Advertisment

ମଦୁଆକୁ ସହାୟତା କରିବାକୁ ଯାଇଥିଲେ, ଗାଡ଼ି ଧକ୍କାରେ ଚାଲିଗଲା କନଷ୍ଟେବଲଙ୍କ ଜୀବନ

ସବ ଇନସପେକ୍ଟର ମଥୁରା ପ୍ରସାଦ, ହେଡ କନଷ୍ଟେବଲ ଅରବିନ୍ଦ କୁମାର, କନଷ୍ଟେବଲ ସୌରଭ କୁମାର ଓ ବିବେକ କୁମାର ରାତିରେ ପ୍ୟାଟ୍ରୋଲିଂ କରୁଥିଲେ। ଏତିକି ବେଳେ ମାଧପୁର ବ୍ରିଜ୍‌ ନିକଟରେ ଜଣେ ଯୁବକ ମଦ ପିଇ ପଡ଼ି ରହିଥିବା ସେମାନେ ଦେଖିବାକୁ ପାଇଥିଲେ।

UP

UP

Advertisment

ମଦ ପିଇ ରାସ୍ତାରେ ପଡ଼ିଥିବା ଜଣେ ଯୁବକକୁ ସହଯୋଗ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୨୬ ବର୍ଷୀୟ କନଷ୍ଟେବଲ। ତାଙ୍କ ସହ ଆଉ ୩ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

Advertisment

ଏମାନେ ସମସ୍ତେ ରାସ୍ତାରେ ମଦ ପିଇ ପଡ଼ି ରହିଥିବା ଜଣେ ଯୁବକଙ୍କୁ ସହଯୋଗ କରିବାକୁ ଯାଉଥିବା ବେଳେ ଗୋଟିଏ ଦ୍ରୁତମାଗୀ ଟେମ୍ପୋ ସେମାନଙ୍କୁ ଧକ୍କା ଦେଇଥିଲା। ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲା ଅନ୍ତର୍ଗତ ଅକବରପୁର ଅଞ୍ଚଳରେ ଏପରି ଘଟଣା ଘଟିଛି। ଦୁର୍ଘଟଣାରେ ମଦୁଆ ଯୁବକର ବି ମୃତ୍ୟୁ ଘଟିଛି।

ଅତିରିକ୍ତ ଏସପି ରାଜେଶ କୁମାର ପାଣ୍ଡେ କହିଛନ୍ତି, ସବ ଇନସପେକ୍ଟର ମଥୁରା ପ୍ରସାଦ, ହେଡ କନଷ୍ଟେବଲ ଅରବିନ୍ଦ କୁମାର, କନଷ୍ଟେବଲ ସୌରଭ କୁମାର ଓ ବିବେକ କୁମାର ରାତିରେ ପ୍ୟାଟ୍ରୋଲିଂ କରୁଥିଲେ। ଏତିକି ବେଳେ ମାଧପୁର ବ୍ରିଜ୍‌ ନିକଟରେ ଜଣେ ଯୁବକ ମଦ ପିଇ ପଡ଼ି ରହିଥିବା ସେମାନେ ଦେଖିବାକୁ ପାଇଥିଲେ।

Advertisment

ତା’ଉପରେ ଗାଡ଼ି ମାଡ଼ି ଯିବାର ଆଶଙ୍କା ଥିବାରୁ ପୁଲିସ୍‌ କର୍ମଚାରୀମାନେ ସହାୟତା ପାଇଁ ଯାଇଥିଲେ। କନଷ୍ଟେବଲ ବିବେକ କୁମାର ମଦ୍ୟପ ଯୁବକଙ୍କୁ ଭିଡ଼ିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ଗୋଟିଏ ଦ୍ରୁତଗାମୀ ଟେମ୍ପୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବ୍ରିଜ୍‌ ତଳକୁ ଖସି ପଡ଼ି ପ୍ରାଣ ହରାଇଥିଲେ। ଅନ୍ୟ ୩ ପୁଲିସ୍‌ କର୍ମଚାରୀ ମଧ୍ୟ ଦ୍ରୁତଗାମୀ ଟେମ୍ପୋ ଧକ୍କା ଦେବାରୁ ସେମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି।

ସେମାନଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ କନଷ୍ଟେବଲ ସୌରଭଙ୍କ ଅବସ୍ଥା ବିଗିଡ଼ିବାକୁ ତାଙ୍କୁ ରେଜେନ୍ସୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଟେମ୍ପୋ ଧକ୍କାରେ ମଦ୍ୟପ ଯୁବକର ମଧ୍ୟ ମୃତ୍ୟୁ ଘଟିଛି।

ପ୍ରାଣ ହରାଇବା କନଷ୍ଟେବଲ ବିବେକ କୁମାରଙ୍କ ଘର ସାହାରନପୁର। ସେ ୨୦୧୯ରେ ଉତ୍ତର ପ୍ରଦେଶ ପୁଲିସ୍‌ରେ ଯୋଗ ଦେଇଥିଲେ ଓ ଅକବର ପୁଲିସ୍‌ ଷ୍ଟେସନରେ କାମ କରୁଥିଲେ ବୋଲି ଏସ୍‌ପି ପାଣ୍ଡେ ସୂଚନା ଦେଇଛନ୍ତି।

ଦୁର୍ଘଟଣା ଘଟାଇଥିବା ଟେମ୍ପୋ ଡ୍ରାଇଭର ୪୦ ବର୍ଷୀୟ ସୁରେନ୍ଦ୍ର କୁମାର ଗୁପ୍ତାଙ୍କୁ ପୁଲିସ୍‌ ଗିରଫ କରିଛି। ତା’ ଘର ଦିଲ୍ଲୀରା। ଗୁପ୍ତାର ଗାଡ଼ିକୁ ମଧ୍ୟ ପୁଲିସ୍‌ ଜବତ କରିଛି।

Accident Uttar Pradesh Police Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe