Advertisment

ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, କହିଲେ- ଏବେ କାହିଁକି ପାଟି ଫିଟୁନି?

ବାହାନଗାରେ ଘଟିଥିବା ଛାତିଥରା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଜୋର ଧରିବାକୁ ଲାଗିଲାଣି ରାଜନୀତି। ଏହି ଦୁର୍ଘଟଣା ପାଇଁ ବିପକ୍ଷ ଗୋଷ୍ଠୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି।

Ashwini Vaishnaw

Ashwini Vaishnaw

Advertisment

ବାହାନଗାରେ ଘଟିଥିବା ଛାତିଥରା ଟ୍ରେନ୍‌ ଦୁର୍ଘଟଣାକୁ ନେଇ ଜୋର ଧରିବାକୁ ଲାଗିଲାଣି ରାଜନୀତି। ଏହି ଦୁର୍ଘଟଣା ପାଇଁ ବିପକ୍ଷ ଗୋଷ୍ଠୀ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିବା ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଟିଏମସି, ସିପିଆଇ, ସିପିଆଇ(ଏମ୍‌ଏଲ୍‌), ଏନସିପି ଏହି ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ।

Advertisment

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ପାର୍ଟି କେନ୍ଦ୍ରରେ କ୍ଷମତାସୀନା ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଟିଏମ୍‌ସିର ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ବିରୋଧୀଙ୍କ ଉପରେ ନଜର ରଖିବାବୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଫ୍ଟୱେର ବ୍ୟବହାର କରୁଥିବା ବେଳେ ଟ୍ରେନ ଦୁର୍ଘଟଣା ନିରୋଧୀ ଯନ୍ତ୍ର ବ୍ୟବହାର କରିବାକୁ ଭୁଲି ଯାଉଛନ୍ତି।

ଏଥିସହ ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର ନିର୍ବାଚନକୁ ଆଖି ଆଗରେ ରଖି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଓ ନୂଆ ରେଳ ଲାଇନ୍‌କୁ ହାଇଲାଇଟ୍‌ କରି ପ୍ରଶଂସା ସାଉଣ୍ଟିବାକୁ ପଛାଉ ନାହାନ୍ତି। କିନ୍ତୁ ରେଳବାଇର ସୁରକ୍ଷାରେ ରହୁଥିବା ସାଂଘାତିକ ତ୍ରୁଟିକୁ ସୁଧାରିବାକୁ ଭୁଲି ଯାଉଥିବାରୁ ଶହ ଶହ ଜୀବନ ଅକାଳରେ ଚାଲିଗଲା।

Advertisment

ସିପିଆଇ ନେତା ବିନୟ ବିଶ୍ୱମ ବି ଏହି ରେଳ ଦୁର୍ଘଟଣା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସେ ଟ୍ୱିଟ କରିଛନ୍ତି, କେନ୍ଦ୍ର ସରକାର କେବଳ ବିଳାସପୂର୍ଣ୍ଣ ଟ୍ରେନକୁ ପ୍ରୋତ୍ସାହନ ଦେଉଥିବା ବେଳେ ସାଧାରଣ ଲୋକେ ବ୍ୟବହାର କରୁଥିବା ଟ୍ରେନ୍‌ ତଥା ଟ୍ରାକ୍‌ କଥା ଭୁଲି ଯାଉଛନ୍ତି। ଓଡ଼ିଶାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣା ହେଉଛି ଏହାର ଫଳାଫଳ । ତେଣୁ ରେଳ ମନ୍ତ୍ରୀ ଖୁବ୍‌ ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି।

ସିପିଆଇ(ଏମ୍‌ଏଲ୍‌) ସାଧାରଣ ସମ୍ପାଦକ ଦିପଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଭାରତରେ କାହିଁକୁ ରେଳ ଯାତ୍ରା ସୁରକ୍ଷିତ ହୋଇପାରୁନି ବୋଲି ପ୍ରଶ୍ନ ପଚାରିଛନ୍ତି। ଏପରି ଭୟଙ୍କର ଦୁର୍ଘଟଣାରେ ନିଜ ପରିବାର ସଦସ୍ୟ ତଥା ସମ୍ପର୍କୀୟଙ୍କୁ ହରାଇଥିବା ଲୋକେ ଏହା ପଚାରୁଥିବା ବେଳେ ଏହାର ଉତ୍ତର କିଏ ଦେବ ବୋଲି ସେ କହିଛନ୍ତି ।

ପୂର୍ବରୁ ରେଳ ଦୁର୍ଘଟଣା ଘଟୁଥିବା ବେଳେ ନୈତିକତା ଦୃଷ୍ଟିରୁ ରେଳ ମନ୍ତ୍ରୀ ଇସ୍ତଫା ଦେଉଥିଲେ । ମାତ୍ର ଏବେ କେହି ପାଟି ଫିଟାଇବାକୁ ପ୍ରସ୍ତୁତ ନୁହନ୍ତି ବୋଲି କହିଛନ୍ତି ଏନସିପି ଲିଡର ଅଜିତ ପାୱାର।

ଏହି ଘଟଣାକୁ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୋଶାଲ ମିଡିଆରେ ଖୁବ୍‌ ଟ୍ରୋଲ କରାଯାଉଛି। କିଛି ୟୁଜର୍ସ ରେଳ ମନ୍ତ୍ରୀଙ୍କ ଏକ ପୁରୁଣା ଭିଡିଓ ପୋଷ୍ଟ କରି ତାହାକୁ ଭାଇରାଲ କରୁଛନ୍ତି। ଉକ୍ତ ଭିଡିଓରେ ରେଳ ମନ୍ତ୍ରୀ ରେଳୱେର ସୁରକ୍ଷା କବଚ ବ୍ୟବହାର ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହା ବିଦେଶରେ ବହୁଳ ଭାବେ ବ୍ୟବହାର ହେଉଥିବା ବେଳେ ଭାରତ ସରକାର ଏହାର ବ୍ୟବହାର ନିମନ୍ତେ ସବୁ ପ୍ରକାର ଉଦ୍ୟମ ଚଳାଇଥିବା ସେ କହିଛନ୍ତି। ହେଲେ ଗତକାଲି ବାହାନଗାରେ ଘଟିଥିବା ଦୁର୍ଘଟଣା ପରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। 

Railway Minister Opposition Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe