Advertisment

୧୫ ବର୍ଷ ପୁରୁଣା ଗାଡ଼ି ରଖିଛନ୍ତି କି? ଏପ୍ରିଲ ୧ରୁ ତେଲ ପକାଇ ପାରିବେନି

ଯଦି କାହା ପାଖରେ ୧୫ ବର୍ଷ ପୁରୁଣା ଗାଡ଼ି ରହିଛି, ତା’ହେଲେ ସେମାନଙ୍କୁ ମାର୍ଚ୍ଚ ୩୧ ପରେ ଆଉ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ମିଳିବନି ଅନୁମତି।

author-image
Hemant Lenka
Petrol Pump

Petrol Pump

ବାୟୁ ପ୍ରଦୂଷଣ ରୋକିବାକୁ ସରକାର ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ନୂଆ କରି କ୍ଷମତାକୁ ଆସିଥିବା ବିଜେପି ସରକାର ଗାଡ଼ି ଜନିତ ପ୍ରଦୂଷଣକୁ ରୋକିବାକୁ ନେଇଛି ବଡ଼ ପଦକ୍ଷେପ। ଯଦି କାହା ପାଖରେ ୧୫ ବର୍ଷ ପୁରୁଣା ଗାଡ଼ି ରହିଛି, ତା’ହେଲେ ସେମାନଙ୍କୁ ମାର୍ଚ୍ଚ ୩୧ ପରେ ଆଉ ପେଟ୍ରୋଲ ପମ୍ପରେ ତେଲ ପକାଇବାକୁ ମିଳିବନି ଅନୁମତି। ଏହାର ଅର୍ଥ ଏପ୍ରିଲ ୧ରୁ ପୁରୁଣା ଗାଡ଼ିରେ କେହି ବି ତେଲ ପକାଇ ପାରିବେ ନାହିଁ।

Advertisment

ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିର୍ସା କହିଛନ୍ତି, ଗାଡ଼ି ଜନିତ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର କିଛି ପଦକ୍ଷେପ ନେବାକୁ ଯାଉଛନ୍ତି। ୧୫ ବର୍ଷ ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରିବା ପାଇଁ ପେଟ୍ରୋଲ ପମ୍ପରେ ବିଭିନ୍ନ ଯନ୍ତ୍ରାଂଶ ଲାଗିବ। ୧୫ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଗାଡ଼ିଗୁଡ଼ିକୁ ତେଲ ମିଳିବ ନାହିଁ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ମଧ୍ୟ ଏ ବିଷୟରେ ଅବଗତ କରାଯିବ।

ସରକାର ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ପ୍ରତିଷ୍ଠା କରିବେ। ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ିଗୁଡ଼ିକୁ ସେମାନେ ଚିହ୍ନଟ କରିବେ। ଏପ୍ରିଲ ୧ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ। ଦିଲ୍ଲୀରେ ପ୍ରବେଶ କରୁଥିବା ଭାରୀ ଯାନ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯିବ। ପରିବେଶ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ିଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ସିର୍ସା କହିଛନ୍ତି।

Advertisment

ଦିଲ୍ଲୀ ଓ ଏନସିଆରରେ ପୂର୍ବରୁ ହିଁ ୧୦ ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ଚାଳିତ ଗାଡ଼ିକୁ ବ୍ୟାନ କରାଯାଇଛି। ୨୦୨୨ ଜାନୁଆରୀ ୧ ଠାରୁ ଏହି ନିୟମ କାର୍ଯ୍ୟକାରୀ ହେଉଛି ଓ ଉଲ୍ଲଙ୍ଘନକାରୀଙ୍କ ଗାଡ଼ିକୁ ଜବତ କରି ସ୍କାର୍ପ ୟାର୍ଡକୁ ପଠାଯିବାର ପ୍ରାବଧାନ ରହିଛି।

ପ୍ରଦୂଷଣ ସ୍ତରକୁ ହ୍ରାସ କରିବା ପାଇଁ ପେଟ୍ରୋଲ ପମ୍ପ କଟକଣା ବ୍ୟତୀତ ବଡ଼ବଡ଼ ବିଲଡିଂ, ହୋଟେଲ ଓ ଦିଲ୍ଲୀରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଆଣ୍ଟି ସ୍ମଗ ଗନ ଲଗାଇବାକୁ ବାଧ୍ୟ। ସିର୍ସା କହିଛନ୍ତି, “ ଏଠାରେ ଅନେକ ବଡ଼ବଡ଼ ହୋଟେଲ, ବଡ଼ବଡ଼ ଅଫିସ, ଦିଲ୍ଲୀ ଏୟାର ପୋର୍ଟ ଓ ବଡ଼ବଡ଼ ନିର୍ମାଣ ସଂସ୍ଥା ରହିଛି। ସେଗୁଡ଼ିକରେ ଆଣ୍ଟି ସ୍ମଗ ଗନ ଲଗାଇବା ବ୍ୟବସ୍ଥାକୁ ଆମେ ବାଧ୍ୟତାମୂଳକ କରିବୁ। ବଡ଼ବଡ଼ ଆବାସିକ କୋଠାରେ ମଧ୍ୟ ସ୍ମଗ ଗନ ଲଗାଯିବ।”

ତାଙ୍କ କହିବା କଥା ଯେ ୨୦୨୫ ଡିସେମ୍ବର ସୁଦ୍ଧା ଦିଲ୍ଲୀରେ ଚାଲୁଥିବା ୯୦% ସିଏନଜି ବସ୍‌କୁ ରାସ୍ତାରୁ ହଟାଇ ନିଆଯିବ। ସେଗୁଡ଼ିକ ବଦଳରେ ବିଦ୍ୟୁତ ଚାଳିତ ବସ୍‌ଗୁଡ଼ିକୁ ଲୋକଙ୍କ ସେବାରେ ନିୟୋଜତ କରାଯିବ। ବୋଲି ସିର୍ସା କହିଛନ୍ତି।

Bjp Pollution Delhi Pollution