Advertisment

ପିଲାଙ୍କ ଉପରେ ଅଜଥା ଚାପ ପକାଇବା ଅନୁଚିତ: ମୋଦି

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ସମୟରେ ଏକ ପ୍ରଦର୍ଶନୀରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ।

author-image
Tapas Behera
Narendra Modi

Narendra Modi

ନୂଆଦିଲ୍ଲୀସ୍ଥିତ ତାଲକୋଟରା ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚାରେ ଆଜି ପରୀକ୍ଷାର୍ଥୀମାନଙ୍କ ସହ ଭାବବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଅଂଶଗ୍ରହଣ କରିବା ଲାଗି ୩୮ ଲକ୍ଷ ଶିକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ସେଥିରୁ ୧୬ ଲକ୍ଷରୁ ଅଧିକ ଥିଲେ ବିଭିନ୍ନ ରାଜ୍ୟ ବୋର୍ଡର ଶିକ୍ଷାର୍ଥୀ। ପିତାମାତାଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କ ପିଲାମାନଙ୍କୁ ସେମାନଙ୍କ ଚାରିପାଖରେ ଘଟୁଥିବା ଘଟଣାଗୁଡ଼ିକ ଉପରେ ନଜର ରଖିବାକୁ ଏବଂ ଜାଣିବାକୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ। ପିଲାମାନଙ୍କୁ ଘରର ସୀମା ମଧ୍ୟରେ ବନ୍ଦ ରଖିବା ଉଚିତ୍ ନୁହେଁ ଏବଂ ସମାଜରେ ସେମାନେ କରିବାକୁ ଚାହୁଁଥିବା କାର୍ଯ୍ୟକଳାପ କରିବାକୁ ସେମାନଙ୍କୁ ଅନୁମତି ଦିଆଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

Advertisment

ସେ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ପିଲାମାନଙ୍କୁ ମନଇଚ୍ଛା ବାଧା ଦିଆଯିବା ଉଚିତ ନୁହେଁ। ସେ କହିଛନ୍ତି, ଅଭିଭାବକମାନେ ଏକ ଗଠନମୂଳକ ଏବଂ ସକାରାତ୍ମକ ଢଙ୍ଗରେ ସମାଲୋଚନା କରିବା ଆବଶ୍ୟକ।ଶିକ୍ଷକମାନଙ୍କୁ ଶିକ୍ଷାଦାନ ମନ୍ତ୍ର ପ୍ରଦାନ କରି ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ସେମାନଙ୍କ ଛାତ୍ରମାନଙ୍କ ସହିତ ଏକ ଦୃଢ଼ ବନ୍ଧନ ସ୍ଥାପନ କରିବାକୁ କହିଛନ୍ତି। ସେ କହିଛନ୍ତି, ଯଦି ଜଣେ ଛାତ୍ର ପ୍ରଶ୍ନ ପଚାରୁଛନ୍ତି ଏହାର ଅର୍ଥ ହେଉଛି ସେ ଆଗ୍ରହୀ ଏବଂ ଶିକ୍ଷକମାନେ ସର୍ବଦା ସେମାନଙ୍କ ଆଗ୍ରହକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିବା ଉଚିତ୍।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ସମୟରେ ଏକ ପ୍ରଦର୍ଶନୀରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପରୀକ୍ଷା ପେ ଚର୍ଚ୍ଚା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ସେ କହିଛନ୍ତି ଯେ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ପ୍ରଧାନମନ୍ତ୍ରୀ ବୁଝନ୍ତି ଏବଂ ସେହି ଆହ୍ୱାନର ମୁକାବିଲା ପାଇଁ ପରାମର୍ଶ ଦେଇଛନ୍ତି।

Advertisment
PM Modi