Advertisment

୨୨୩ ଦିନର ରେକର୍ଡ ଭାଙ୍ଗିଲା କରୋନା, ଦୈନିକ ସଂକ୍ରମଣ ୭ ହଜାର ଡେଇଁଲା

ବର୍ତ୍ତମାନ ସିକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମଣର ୦.୦୯%। ଆରୋଗ୍ୟ ହାର ୯୮.୭୨% ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Corona

Corona

ମହାମାରୀ କରୋନା ପ୍ରତିଦିନ ଲମ୍ବ ଡିଆଁ ମାରିବାରେ ଲାଗିଛି। କିଛି ଦିନ ତଳେ ପ୍ରଥମେ ୫ ହଜାର ପରେ ୬ ହଜାର ଡେଇଁଥିବା କରୋନାର ଦୈନିକ ସଂକ୍ରମଣ ଆଜି ସିଧା ୭ ହଜାର ପାର କରି ଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରୁ ୭,୮୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ୨୨୩ ଦିନ ମଧ୍ୟରେ ସର୍ବାଧିକ।

Advertisment

୨୨୩ ଦିନ ମଧ୍ୟରେ କେବେ ହେଲେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ହେଲେ ମଙ୍ଗଳବାର ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦,୨୧୫ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୬ ଜଣଙ୍କ ନାଁ କରୋନା ମୃତ୍ୟୁ ତାଲିକାରେ ଯୋଡ଼ି ହୋଇଯାଇଛି।

ଦିଲ୍ଲୀ, ପଞ୍ଜାବ ଓ ହିମାଚଳ ପ୍ରଦେଶରେ ୨ ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ହରିଆଣା ଓ ଉତ୍ତର ପ୍ରଦେଶରେ ଜଣେ ଲେଖାଏ ଲୋକ କରୋନା ଯୋଗୁ ଆଖି ବୁଜିଛନ୍ତି। କେରଳରେ ପୂର୍ବରୁ ୫ ଜଣ ପ୍ରାଣ ହରାଇଥିବା ବେଳେ ଏବେ ସେମାନଙ୍କୁ କରୋନା ମୃତ୍ୟୁ ତାଲିକାରେ ସାମିଲ କରାଯାଇଛି। ଫଳରେ ଦେଶରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫,୩୧,୦୧୬କୁ ବୃଦ୍ଧି ପାଇଛି।

Advertisment

ମଙ୍ଗଳବାର ସମଗ୍ର ଦେଶରେ ମୋଟ ୫,୬୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଆଜି ଏହା ୭ ହଜାର ପାର କରିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୭୬,୦୦୨ ଛୁଇଁଛି। ଶେଷଥର ପାଇଁ ଗତବର୍ଷ ସେପ୍ଟେମ୍ବର ୧ ଦେଶରେ ଦୈନିକ ସଂକ୍ରମଣ ୭,୯୪୬ ରେକର୍ଡ ହୋଇଥିଲା।

ଅନ୍ୟପକ୍ଷରେ ଦେଶରୁ ଏଯାଏ ୧,୭୭୪ ଜଣଙ୍କ ନମୁନାରୁ XBB1.16 ଭାରିଏଣ୍ଟ ଠାବ ହୋଇଛି। ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଏହି ଭାରିଏଣ୍ଟ ଠାବ ହୋଇଛି। ସେହିପରି XBB1.16.1 ଭାରିଏଣ୍ଟରେ ୨୩୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସିକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମଣର ୦.୦୯%। ଆରୋଗ୍ୟ ହାର ୯୮.୭୨% ରହିଛି।

Corona Cases In India Coronavirus