Advertisment

ମର୍ଣ୍ଣିୱାକ୍‌ ବେଳେ ବ୍ୟକ୍ତିଙ୍କୁ ଝୁଣି ମାରି ଦେଲେ ବୁଲା କୁକୁର

କ୍ୟାମ୍ପସକୁ ଲାଗି ରହିଥିବା ଅଞ୍ଚଳରେ ସଫଦର ଅଲୀ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଥିଲେ।

Stray Dogs

Stray Dogs

Advertisment

ପୁଣିଥରେ ସାମ୍ନାକୁ ଆସିଛି ବୁଲା କୁକୁରଙ୍କ ଦୌରାତମ୍ୟ। ପୂର୍ବରୁ ବିଭିନ୍ନ ସ୍ଥାନରେ ବୁଲା କୁକୁର କେମିତି ଛୋଟ ପିଲାଙ୍କୁ ଝୁଣି ମାରି ଦେଉଥିଲେ, ତା’ର ଖବର ଆସୁଥିଲା। ହେଲେ ଏବେ ଜଣେ ବ୍ୟକ୍ତି ବୁଲା କୁକୁରଙ୍କ ମିଳିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶର ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପରିସରରେ ଏପରି ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, କ୍ୟାମ୍ପସକୁ ଲାଗି ରହିଥିବା ଅଞ୍ଚଳରେ ସଫଦର ଅଲୀ ନାମକ ଜଣେ ବ୍ୟକ୍ତି ପରିବାର ସହ ରହୁଥିଲେ। ସେ ସବୁଦିନ ଭଳି ରବିବାର ସକାଳୁ ମଧ୍ୟ ସାର୍‌ ସୟିଦ ମ୍ୟୁଜିୟମରେ ଥିବା ଗୋଟିଏ ଗାର୍ଡେନକୁ ମର୍ଣ୍ଣିୱାକ ପାଇଁ ଯାଇଥିଲେ। ସେ ମର୍ଣ୍ଣିୱାକ୍‌ କରୁଥିବା ବେଳେ ହଠାତ୍‌ ୫ରୁ ୬ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ।

ସେମାନେ ମିଳିତ ଭାବେ ସଫଦରଙ୍କୁ ଝୁଣି ପକାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

Advertisment

ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସଫଦର କୁକୁରଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ବହୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ନଥିବା ଭିଡିଓରୁ ଜଣାପଡ଼ିଛି।

Uttar Pradesh Stray Dogs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe