Advertisment

ଜାତୀୟ ପତାକାକୁ ଅପମାନ ଓ ପୁଲିସ ସହ ଗଣ୍ଡଗୋଳ: ୭୦୦ରୁ ଅଧିକ ଚାଷୀଙ୍କ ନାଁରେ ମାମଲା

ପ୍ରାଧିକରଣ ଅଫିସର ଜେଇ ଅରୁଣ ବର୍ମାଙ୍କ ଅଭିଯୋଗକ୍ରମରେ ଜାନୁଆରୀ ୨୩ରେ ୭୦୦ରୁ ଅଧିକ ଚାଷୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ ହୋଇଥିଲା।

Farmer

Farmer

Advertisment

ଗୋଟିଏ ପଟେ ଦିଲ୍ଲୀ ଚଲୋ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ୭୪୬ ଜଣ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାନୁଆରୀ ୧୮ରେ ଚାଷୀମାନେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟକୁ ବଳ ପୂର୍ବକ ବନ୍ଦ କରି ଦେଇଥିଲେ। ଏବେ ସେମାନଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି।

Advertisment

ପ୍ରାଧିକରଣ ଅଫିସର ଜେଇ ଅରୁଣ ବର୍ମାଙ୍କ ଅଭିଯୋଗକ୍ରମରେ ଜାନୁଆରୀ ୨୩ରେ ୭୦୦ରୁ ଅଧିକ ଚାଷୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ ହୋଇଥିଲା। ସେତେବେଳେ ଏଫଆଇଆରରେ ଥିବା ବିଷୟବସ୍ତୁକୁ ଅତ୍ୟନ୍ତ ଗୋପନ ରଖାଯାଇଥିଲା। ଏବେ ଏହା ପ୍ରାୟ ମାସକ ପରେ ସାମ୍ନାକୁ ଆସିଛି।

ନୋଏଡା ପ୍ରାଧିକରଣ ଅଫିସର ସିଇଓଙ୍କ ସହ ଚାଷୀଙ୍କ ଆଲୋଚନା ବେଳେ ପୁଲିସ୍‌ର ବ୍ୟବହାରକୁ ସେମାନେ ବିରୋଧ କରିଥିଲେ। ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ଏହାପରେ ଆଇପିସିର ୫୦୬,୪୨୭,୧୫୩ଏ, ୩୪, ୧୨୦ବି, ୭,୩,୪ ଦଫାରା ମାମଲା ହୋଇଛି।

Advertisment

ଏଫଆଇଆରରେ ୪୬ ଜଣ ଚାଷୀଙ୍କ ନାଁ ଥିବା ବେଳେ ୭୦୦ ଅଚିହ୍ନା ଲୋକ ରହିଛନ୍ତି। ଜେଇ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଜାନୁଆରୀ ୧୮ରେ ଚାଷୀମାନେ ନୋଏଡା ପ୍ରାଧିକର ଅଫିସରେ ଏକାଠି ହୋଇଥିଲେ। ସେମାନଙ୍କ ଯୋଗୁ ଅଫିସକୁ ବନ୍ଦ କରିବାକୁ ପଡ଼ିଥିଲା।

ପୁରୁଷ, ମହିଳା, ଛୋଟ ପିଲା ମିଳିତ ଭାବେ ଅଫିସ ଆଗରେ ଏକାଠି ହୋଇ ନୋଏଡା ପ୍ରାଧିକରଣ ଅଧିକାରୀମାନଙ୍କ ବିରୋଧରେ ନାରାବାଜୀ କରିଥିଲେ। ସେମାନେ ବଳପୂର୍ବକୁ ଭିତରେ ପଶିବା ସହ ପୂରା ଅଫିସକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ। ପୁଲିସ୍‌ ଓ ଅଫିସର ଅଧିକାରୀମାନେ ଶାନ୍ତି ବଜାୟୀ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ସେମାନେ ଜିଦ ଛାଡ଼ି ନଥିଲେ।

ସେମାନଙ୍କ ଏପରି ଆଚରଣ ଯୋଗୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନେ ଗେଟ ନମ୍ବର ୪ରେ ଲାଗିଥିବା ଅବରୋଧକୁ ଭାଙ୍ଗି ଦେଇଥିଲେ। ସେଠାରେ ଛୋଟ ବ୍ୟବସାୟ କରୁଥିବା ଲୋକଙ୍କୁ ହଇରାଣ କରିଥିଲେ। ସେମାନଙ୍କ ଚା ଦୋକାନ ଓ ରାସ୍ତା କଡ଼ ଷ୍ଟଲକୁ ନଷ୍ଟ କରି ଦେଇଥିଲେ।

ସୁଖବୀର ଖଲିଫା, ମହେନ୍ଦ୍ର ଓ ଜୟବୀର ପ୍ରଧାନଙ୍କ ଭଳି ଲୋକମାନେ ସବୁ ନିୟମକୁ ଉଲ୍ଲଙ୍ଘନ କରିଥିଲେ। ଏହାକୁ ନେଇ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ କିଛି ଲୋକ ତଳେ ପଡ଼ି ଯାଇଥିଲେ ଓ ପ୍ରବେଶ ପଥରେ ଥିବା ଜାତୀୟ ପତାକାକୁ ବିକୃତ କରି ଦେଇଥିଲେ।

ସେମାନେ ଚେନ ଦ୍ୱାରା ପୁଲିସ୍‌ ଓ ଅନ୍ୟ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ସବ ଇନସପେକ୍ଟର ପ୍ରଦୀପ ଦ୍ୱିବେଦୀ ଓ ହେଡ କନଷ୍ଟେବଳ ପ୍ରଭାତ ସିଂହ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକ ଅଫିସରମାନଙ୍କୁ ତଣ୍ଟି ଚିପି କ୍ଷତି ପହଞ୍ଚାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।

ନୋଏଡା ବିକାଶ ପ୍ରାଧିକରଣରେ ରହୁଥିବା ଲୋକମାନେ ଭୟରେ ରହିବା ସହ ଭିଡ଼ ହିଂସାରୁ ସୁରକ୍ଷା ପାଇଁ ନେହୁରା ହୋଇଛନ୍ତି। ଭଙ୍ଗାରୁଜା ଓ ଆତଙ୍କ ଯୋଗୁ ସ୍ଥାନୀୟ କାନାରା ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାର କର୍ମଚାରୀମାନେ ମଧ୍ୟ ଡରି ଯାଇଥିଲେ।

ଆତଙ୍କ ଯୋଗୁ ଆର୍ଥିକ କ୍ଷତି ମଧ୍ୟ ହୋଇଛି। ପ୍ରତିଷ୍ଠାନ ଭିତରେ ଥିବା ଲୋକମାନେ ଆତଙ୍କ ଦେଖି ନିଜର ସୁରକ୍ଷା ପାଇଁ ଶଟର ବନ୍ଦ କରି ଦେଇଥିଲେ। ରାସ୍ତା କଡ଼ର ଲୋକମାନେ ଭୟରେ ଏଣେତେଣେ ଦୌଡ଼ି ଥିଲେ। ସରକାରୀ କାମ ବାଧ୍ୟପ୍ରାପ୍ତ ହୋଇଥିଲା ବୋଲି ଅଭିଯୋଗ ହୋଇଛି।

Farmer Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe