Advertisment

KCRଙ୍କୁ ଝଟକା: କଂଗ୍ରେସରେ ମିଶିଲେ ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ ଓ ବିଧାୟକ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଓ ତାଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (BRS)କୁ ଲାଗିଛି ବଡ଼ ଝଟକା।

author-image
Jitendra Garnayak
KCR

KCR

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଓ ତାଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (BRS)କୁ ଲାଗିଛି ବଡ଼ ଝଟକା। ସୋମବାର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତା’ ପୂର୍ବରୁ ଏହି ନେତାମାନେ ଦଳ ପରିବର୍ତ୍ତନ କରିଛନ୍ତି।

Advertisment

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ଦଳରେ ଯୋଗ ଦେଇଛନ୍ତି। ବିଆରଏସ୍‌ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସାଂସଦ ପି. ଶ୍ରୀନିବାସ ରେଡ୍ଡୀ, ପୂର୍ବତନ ମନ୍ତ୍ରୀ ଜୁପାଲୀ କୃଷ୍ଣରାଓ, ପୂର୍ବତନ ବିଧାୟକ ପାନୟମ ଭେଙ୍କଟେଶ୍ୱରଲୁ, କୋରାମ କନକୈ, କୋଟା ରାମ ବାବୁ, ରାକେଶ ରେଡ୍ଡୀ ଓ ବିଆରଏସ୍ ବିଧାନ ପରିଷଦ ସଦସ୍ୟ ନରସା ରେଡ୍ଡୀଙ୍କ ପୁଅ।

ପାଟନାରେ ଅନୁଷ୍ଠିତ ବିରୋଧୀଙ୍କ ମେଗା ବୈଠକରେ ବିଆର୍‌ଏସ୍‌ ଅନୁପସ୍ଥିତ ରହିବା ପରେ ଏହି ନେତାମାନେ ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି।

Advertisment

ପାଟନା ବୈଠକରେ ଯୋଗ ନଦେବା ନେଇ କେସିଆରଙ୍କ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ ବିଜେପି ବିରୋଧରେ ଲଢ଼େଇ ପ୍ରସଙ୍ଗ ଭିତ୍ତିକ ହେବା ଉଚିତ୍। କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ପଥଚ୍ୟୁତ ହୋଇଛନ୍ତି। ଯିଏ କ୍ଷମତାରେ ଅଛନ୍ତି, ତାଙ୍କୁ କେମିତି ସେଠାରୁ ହଟାଇ ଆଉ ଜଣଙ୍କୁ ବସାଯିବ, ତାକୁ ନେଇ ଏବେ ଆମେ ଅଧିକ ଚିନ୍ତିତ ହୋଇପଡ଼ିଛନ୍ତି। କିନ୍ତୁ ଏହା ଏଜେଣ୍ଡା ହେବା ଉଚିତ ନୁହେଁ।

Congress Rahul Gandhi Brs KCR Mallikarjun Kharge