କେଉଁ ପ୍ରମୁଖ ଯୋଜନା ପାଇଁ କେତେ ବ୍ୟୟବରାଦ

ଭିତ୍ତିଭୂମି ଓ ଶିକ୍ଷାକୁ ଅଧିକ ଫୋକସ କରାଯାଇଥିବା ବେଳେ ବ୍ୟୟବରାଦ ମଧ୍ୟ ୪୫ ଲକ୍ଷ କୋଟି ଟପିଛି

Budget PhotoInternet

representational image

Hemant Lenka
  • Published: Wednesday, 01 February 2023
  • Updated: 01 February 2023, 04:52 PM IST

Sports

Latest News

ଚଳିତ ବର୍ଷ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ଆଜି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭିତ୍ତିଭୂମି ଓ ଶିକ୍ଷାକୁ ଅଧିକ ଫୋକସ କରାଯାଇଥିବା ବେଳେ ବ୍ୟୟବରାଦ ମଧ୍ୟ ୪୫ ଲକ୍ଷ କୋଟି ଟପିଛି।

ତେବେ କେଉଁ ପ୍ରମୁଖ ଯୋଜନା ପାଇଁ ଗତବର୍ଷ କେତେ ହୋଇଥିଲା ଓ ଚଳିତ ବର୍ଷ କେତେ ବ୍ୟୟବରାଦ ହୋଇଛି, ତା’ ଉପରେ ନଜର ପକାନ୍ତୁ।

୧- ଫାର୍ମାସିଟ୍ୟୁକାଲ ଶିଳ୍ପର ବିକାଶ ପାଇଁ ୧୨୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଗତବର୍ଷ ଏହା ୧୦୦ କୋଟି ଥିଲା।

୨- ଜଳ ଜୀବନ ମିଶନ ପାଇଁ ସରକାର ବଜେଟରେ ୭୦,୦୦୦ କୋଟିର ବ୍ୟୟବରାଦ କରିଛନ୍ତି। ୨୦୨୨-୨୩ରେ ଏହା ୬୦,୦୦୦ କୋଟି ଥିଲା।

Also Read

୩- ଏକଲବ୍ୟ ମଡେଲ ଆବାସିକ ସ୍କୁଲ ପାଇଁ ୫,୯୪୩ କୋଟି ଦିଆଯାଇଛି। ଗତବର୍ଷ ଏହି ପାଣ୍ଠି ମାତ୍ର ୨ ହଜାର କୋଟି ଟଙ୍କା ଥିଲା।

୪- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସରକାର ୭୯,୫୯୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ୨୦୨୨-୨୩ରେ ଏହି ଯୋଜନା ପାଇଁ ୪୮,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିଲା।

୫- ବିଜୁଳିରେ ଚାଲୁଥିବା ଗାଡ଼ିର ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୫,୧୭୨ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଗତବର୍ଷ ଏହା ୨୯୦୮ କୋଟି ଥିଲା।

୬- ଉତ୍ତର ପୂର୍ବ ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନା ପାଇଁ ୨୦୨୪ ଆର୍ଥିକ ବର୍ଷରେ ୨୪୯୧ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୨-୨୩ରେ ଏହି ଯୋଜନା ପାଇଁ ବଜେଟରେ ୧୪୧୯ କୋଟିର ବ୍ୟବସ୍ଥା ହୋଇଥିଲା।

୭- ମନରେଗା ଯୋଜନା ପାଇଁ ୬୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିବା ବେଳେ ଗତବର୍ଷ ୭୩ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା।

୮-ଆୟୁଷ୍ମାନ ଭାରତ ପାଇଁ ୭୨୦୦ କୋଟି

୯- ସୀମାନ୍ତ ଅଞ୍ଚଳର ବିକାଶ ପାଇଁ ୬୦୦ କୋଟି

୧୦- ପ୍ରଧାନମନ୍ତ୍ରୀ କୃଷି ସିଞ୍ଚିନ ଯୋଜନା ପାଇଁ ୧୦୭୮୭ କୋଟି

୧୧- ସ୍ୱଚ୍ଛ ଭାରତ ମିଶନ ପାଇଁ ୫୦୦୦ କୋଟି

୧୨- ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୭୧୫୦ କୋଟି

୧୩- ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପାଇଁ ୬୦ ହଜାର କୋଟି

୧୪- ପରିବାର କଲ୍ୟାଣ ଯୋଜନା ପାଇଁ ୫୧୭ କୋଟି

୧୫- ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ପାଇଁ ୩୩୬୫ କୋଟି 

୧୬- ଖେଲୋ ଇଣ୍ଡିଆ ପାଇଁ ଚଳିତ ବଜେଟରେ ୧ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos