DMK
ତାମିଲନାଡୁର କ୍ଷମତାସୀନ ଡିଏମକେ ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଘଟିଛି ଅଘଟଣ। କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଇଥିବା ବିରିୟାନୀ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୪୦ ଜଣ ଛୋଟ ପିଲା ରହିଛନ୍ତି।
ଡିଏମକେର କ୍ୟାଡର୍ସ ଦଳର ସଦସ୍ୟମାନଙ୍କ ପାଇଁ ଗୋଟିଏ ସାଧାରଣ ବୈଠକ କରିଥିଲେ। ଏହାପରେ ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ସାମଗ୍ରୀ ବଣ୍ଟା ଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କୁ ବିରିୟାନୀ ବଣ୍ଟା ଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ବିରିୟାନୀ ପ୍ୟାକେଟକୁ ନିଜ ସହ ଘରକୁ ନେଇ ଯାଇଥିଲେ। ସେଠାରେ ପରିବାର ଲୋକଙ୍କ ସହ ବସି ଖାଇଥିଲେ।
ତେବେ ବିରିୟାନୀ ଖାଇବାର କିଛି ସମୟ ପରେ ୧୦୦ରୁ ଅଧିକ ଲୋକଙ୍କ ବାନ୍ତି ହୋଇଥିଲା। ସେମାନଙ୍କୁ ନିକଟସ୍ଥ ଭିଲ୍ଲୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ହସ୍ପିଟାଲରେ ସଂଖ୍ୟା ବଢ଼ିବାରୁ ୧୦ଟି ଆମ୍ବୁଲାନ୍ସକୁ ଡକାଯାଇଥିଲା। ଆମ୍ବୁଲାନ୍ସରେ ଅସୁସ୍ଥ ଲୋକମାନଙ୍କୁ ବିରୁଧୁନଗର ଓ କାଲ୍ଲିକୁଡିକୁ ପଠା ଯାଇଥିଲେ। ସେଠାକାର ହସ୍ପିଟାଲରେ ସମସ୍ତଙ୍କର ଚିକିତ୍ସା ଚାଲିଛି।
ହସ୍ପିଟାଲ ସୂତ୍ରରେ କୁହାଯାଇଛି ଯେ ଲୋକମାନେ ବାସି ଖାଦ୍ୟ ଖାଇଛନ୍ତି। ତେଣୁ ଏହା ବିଷାକ୍ତ ହୋଇଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/DMK_1726324701.jpg)