Advertisment

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜବତ ହେଲା ନଗଦ ୫.୧ କୋଟି ଟଙ୍କା, ୭ କେଜି ସୁନା

ବୁଧବାର ସୁଦ୍ଧା ହାଇଦ୍ରାବାଦ ପୁଲିସ ବିଭିନ୍ନ ସ୍ଥାନରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଖଯାଇଥିବା ନଗଦ ୫.୧ କୋଟି ଟଙ୍କା, ୭ କେଜିରୁ ଅଧିକ ସୁନା ଯାହାର ଦାମ ୪.୨ କୋଟି ଟଙ୍କା ଓ ୧୧୦ ଲିଟର ମଦ ଜବତ କରିଛି।

author-image
Hemant Lenka
Election

Election

ଆସନ୍ତା ନଭେମ୍ବର ୩୦ରେ ଅନୁଷ୍ଠିତ ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ। ସୋମବାର ଏନେଇ ତାରିଖ ଘୋଷଣା ହେବା ସହ ରାଜ୍ୟରେ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଛି।

Advertisment

ତେବେ ବୁଧବାର ସୁଦ୍ଧା ହାଇଦ୍ରାବାଦ ପୁଲିସ ବିଭିନ୍ନ ସ୍ଥାନରୁ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରଖଯାଇଥିବା ନଗଦ ୫.୧ କୋଟି ଟଙ୍କା, ୭ କେଜିରୁ ଅଧିକ ସୁନା ଯାହାର ଦାମ ୪.୨ କୋଟି ଟଙ୍କା ଓ ୧୧୦ ଲିଟର ମଦ ଜବତ କରିଛି। ତାରିଖ ଘୋଷଣା ହେବାର ୨ ଦିନ ମଧ୍ୟରେ ଏତେ ପରିମାଣର ଟଙ୍କା, ସୁନା ଓ ମଦ ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହାଇଦ୍ରାବାଦ ପୁଲିସ୍‌ କହିଛି ଯେ ନିର୍ବାଚନକୁ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ତାରିଖ ଘୋଷଣା ହେବା ପରେ ବେଆଇନ ଆର୍ଥିକ କାରବାର, ଡ୍ରଗ୍ସ, ମଦ ଓ ମାଗଣା ଉପହାରଗୁଡ଼ିକ ବିରୋଧରେ ଅଭିଯାନ ଆରମ୍ଭ କରାଯାଇଛି।

Advertisment

ସୋମବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଧରପଗଡ଼କୁ ଜୋରଦାର କରାଯାଇଥିଲା। ତାରିଖ ଘୋଷଣା ହେବା ଠାରୁ ଇତି ମଧ୍ୟରେ ପୁଲିସ ୭.୦୬ କେଜିର ସୁନା, ୧୧.୦୭ କେଜି ରୁପାର(୮.୬୭ ଲକ୍ଷ), ନଗଦ ୫.୧ କୋଟି ଟଙ୍କା ଓ ୧୧୦ ଲିଟର ମଦ ଜବତ କରିଛି। ଏହାବାଦ ପୁଲିସ୍‌ ୨କେଜି ଗଞ୍ଜେଇ, ୨୩ ମୋବାଇଲ ଫୋନ ଓ ୪୩ କ୍ୱିଣ୍ଟାଲ ପିଡିଏସ ଚାଉଳ ମଧ୍ୟ ଧରିବାକୁ ସକ୍ଷମ ହୋଇଛି।

ସ୍ଥାନୀୟ ପୁଲିସ୍‌, ଫ୍ଲାଇଂ ସ୍କ୍ୱାଡ, କମିଶନରଙ୍କ ଟାକ୍ସ ଫୋର୍ସ ଓ ଅନ୍ୟ ୱିଙ୍ଗ୍ସଗୁଡ଼ିକ ସବୁ ସ୍ଥାନରେ ସତର୍କ ହୋଇ ରହିଛନ୍ତି। ଲୋକମାନଙ୍କୁ ମଧ୍ୟ ସେମାନଙ୍କ ଅଞ୍ଚଳରେ ଯଦି ଭୋଟ ପାଇଁ କୌଣସି ବେଆଇନ କାରବାର କରାଯାଉଥିବା ସନ୍ଦେହ ହେଉଛି, ତା’ହେଲେ ତୁରନ୍ତ ପୁଲିସ୍‌କୁ ଏହା ଜଣାଇବାକୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ଆଜି ସହରର ପୁଲିସ୍‌ କମିଶନର ସଭି ଆନନ୍ଦ ଭିଡିଓ କନଫରେନ୍ସିଂ ଜରିଆରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ସବୁ ଅଧିକାରୀଙ୍କୁ କ’ଣ କରାଯିବ ଓ କ’ଣ ନ କରାଯିବ, ସେ ସମ୍ପର୍କରେ ସୂଚନା ଦେଇଛନ୍ତି।

Police Hyderabad