦକ୍ଷେପ ନିଆଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି।

ଟିଏମସିର ରାଜ୍ୟସଭା ସାଂସଦ ସାକେତ ଗୋଖଲେ କହିଛନ୍ତି, “ଆମେ ବିଶ୍ୱର ୫ମ ସର୍ବବୃହତ୍ତ ଅର୍ଥନୀତିକ ରାଷ୍ଟ୍ର। ଆମେ ଖୁବଶୀଘ୍ର ବିଶ୍ୱ ଗୁରୁରେ ପରିଣତ ହେବା। ଆମେ ବିଶ୍ୱଗୁରୁ ହେବାକୁ ଯାଉଥିବା ବେଳେ ଆମ ଦେଶର ନାଗରିକଙ୍କୁ ଚେନରେ ବାନ୍ଧି ପଠାଯାଉଛି। କିନ୍ତୁ ଟପ୍‌ ୧୦ରେ ନଥିବା କଲୋମ୍ବିଆ ଭଳି ଦେଶ ନିଜର ନାଗରିକମାନଙ୍କୁ ସମ୍ମାନର ସହ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ପଠାଇ ପାରୁଛି। ଗୋଟିଏ ବିମାନ ପଠାଇବାକୁ ଆମ ସରକାରଙ୍କୁ କ’ଣ ଅସୁବିଧା ହେଉଛି? ଆମେ ପାଖରେ ତ ଏହାର ଅଭାବ ନାହିଁ।”

ମହାମାରୀ କରୋନା ଆରମ୍ଭ ହେବା ମାତ୍ରେ ଭାରତ ସରକାର ବିଭିନ୍ନ ଦେଶରୁ ଶହଶହ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ। ୨୦୨୦ରେ ଏୟାର ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର ବିମାନ ସେବା ଆରମ୍ଭ କରାଯାଇଥିଲା। କରୋନାର ପେଣ୍ଠ ସ୍ଥଳ ଚାଇନାର ହୁଆନରୁ ଭାରତୀୟଙ୍କୁ ଏୟାର ଇଣ୍ଡିଆ ବିମାନରେ ନୂଆଦିଲ୍ଲୀ ଅଣାଯାଇଥିଲା। ସେହିପରି ରୁଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରିଥିଲେ।

ଏହାର ଉଦାହରଣ ଦେଇ ବିରୋଧୀ ଦଳର ନେତାମାନେ ଏବେ ଆମେରିକାରେ ପ୍ରତ୍ୟର୍ପଣ ହେବାକୁ ଥିବା ଭାରତୀୟଙ୍କୁ ଆଣିବା ପାଇଁ କାହିଁକି ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଭାରତୀୟଙ୍କୁ କେନ୍ଦ୍ର ସରକାର ଆଣିବା ବଦଳରେ ଆମେରିକା ପ୍ରଶାସନର ଅମାନବୀୟ ଆଚରଣ ମଧ୍ୟରେ ସେମାନଙ୍କୁ ଆସିବାକୁ ଅନୁମତି ଦେବା, ଅତ୍ୟନ୍ତ ଚିନ୍ତାଜନକ।

ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି, “କେମିତି ଭାରତ ମାଟିରେ ଆମେରିକାର ସାମରିକ ବିମାନ ଅବତରଣ କଲା? କାହିଁକି ଆମ ଦେଶର ନାଗରିକଙ୍କୁ ହ୍ୟାଣ୍ଡକଫ ପକାଇ ଅଣାଗଲା? ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଯେ ଏତେ ସବୁ ପରେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆମ ଦେଶର ନାଗରିକଙ୍କ ସ୍ୱାର୍ଥ ବଦଳରେ ଆମେରିକାର ପ୍ରତ୍ୟର୍ପଣ ନୀତିର ଓକିଲାତି କରୁଛନ୍ତି।”

ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ସରକାରଙ୍କ ଆଭିମୁଖ୍ୟକୁ ଠିକ ବୋଲି କହିବାକୁ ଚେଷ୍ଟା କରିଛନ୍ତି। ସେ ଯୁକ୍ତି କରିଛନ୍ତି ଯେ ପ୍ରତ୍ୟେକ ଦେଶ ବିଦେଶରେ ବେଆଇନ ଭାବେ ରହୁଥିବା ନିଜ ଦେଶର ନାଗରିକଙ୍କୁ ଫେରାଇ ଆଣିବାକୁ ବାଧ୍ୟ। ଏବେ ପ୍ରତ୍ୟର୍ପଣ ଆମେରିକା ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ(ଆଇସିଇ) ପକ୍ଷରୁ ୨୦୧୨ ନିୟମ ଅନୁସାରେ କରାଯାଉଥିବା ସେ କହିଛନ୍ତି।

USA India Migrant Crisis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe