ନିର୍ବାଚନ ସମୟରେ ‘ଡିପଫେକ’ର ସାମ୍ନା କରୁଛନ୍ତି ଭାରତୀୟ, ବଢ଼ିଲା ଚିନ୍ତା

୭୫% ଭାରତୀୟ ଡିପଫେକ ବିଷୟବସ୍ତୁର ସମ୍ମୁଖୀନ ହୋଇଛି।

representational image

  • Published: Friday, 26 April 2024
  • , Updated: 27 April 2024, 10:43 AM IST

ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ଚାଲିଛି। ଏହି ସମୟରେ କୃତ୍ରିମ ବୁଦ୍ଧି ବା ଏଆଇ ଦ୍ୱାରା ତିଆରି କରାଯାଇଛି ଡିପଫେକ ବିଷୟବସ୍ତୁ। ନକଲି ଭିଡିଓ ଓ ଫଟୋକୁ ଏଭଳି ଭାବେ ଚିତ୍ରଣ କରାଯାଉଛି ଯେ ମିଛ-ସତ କିଛି ବି ଜଣାପଡ଼ୁ ନାହିଁ।

କମ୍ପ୍ୟୁଟର ସିକ୍ୟୁରିଟି କମ୍ପାନୀ McAfee ଅନୁସନ୍ଧାନରୁ ଜଣାପଡିଛି ଯେ ୭୫% ଭାରତୀୟ ଡିପଫେକ ବିଷୟବସ୍ତୁର ସମ୍ମୁଖୀନ ହୋଇଛି। ସେହିପରି ୨୨% ଭାରତୀୟ କହିଛନ୍ତି ଯେ ସେମାନେ ଡିଜିଟାଲ୍ ପ୍ଲାଟଫର୍ମରେ ବିକୃତ କରାଯାଇଥିବା ଭିଡିଓ, ଫଟୋ ଓ ରାଜନୀତିକ ପ୍ରାର୍ଥୀଙ୍କ ରେକର୍ଡିଂ ସଂସ୍ପର୍ଶରେ ଆସିଛନ୍ତି।

ବର୍ତ୍ତମାନ ଲୋକସଭା ନିର୍ବାଚନ ଓ ଆଇପିଏଲ୍ ଚାଲିଛି। ଏପରି ସ୍ଥିତିରେ ଲୋକମାନେ ଅଧିକ ମାତ୍ରାରେ ଡିପଫେକ ବିଷୟବସ୍ତୁର ସାମ୍ନା କରୁଛନ୍ତି। ଅନେକ ଭାରତୀୟ ନକଲି ଓ ପ୍ରକୃତ ବିଷୟବସ୍ତୁ କ’ଣ ତାହା ଜାଣିବାକୁ ସକ୍ଷମ ନୁହନ୍ତି। କୃତ୍ରିମ ବୁଦ୍ଧି (AI) ଟେକ୍ନୋଲୋଜିର ଅତ୍ୟାଧୁନିକତା ଯୋଗୁ ସେମାନେ ସତ-ମିଛ ଦ୍ୱନ୍ଦ୍ୱରେ ରହୁଛନ୍ତି।

ଦୈନନ୍ଦିନ ଜୀବନରେ AIର ପ୍ରଭାବ ଓ ଡିପଫେକର ପ୍ରଭାବ ଜାଣିବା ପାଇଁ ୨୦୨୪ ଆରମ୍ଭରୁ ଗୋଟିଏ ସର୍ଭେ କରାଯାଇଥିଲା। ଏହି ସର୍ବେକ୍ଷଣ ସମୟରେ ଜଣାପଡ଼ିଛି ଯେ ପ୍ରାୟ ୪ ଜଣଙ୍କ ମଧ୍ୟରେ ଜଣେ(୨୨%) ଏମିତି ଭିଡିଓର ସାମ୍ନା କରିଛନ୍ତି ଯାହା ପରବର୍ତ୍ତୀ ସମୟରେ ନକଲି ବୋଲି ଜଣାପଡ଼ିଛି।

ସେହପରି ପ୍ରତି ୧୦ ଜଣରୁ ୮ ଜଣ (୮୦%) ଲୋକ ବର୍ଷକ ପୂର୍ବରୁ ଡିପଫେକକୁ ନେଇ ଯେତିକି ଚିନ୍ତିତ ନ ଥିଲେ, ଏବେ ତା’ରୁ ଅଧିକ ଚିନ୍ତିତ। ଅଧାରୁ ଅଧିକ (୬୪ପ୍ରତିଶତ) ଉତ୍ତରଦାତା କହିଛନ୍ତି ଯେ ଏଆଇ ଯୋଗୁ ଅନଲାଇନ୍ ସ୍କାମ ଚିହ୍ନଟ କରିବା କଷ୍ଟକର ହୋଇପଡିଛି।

ପ୍ରାୟ ୩୦% ଲୋକ ଅନୁଭବ କରୁଛନ୍ତି ଯେ ଯଦି AI ସହିତ ସୃଷ୍ଟି ହୋଇଥିବା ଭଏସ୍ ମେଲ୍ କିମ୍ବା ଭଏସ୍ ନୋଟ୍ ଶେୟାର କରାଯାଉଛି, ତେବେ ସେମାନେ ନକଲି ଓ ଅସଲ ଚିହ୍ନଟ କରିପାରୁଛନ୍ତି।

McAfee କହିଛନ୍ତି ଯେ ଗତ ୧୨ ମାସ ମଧ୍ୟରେ ୭୫% ଲୋକ କହିଛନ୍ତି ଯେ ସେମାନେ ଡିପଫେକ ବିଷୟବସ୍ତୁ ଦେଖିଛନ୍ତି। ୩୮% ଲୋକ ଡିପଫେକ ସ୍କାମର ସମ୍ମୁଖୀନ ହୋଇଛନ୍ତି ଓ ୧୮% ଲୋକ ଡିପଫେକ ଜାଲିଆତିର ଶିକାର ହୋଇଛନ୍ତି। ଯେଉଁମାନେ ଡିପଫେକ ଜାଲିଆତିର ସାମ୍ନା କରିଥିଲେ କିମ୍ବା ଶିକାର ହୋଇଥିଲେ ସେମାନଙ୍କ ମଧ୍ୟରୁ ୫୭ ପ୍ରତିଶତ ଦାବି କରିଛନ୍ତି ଯେ ସେମାନେ ଜଣେ ସେଲିବ୍ରିଟିଙ୍କ ଭିଡିଓ, ଇମେଜ୍ କିମ୍ବା ଅଡିଓକୁ ଦେଖିଥିଲେ ଓ ଏହା ଅସଲ ବୋଲି ଅନୁମାନ କରୁଥିଲେ। ସେହିପରି ୩୧ ପ୍ରତିଶତ ଲୋକ ଏହି ସ୍କାମ ଯୋଗୁ ଆର୍ଥିକ କ୍ଷତି ସହିଛନ୍ତି।

ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ୪୦ ପ୍ରତିଶତ ଲୋକ ଜାଣିବାକୁ ପାଇଛନ୍ତି ଯେ ସେମାନଙ୍କ ସ୍ୱରକୁ ବ୍ୟବହାର କରାଯାଇଛି ବ୍ୟକ୍ତିଗତ ସୂଚନା କିମ୍ବା ଟଙ୍କା ମାଗାଯାଇଛି। ୩୯% ପ୍ରତିଶତ ଲୋକ କଲ୍, ଭଏସ୍ ମେଲ୍ କିମ୍ବା ଭଏସ୍ ନୋଟ୍ ଗ୍ରହଣ କରିଥିବା ରିପୋର୍ଟ କରିଛନ୍ତି।

McAfee ଅନୁଯାୟୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଆମୀର ଖାନ ଓ ରଣବୀର ସିଂହଙ୍କ ସହ ସମ୍ପୃକ୍ତ ଘଟଣାଗୁଡ଼ିକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଭାରତୀୟମାନେ କହିଛନ୍ତି।

Related story