Advertisment

ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ଓୱେସି; କହିଲେ- ଆପଣଙ୍କଠାରୁ ଏଭଳି ଆଶା ରଖିନଥିଲି

ଶନିବାର ପ୍ରଥମ ଥର ପାଇଁ ସୋନିଆ ଗାନ୍ଧି କର୍ଣ୍ଣାଟକା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ।

Owaisi

Owaisi

Advertisment

ନିକଟରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ପାଇଁ ଶନିବାର ସୋନିଆ ଗାନ୍ଧି ନିର୍ବାଚନ ପ୍ରଚାର କରିବା ପରେ ତାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି।

Advertisment

ଗତକାଲି କର୍ଣ୍ଣାଟକାର ହୁବଲୀରେ ଏକ ନିର୍ବାଚନୀ ସଭାରେ ଓୱେସି କହିଥିଲେ ଯେ ଜଗଦୀଶ ଶେଟ୍ଟାରଙ୍କ ପାଇଁ ସୋନିଆ ଗାନ୍ଧି ପ୍ରଚାର କରିବେ ବୋଲି ସେ କେବେ ଆଶା ରଖି ନଥିଲେ। କାରଣ ଜଗଦୀଶ ଶେଟ୍ଟାର ଆରଏସଏସର ଲୋକ। ଆରଏସଏସରୁ ଆସିଥିବା ଜଣେ ବ୍ୟକ୍ତି ପାଇଁ ସୋନିଆଜୀ ନିର୍ବାଚନ ପ୍ରଚାର କରିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି।

ସୋନିଆଙ୍କୁ ଟାର୍ଗେଟ କରି ଓୱେସି ଆହୁରି କହିଥିଲେ, ଆଦର୍ଶ ଯୁଦ୍ଧରେ କଂଗ୍ରେସ ହାରି ସାରିଛି। ଏହା କ’ଣ ଆପଣଙ୍କ ଧର୍ମନିରପେକ୍ଷତା? ଆପଣ କ’ଣ ଏହିଭଳି ଢଙ୍ଗରେ ମୋଦିଜୀ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କ ବିରୋଧରେ ଲଢ଼େଇ କରିବେ?

Advertisment

ଶନିବାର ପ୍ରଥମ ଥର ପାଇଁ ସୋନିଆ ଗାନ୍ଧି କର୍ଣ୍ଣାଟକା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ହୁବଲୀରେ ଆୟୋଜିତ ରାଲିରେ ସେ କଂଗ୍ରେସକୁ ଭୋଟ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ବିଜେପି ନହଟିବା ପର୍ଯ୍ୟନ୍ତ ରାଜ୍ୟର କିମ୍ବା ଦେଶର ବିକାଶ ହୋଇପାରିବ ନାହିଁ ବୋଲି ସୋନିଆ କହିଥିଲେ। ବିଜେପି ଘୃଣାର ମଞ୍ଜି ବୁଣିବା ସହିତ ରାଜ୍ୟ ଓ ଦେଶକୁ ଲୁଟି ଚାଲିଛି ବୋଲି ସେ କହିଥିଲେ। 

ଗତ ମାସରେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ଟିକେଟ ନଦେବାରୁ ସେ ଦଳ ଛାଡ଼ିଥିଲେ ଓ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ତାଙ୍କୁ ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ ପ୍ରାର୍ଥୀ କରିଛି। ତାଙ୍କର ମୁକାବିଲା ବିଜେପିର ମହେଶ ତେଙ୍ଗିଙ୍କାଇଙ୍କ ସହିତ ହେବ।

Congress Sonia Gandhi Asaduddin Owaisi AIMIM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe