Advertisment

ପ୍ରବଳ ଥଣ୍ଡାରେ ଚେତାଶୂନ୍ୟ ହୋଇପଡ଼ିଲେ ବର, ବିବାହ ଭାଙ୍ଗି ଦେଲେ କନିଆଁ

ପ୍ରବଳ ଥଣ୍ଡା ଏବଂ ଶୀତ ଲହରି ମଧ୍ୟରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡିଛି। ଥଣ୍ଡା ଯୋଗୁ ତାଙ୍କ ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି।

ଅଦ୍ୟତନ ହୋଇଛି
Groom Fainted

Groom Fainted

Advertisment

ଚାରିଆଡେ ଜାରି ରହିଛି ପ୍ରବଳ ଥଣ୍ଡା। ପ୍ରବଳ ଜାଡ଼ରେ ଥରୁଛି ଉତ୍ତର ଭାରତ। ହାଡ଼ଭଙ୍ଗା ଶୀତରେ ଲୋକ ଘରୁ ବାହାରିବା ବି ମୁସ୍‌କିଲ ହୋଇପଡିଛି। ଏହାରି ଭିତରେ ବିବାହ ଋତୁ ମଧ୍ୟ ଜାରି ରହିଛି। ତେବେ ବିବାହ କରିବାକୁ ଆସିଥିବା ଜଣେ ବର ଥଣ୍ଡା ସହି ନ ପାରି ଚେତାଶୂନ୍ୟ ହୋଇପଡିଥିଲେ। ଏଥିରେ ରାଗିଯାଇ ବିବାହ କରିବାକୁ ମନା କରି ଦେଇଥିଲେ କନିଆଁ। ଏଭଳି କିଛି ଘଟଣା ଘଟିଛି ଝାଡଖଣ୍ଡର ଦେବଘର ଅଞ୍ଚଳରେ।

Advertisment

ଦେବଘର ଜିଲ୍ଲାର ମୋହନପୁର ବ୍ଲକ ଘୋରମାରା। ଏଠାରେ ପ୍ରବଳ ଥଣ୍ଡା ଏବଂ ଶୀତ ଲହରି ମଧ୍ୟରେ ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡିଥିଲା। ଥଣ୍ଡା ଯୋଗୁ ତାଙ୍କ ବିବାହ ହେବା ପୂର୍ବରୁ ଭାଙ୍ଗି ଯାଇଛି। ଘୋରମାରର ଅର୍ଣ୍ଣବ ନାମକ ଜଣେ ଯୁବକଙ୍କ ବିବାହ ଅଙ୍କିତା ନାମକ ଜଣେ ଝିଅ ସହ ହେବାର ଥିଲା। ଉଭୟ ପକ୍ଷଙ୍କ ସହମତିରେ ଏହି ବିବାହ ଏକ ଘରୋଇ ଉଦ୍ୟାନ କ୍ୟାମ୍ପସରେ ହୋଇଥିଲା। ବେଶ୍‌ ଧୁମ୍‌ଧାର ସହ ବିବାହ ପ୍ରସ୍ତୁତି ଚାଲିଥିଲା। ସମୟ ଅନୁଯାୟୀ ରୀତିନୀତି ଚାଲିଥିଲା।

ବରଣମାଳା ହେଲା। ଏହାପରେ ସମସ୍ତେ ବିବାହ ମଣ୍ଡପ ଉପରକୁ ଯାଇଥିଲେ। ଖୋଳା ଆକଶ ତଳେ ହିଁ ବିବାହ ମଣ୍ଡପ ତିଆରି ହୋଇଥିଲା। ପଣ୍ଡିତ ବିବାହ ରୀତିନୀତି ଆରମ୍ଭ କରିଥିଲେ। ଠିକ୍‌ ଏହି ସମୟରେ ପ୍ରବଳ ଥଣ୍ଡା ଯୋଗୁ ଚେତାଶୂନ୍ୟ ହୋଇ ପଡିଥିଲେ ବର। ଏହାପରେ ତୁରନ୍ତ ପରିବାର ଲୋକେ ତାଙ୍କୁ ଉଠାଇ ଘରକୁ ନେଇ ହାତ ଗୋଡ଼ ଘଷିଥିଲେ। ଡାକ୍ତର ଆସି ତାଙ୍କର ଚିକିତ୍ସା କରିଥିଲେ। ପ୍ରାୟ ଦେଢ଼ରୁ ଦୁଇ ଘଣ୍ଟା ପରେ ବରର ଚେତା ଫେରିଥିଲା।

Advertisment

ଏହାପରେ ବର ଆସି ବିବାହ ମଣ୍ଡପରେ ବସିଥିଲେ। ହେଲେ କନିଆଁ କିନ୍ତୁ ତାଙ୍କ ସହ ସାତ ଫେରା ନେବାକୁ ମନା କରିଦେଇଥିଲେ। ଆଉ ବିବାହ ଭାଙ୍ଗି ଦେଇଥିଲେ। କନିଆଁର କହିବା କଥା ଥିଲା ଯେ, ପୁଅର କିଛି ଅସୁସ୍ଥତା ଅଛି ତେଣୁ ସେ ତାଙ୍କୁ ବିବାହ କରିବେ ନାହିଁ।

କନିଆଁର ସନ୍ଦେହ ଅଧିକ ବଢ଼ି ଯାଇଥିଲା କାରଣ ସାଧାରଣତଃ ବରଯାତ୍ରୀ ନେଇ ବର କନିଆଁ ଘରକୁ ବିବାହ କରିବାକୁ ଆସିଥାଏ। କିନ୍ତୁ ଏହି ବିବାହରେ କନିଆଁ ବର ଘରକୁ ଆସିଥିଲେ ବିବାହ କରିବା ପାଇଁ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟ ବିବାହ ବଢ଼ିଥିଲା ଶେଷରେ ବିବାହ ଭାଙ୍ଗି ଯାଇଥିଲା।

Jharkhand Cold Wave Groom Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe