ଆଶିଷ, ଅଞ୍ଜୁ ଓ ସଞ୍ଜୁ
ଶୁକ୍ରବାରର ଶୀତୁଆ ସନ୍ଧ୍ୟା। ରାଜସ୍ଥାନର ନବ ବିବାହିତ ଦମ୍ପତି ଆଶିଷ ଓ ଅଞ୍ଜୁ ଇଭିନିଂ ୱାକରେ ବାହାରକୁ ବାହାରିଥିଲେ। ହେଲେ ଉଭୟ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍ ଗୋଟିଏ ଗାଡ଼ି ଆଶିଷଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଆଶିଷ ପ୍ରାଣ ହରାଇଥିଲେ ଓ ଅଞ୍ଜୁ ପିନ୍ଧିଥିବା ସମସ୍ତ ସୁନା ଅଳଙ୍କାରକୁ ଲୁଟି ନେଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ।
ଅଞ୍ଜୁଙ୍କୁ ଅଚେତ ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରାଯାଇଥିଲା। ସମସ୍ତେ ଭାବିଥିଲେ ଏହା ଗୋଟିଏ ହିଟ ଆଣ୍ଡ ରନ ଓ ଲୁଟ ମାମଲା। କିନ୍ତୁ ତଦନ୍ତ ବେଳେ ମାମଲାର ମୋଡ ୧୮୦ ଡିଗ୍ରୀ ବୁଲି ଯାଇଛି। ପୁଲିସ୍ ପାଇଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଛି। ଏଥିସହ ମେଘାଳୟ ହିନିମୁନ ମର୍ଡର କେସ୍ ସମସ୍ତଙ୍କର ମନେ ପଡ଼ି ଯାଇଛି। ମେଘାଳୟକୁ ହନିମୁନ ପାଇଁ ଯାଇଥିବା ସୋନମ ସେଠାରେ ତାଙ୍କ ପତ୍ନୀ ରାଜାଙ୍କୁ ନିଜ ପ୍ରେମିକ ସହାୟତାରେ ହତ୍ୟା କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ଏବେ ମଧ୍ୟ ସାମନ କିଛି ଘଟିଛି।
ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ଅଞ୍ଜୁ ହିଁ ତାଙ୍କ ସ୍ୱାମୀ ଆଶିଷଙ୍କୁ ନିଜ ପ୍ରେମିକ ସଞ୍ଜୁ ଓ ଆଉ ଦୁଇ ଜଣଙ୍କ ସହ ମିଶି ହତ୍ୟା(Murder) କରିଥିଲେ। ଆଶିଷଙ୍କୁ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ସେ ପୂରା ଚେଷ୍ଟା କରିଥିଲେ। ଏବେ ଏହା ରାଜସ୍ଥାନର ହନିମୁନ ମର୍ଡର ଭାବେ ଚାରିଆଡ଼େ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଜାନୁଆରୀ ୩୦ ତାରିଖର ସନ୍ଧ୍ୟା
ଶ୍ରୀ ଗଙ୍ଗାନଗରର ଏସ୍ପି ଅମ୍ରିତା ଦୁହାନଙ୍କ କହିବା କଥା ଯେ ଜାନୁଆରୀ ୩୦ ରାତି ରାତି ୯ଟା ବେଳେ ପୁଲିସ୍କୁ ଘଟଣା ସମ୍ପର୍କରେ ଖବର ମିଳିଥିଲା। ଜଣେ ଦମ୍ପତି ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଥିବା ପୁଲିସ୍ ଖବର ପାଇବା କ୍ଷଣୀ ସେଠାରେ ପହଞ୍ଚିଥିଲା। ଉଭୟଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଆଶିଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଅମ୍ରିତା କହିଛନ୍ତି, “ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଆମେ ଖବର ପାଇଥିଲୁ। ଆମେ ଘଟଣା ସ୍ଥଳରେ ଯାଞ୍ଚ କରିବା ସହ ଫରେନ୍ସି ଟିମକୁ ମଧ୍ୟ ଡାକିଥିଲୁ।”
୨୩ ବର୍ଷୀୟ ଅଞ୍ଜୁ ପୁଲିସ୍କୁ କହିଥିଲେ ଯେ ସେ ଓ ତାଙ୍କ ସ୍ୱାମୀ ସନ୍ଧ୍ୟାରେ ଚାଲିବା ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ଗୋଟିଏ ଗାଡ଼ି ଆଶିଷ ଓ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ବେଳେ ସେ ପିନ୍ଧିଥିବା ଅଳଙ୍କାରକୁ ମଧ୍ୟ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ ବୋଲି ଅଞ୍ଜୁ ପୁଲିସ୍କୁ ଜଣାଇଥିଲେ। କିନ୍ତୁ ତଦନ୍ତ ବେଳେ ଘଟଣା ସ୍ଥଳର ଦୃଶ୍ୟ ଓ ଅଞ୍ଜୁଙ୍କ ବୟାନରେ ତାଳମେଳ ନ ରହିବାରୁ ପୁଲିସର ସନ୍ଦେହ ବଢ଼ିଥିଲା।
ଆଶିଷଙ୍କ ଦେହରେ କ୍ଷତ ଚିହ୍ନ ରହିଥିବା ବେଳେ ତାଙ୍କ ଗଳାକୁ ଚିପା ଯାଇଥିବା ଚିହ୍ନ ଦେଖା ଯାଇଥିଲା। କିନ୍ତୁ ଅଞ୍ଜୁ ସଂପୂର୍ଣ୍ଣ ଅକ୍ଷତ ରହିଥିଲେ। ଅଞ୍ଜୁଙ୍କ ଫୋନ ରେକର୍ଡକୁ ମଧ୍ୟ ଜଣାପଡ଼ିଥିଲେ ଯେ ସେ ନିୟମିତ ସଞ୍ଜୁ ନାମକ ଜଣେ ଯୁବକଙ୍କ ଯୋଗାଯୋଗରେ ରହିଥିଲେ। ଅଞ୍ଜୁଙ୍କ ଘର ନିକଟରେ ରହୁଥିବା ଯୁବକ ହେଉଛନ୍ତି ସଞ୍ଜୁ।
ମାତ୍ର ୩ ମାସ ତଳେ ଅଞ୍ଜୁ ଓ ଆଶିଷ ବିବାହ କରିଥିଲେ। କିନ୍ତୁ ବାହାଘରର କିଛି ଦିନ ପରେ ଅଞ୍ଜୁ ସ୍ୱାମୀଙ୍କୁ ଛାଡ଼ି ନିଜ ଘରକୁ ଚାଲି ଯାଇଥିଲେ। ସେଠାରେ ସେ ନିଜର ପୁରୁଣା ପ୍ରେମିକ ସଞ୍ଜୁଙ୍କୁ ଦେଖା କରିବା ସହ ସ୍ୱାମୀ ଆଶିଷଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ଅଞ୍ଜୁ ଯୋଜନା ଅନୁସାରେ ଆଶିଷଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ।
ସେଠାରେ ପୂର୍ବରୁ ସଞ୍ଜୁ ଓ ତାଙ୍କର ଦୁଇ ସହଯୋଗୀ ରୋହିତ ଓରଫ ରକି ଓ ବାଦଲ ଓରଫ ସିଦ୍ଧାର୍ଥ ପୂର୍ବରୁ ଗୋଟିଏ ବୁଦା ମୂଳରେ ଲୁଚି ରହିଥିଲେ। ସେମାନେ ଅତ୍ୟନ୍ତ ନିର୍ମମ ଭାବେ ଆଶିଷଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାକୁ ଦୁର୍ଘଟଣାର ରୂପ ଦେବାକୁ ସବୁ ପ୍ରକାରର ଯୋଜନା କରିଥିଲେ। ସେହିପରି ଘଟଣାକୁ ଲୁଟର ରୂପ ଦେବାକୁ ଅଞ୍ଜୁ ନିଜର ଫୋନ ଓ କାନଫୁଲ ଅଭିଯୁକ୍ତମାନଙ୍କୁ ଦେଇଥିଲେ।
ସେଠାରୁ ୩ ଜଣ ଫେରାର ହେବା ପରେ ଅଞ୍ଜୁ ଅଚେତ ହେବାର ନାଟକ ମଧ୍ୟ କରିଥିଲେ। ହେଲେ ଆଶିଷଙ୍କ ଶରୀରରେ ଥିବା କ୍ଷତଚିହ୍ନ ତାଙ୍କର ସବୁ ଯୋଜନାରେ ପାଣି ପକାଇ ଦେଇଛି। ସେହିପରି ଜେରା ବେଳେ ଅଞ୍ଜୁ ନିଜର ବୟାନ ମଧ୍ୟ ବାରମ୍ବାର ବଦଳାଇବାରୁ ପୁଲିସ୍ର ସନ୍ଦେହ ତାଙ୍କ ଉପରେ ବଢ଼ିଥିଲା। ଶେଷରେ ସେ ପୁଲିସ୍ ଆଗରେ ସବୁ କିଛି ସ୍ୱୀକାର କରିଛନ୍ତି। ପୁଲିସ୍ ସବୁ କିଛି ଜାଣିବା ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/05/anju-2026-02-05-13-40-00.jpg)