Advertisment

ଚୋରି ହୋଇଗଲା ଅଯୋଧ୍ୟାର ଭକ୍ତି ପଥ ଓ ରାମ ପଥରେ ଲାଗିଥିବା ଲାଇଟ୍‌

ରାମ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ହାଇସିକ୍ୟୁରିଟୀ ଜୋନ ମଧ୍ୟରେ ରହିଛି। ତଥାପି ସେଠାରେ ଆଲୋକ ମାଳା ଚୋରି ହେବା ସମସ୍ତଙ୍କୁ ଚକିତ କରିଛି।

author-image
Hemant Lenka
Ayodhya

Ayodhya

ଚୋରି ହୋଇଗଲା ରାମ ଜନ୍ମଭୂମି ଅଯୋଧ୍ୟାର ଶୋଭା ବଢ଼ାଉ ଥିବା ଆଲୋକ। ୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ଅଯୋଧ୍ୟାରେ ଲଗାଯାଇଥିବା ଆଲୋକ ମାଳା ଚୋରି ହୋଇଯାଇଛି। ଅଯୋଧ୍ୟାରେ ନିର୍ମାଣ ହୋଇଥିବା ରାମ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳ ହାଇସିକ୍ୟୁରିଟୀ ଜୋନ ମଧ୍ୟରେ ରହିଛି। ତଥାପି ସେଠାରେ ଆଲୋକ ମାଳା ଚୋରି ହେବା ସମସ୍ତଙ୍କୁ ଚକିତ କରିଛି।

Advertisment

ପୁଲିସ୍‌ କହିଛି ଯେ ଭକ୍ତି ପଥ ଓ ରାମ ପଥରୁ ୩୮ ଶହ ବାମ୍ବୋ ଲାଇଟ୍ ଓ ୩୬ଟି ପ୍ରୋଜେକ୍ଟର ଲାଇଟ ଚୋରି ହୋଇଯାଇଛି। ଏହାର ଦାମ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଏଗୁଡ଼ିକୁ ଦୁର୍ବୃତ୍ତମାନେ ଚୋରି କରି ନେଇ ଯାଇଛନ୍ତି। ଲାଇଟ ଲଗାଇବା ଦାୟିତ୍ୱ ୟଶ ଏଣ୍ଟରପ୍ରାଇଜେସ ଓ କ୍ରିଷ୍ଣା ଅଟୋମୋବାଇଲ୍ସକୁ ଦିଆଯାଇଥିଲା।

ଅଯୋଧ୍ୟା ଡେଭଲପମେଣ୍ଟ ଅଥୋରିଟୀ ଉକ୍ତ ସଂସ୍ଥା ସହ ଲାଇଟ ଲଗାଇବା ନେଇ ଚୁକ୍ତି କରିଥିଲା। ଏହି ସଂସ୍ଥାର ପ୍ରତିନିଧି ଅଗଷ୍ଟ ୯ରେ ଚୋରି ନେଇ ରାମ ଜନ୍ମଭୂମି ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହାପରେ ମାମଲା ରୁଜୁ କରାଯାଇଛି।

Advertisment

ରାମ ପଥରେ ମୋଟ ୬,୪୦୦ ବାମ୍ବୋ ଲାଇଟ ଓ ଭକ୍ତି ପଥରେ ୯୬ଟି ପ୍ରୋଜେକ୍ଟର ଲାଇଟ ଲଗା ଯାଇଥିଲା। ମାର୍ଚ୍ଚ ୧୯ ଯାଏ ଏହି ସବୁ ଲାଇଟ ସେଠାରେ ରହିଥିଲା। କିନ୍ତୁ ମେ’ ୯ରେ ଯେତେବେଳେ ଯାଞ୍ଚ କରାଗଲା, ସେଠାରୁ କିଛି ଲାଇଟ ଚୋରି ହୋଇଯାଇଥିବା ଜଣାପଡ଼ିଥିଲା।

ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତମାନେ ୩୮ ଶହ ବାମ୍ବୋ ଲାଇଟ ଓ ୩୬ଟି ପ୍ରୋଜେକ୍ଟର ଲାଇଟ ଚୋରି କରି ନେଇଥିବା କମ୍ପାନୀର ପ୍ରତିନିଧି ଶେଖର ଶର୍ମା କହିଛନ୍ତି।

ଚୋରି ସମ୍ପର୍କରେ କମ୍ପାନୀ ମେ’ ମେ’ ମାସରୁ ଅବଗତ ଥିବା ବେଳେ ଅଗଷ୍ଟ ୯ରେ ହିଁ ବିଧିବଦ୍ଧ ଭାବେ ଅଭିଯୋଗ କରିବା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାପି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Ayodhya Ram Mandir Ayodhya Ayodhya Ram Temple