Advertisment

ଜାମିନରେ ମୁକୁଳିଲେ କଂଗ୍ରେସ ନେତା ପବନ ଖେଡ଼ା, କହିଲେ ଲଢ଼େଇ ଜାରି ରହିବ

କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଆଜି ଦିଲ୍ଲୀର ଦ୍ୱାରକା କୋର୍ଟ ଜାମିନରେ ମୁକ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
Pawan Khera

Pawan Khera

Advertisment

କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ଆଜି ଦିଲ୍ଲୀର ଦ୍ୱାରକା କୋର୍ଟ ଜାମିନରେ ମୁକ୍ତ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନ୍ତରୀଣ ଜାମିନ ପାଇବା ପରେ ଦିଲ୍ଲୀର ଦ୍ୱାରକା କୋର୍ଟ ତାଙ୍କୁ ମୁକ୍ତ କରିଛନ୍ତି। ଖେଡ଼ା ୩୦,୦୦୦ ଟଙ୍କା ବଣ୍ଡ ପ୍ରଦାନ କରିବା ପରେ କୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ଆଜି ଗିରଫ ହୋଇ ପୁଲିସ ହେପାଜତରୁ ମୁକୁଳିବା ପରେ ଖେଡ଼ା କହିଛନ୍ତି ଯେ, ଦେଶ ତଥା ଏହାର ସାମ୍ବିଧାନିକ ମୂଲ୍ୟବୋଧକୁ ବଞ୍ଚାଇବା ପାଇଁ ଆମର ପ୍ରୟାସ ଜାରି ରହିବ। ଏଫଆଇଆର ଏବଂ ନୋଟିସର ନକଲ ନ ଦେଇ ମୋତେ ବିମାନରୁ ଗିରଫ କରାଯାଇଥିଲା।

Advertisment

ଆସାମ ପୁଲିସ ଦ୍ୱାରା ମୋତେ ବେଆଇନ ଭାବେ ଗିରଫ କରାଯାଇଥିଲା। ମୋର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ଯିଏ ମୋର ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷା ଦେଇଛନ୍ତି ବୋଲି ଖେଡ଼ା କହିଛନ୍ତି। ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆଡଭୋକେଟ ଅଭିଷେକ ମନୁ ସିଙ୍ଗଭୀ ଖେଡ଼ାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଆସାମ ପୁଲିସ ଦ୍ୱାରା ଗିରଫ ହୋଇଥିବା କଂଗ୍ରେସ ମୁଖପାତ୍ର ତଥା ବରିଷ୍ଠ ନେତା ପବନ ଖେଡ଼ାଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ଦେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଥିଲେ । ଆଜି ଦିଲ୍ଲୀ ବିମାନ ବନ୍ଦରରେ ବିମାନରେ ବସି ସାରିଥିବା ବେଳେ ଜିନିଷପତ୍ର ଯାଞ୍ଚ ଆଳରେ ତାଙ୍କୁ ବାହାରକୁ ଡକାଯାଇ ଗିରଫ କରାଯାଇଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ନେଇ ଏତଲା ଦାୟର ପରେ ଏହି ଗିରଫଦାରୀ ହୋଇଥିଲା।

ଏହି ଘଟଣାରେ ଆସାମର ହାଫଲଙ୍ଗ ପୁଲିସ ଷ୍ଟେସନରେ ଏତଲା ଦାୟର ହୋଇଥିଲା ଏବଂ ଆସାମ ପୁଲିସର ଅନୁରୋଧ କ୍ରମେ ଦିଲ୍ଲୀ ପୁଲିସ ସହାୟତା କରିଥିଲା। ରାୟପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କୁ ପୁଲିସ ଗିରଫ କରିଥିଲା। ତେବେ ପବନଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ ସମ୍ପର୍କିତ ନିର୍ଦ୍ଦେଶ ଦେବା ସହ ସର୍ବୋଚ୍ଚ ନ୍ୟାୟାଳୟ ଆସାମ ଏବଂ ଉତ୍ତରପ୍ରଦେଶ ପୁଲିସକୁ ତାଙ୍କ ବିରୋଧରେ ଦାୟର ସମସ୍ତ ଏତଲାକୁ ମିଳିତ ଭାବେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe