Advertisment

ଓସ୍କାର ୨୦୨୩: RRRର ପୂରା ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୋଦି

ଗୀତଟି କାଳ କାଳକୁ ସ୍ମରଣୀୟ ହୋଇ ରହିବ ବୋଲି ମୋଦି କହିଛନ୍ତି।

author-image
Madhupriya Mistry
Modi on RRR

Modi on RRR

ଚଳିତ ଓସ୍କାର ଆୱାର୍ଡରେ ଇତିହାସ ରଚିଛି ଭାରତ। ଫିଲ୍ମ ଆର୍‌ଆର୍‌ଆର୍‌ର ଗୀତ ‘ନାଟୁ ନାଟୁ’କୁ ମିଳିଛି ବେଷ୍ଟ ଅରିଜିନାଲ ସଙ୍ଗର ଆୱାର୍ଡ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। 

Advertisment

ମୋଦି ଟ୍ୱିଟ୍ କରି କହିଛନ୍ତି,  ‘ନାଟୁ ନାଟୁ’ର ଜନପ୍ରିୟତା ବିଶ୍ୱବିଦିତ। ଏ ଗୀତଟି କାଳକାଳକୁ ସ୍ମରଣୀୟ ହୋଇ ରହିବ। ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇଁ ଏମ୍‌. ଏମ୍‌. କୀରୱାଣି, ଗୀତିକାର ବୋଷ ଏବଂ ସମଗ୍ର ଟିମ୍‌କୁ ଅଭିନନ୍ଦନ। ଭାରତ ହର୍ଷୋତ୍‌ଫୁଲ୍ଲିତ ଓ ଗୌରବାନ୍ୱିତ।’

Advertisment

ସେହିପରି ‘ବେଷ୍ଟ୍ ଡକ୍ୟୁମେଣ୍ଟାରି ଶର୍ଟ’ ଫିଲ୍ମ କ୍ୟାଟେଗୋରୀରେ ଓସ୍କାର୍ ବିଜୟୀ ହୋଇଥିବା ‘ଦି ଏଲିଫ୍ୟାଣ୍ଟ୍ ୱିସ୍‌ପର୍ସ’ ଟିମ୍‌କୁ ଅଭିନନ୍ଦନ ଜଣାଇ ଆଉ ଏକ ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ ଲେଖିଛନ୍ତି, ‘ଏ ସମ୍ମାନ ପାଇଁ ‘ଦି ଏଲିଫ୍ୟାଣ୍ଟ୍ ୱିସ୍‌ପର୍ସ’ର ସମଗ୍ର ଟିମ୍‌କୁ ଅଭିନନ୍ଦନ। ସେମାନଙ୍କର କାର‌୍ୟ୍ୟ ଶତତ ବିକାଶ ଓ ପ୍ରକୃତି ସଙ୍ଗେ ସହାବସ୍ଥାନ ଉପରେ ଆଶ୍ଚର‌୍ୟ୍ୟଜନକ ଭାବ‌େ ଗୁରୁତ୍ୱାରୋପ କରୁଛି।’

ସୂଚନା ମୁତାବକ, ଏହି ଓସ୍କାର ପୁରସ୍କାରକୁ ମିଶାଇ ଫିଲ୍ମ ଆର୍‌ଆର୍‌ଆର୍‌କୁ ତିନୋଟି ଆନ୍ତର୍ଜାତୀୟ ପୁରସ୍କାର ମିଳି ସାରିଲାଣି। ପ୍ରଥମେ ଏହି ଗୀତ ଗୋଲ୍ଡେନ୍ ଗ୍ଲୋବସ୍‌, ତା’ପରେ କ୍ରିଟିକ୍ସ ଚଏସ୍ ଆୱାର୍ଡ ଆଉ ଏବେ ଓସ୍କାର ହାତେଇଛି ଆର୍‌ଆର୍‌ଆର୍। 

PM Modi RRR Oscar 2023