Advertisment

ସର୍ବାଧିକ ପ୍ରସାରିତ ହେଉଥିବା ଖବରକାଗଜର ମାଲିକଙ୍କୁ ଗିରଫ କଲା ଇଡି

ଶାହଙ୍କ ଗିରଫଦାରୀକୁ ରାଜନୀତିକ ଝଡ଼ ଦେଖାଦେଇଛି। କଂଗ୍ରେସ ଓ ଆପ୍‌ ଗୁଜରାଟରେ କ୍ଷମତାସୀନ ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ଗଣମାଧ୍ୟମକୁ ଡରାଇବା ଓ ଏହାର ସ୍ୱର ଚାପି ଦେବାକୁ ଚେଷ୍ଟା କରୁଥିବା କହିଛନ୍ତି।

Gujrat

Gujrat

Advertisment

ଗୁଜରାଟରେ ସର୍ବାଧିକ ପ୍ରସାରିତ ତଥା ଚର୍ଚ୍ଚିତ ଖବରକାଗଜ ଗୁଜରାଟ ସମାଚାରର ସହ ପ୍ରତିଷ୍ଠାତା ବାହୁବଳୀ ଶାହଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିଛି। ଗୋଟିଏ ମନି ଲଣ୍ଡରିଂ ମାମଲାରେ ଏପରି ଗିରଫଦାରୀ ହୋଇଛି। ସମ୍ବାଦପତ୍ରର ମାଲିକ ବ୍ୟତୀତ ଶାହ ୧୫ଟି ଭିନ୍ନ ଭିନ୍ନ ବ୍ୟବସାୟିକ ସଂସ୍ଥା ସହ ଜଡ଼ିତ। ପ୍ରଥମେ ଇଡି ମନିଲଣ୍ଡରିଂ ମାମଲାରେ ତାଙ୍କର ବିଭିନ୍ନ ଠିକଣାରେ ରେଡ କରିଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇଛି।

Advertisment

ଶାହ ହେଉଛନ୍ତି ଲୋକ ପ୍ରକାଶନ ଲିଃର ଅନ୍ୟତମ ନିର୍ଦ୍ଦେଶକ। ଲୋକ ପ୍ରକାଶନ ଲିଃ ଅଧୀନରେ ଗୁଜରାଟ ସମାଚାର ଖବରକାଗଜ ଓ ଜିଏସଟିଭି ଚ୍ୟାନେଲ ରହିଛି। ତାଙ୍କ ବଡ଼ ଭାଇ ଶ୍ରେୟାଂଶ ଶାହ ଖବରକାଗଜର ମ୍ୟାନେଜିଂ ଏଡିଟର।

ଗିରଫଦାରୀ ପରେ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇଡି ତାଙ୍କୁ ଗିରଫ କରିଥିଲେ ହେଁ ଏଯାଏ ଗିରଫଦାରୀ ସମ୍ପର୍କରେ କୌଣସି ପ୍ରକାରର ବିବୃତି ଜାରି କରାଯାଇ ନାହିଁ।

Advertisment

ଅନ୍ୟପକ୍ଷରେ ଶାହଙ୍କ ଗିରଫଦାରୀକୁ ରାଜନୀତିକ ଝଡ଼ ଦେଖାଦେଇଛି। କଂଗ୍ରେସ ଓ ଆପ୍‌ ଗୁଜରାଟରେ କ୍ଷମତାସୀନ ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ଗଣମାଧ୍ୟମକୁ ଡରାଇବା ଓ ଏହାର ସ୍ୱର ଚାପି ଦେବାକୁ ଚେଷ୍ଟା କରୁଥିବା କହିଛନ୍ତି। ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ କରି ଅରବିନ୍ଦ କେଜ୍ରିୱାଲଙ୍କ ଭଳି ହେଭିୱେଟ ଶାହଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି।

ରାହୁଲ ଗାନ୍ଧିଙ୍କ କହିବା କଥା ଏପରି ଗିରଫଦାରୀ କେବଳ ଗୋଟିଏ ଖବରକାଗଜର ସ୍ୱରକୁ ଚାପିବା ନୁହେଁ ବରଂ ସଂପୂର୍ଣ୍ଣ ଗଣତନ୍ତ୍ର ବିରୋଧରେ ଗୋଟିଏ ଷଡ଼ଯନ୍ତ୍ର। ସେ ଏକ୍ସରେ ପୋଷ୍ଟ କରିଛନ୍ତି, “ଗୁଜରାଟ ସମାଚାରକୁ ଚୁପ କରିବାର ଉଦ୍ୟମ କେବଳ ଗୋଟିଏ ଖବରକାଗଜର ସ୍ୱରକୁ ଚାପିବା ନୁହେଁ, ବରଂ ପୂରା ଗଣତନ୍ତ୍ର ବିରୋଧରେ ଷଡ଼ଯନ୍ତ୍ର। ଯେତେବେଳେ କ୍ଷମତାକୁ ପ୍ରଶ୍ନ କରୁଥିବା ନ୍ୟୁଜ ପେପରକୁ ଲକ କରି ଦିଆଯାଏ ସେତେବେଳେ ବୁଝିବାକୁ ପଡ଼ିବ ଯେ ଗଣତନ୍ତ୍ର ବିପଦରେ ରହିଛି। ବାହୁବଳୀ ଶାହଙ୍କୁ ଗିରଫ କରିବା ସେହି ଭୟ ସୃଷ୍ଟି କରିବା ରାଜନୀତିର ଅଂଶବିଶେଷ। ଏହା ମୋଦି ସରକାରଙ୍କ ପରିଚୟରେ ପରିଣତ ହୋଇଛି। ଦେଶକୁ କେବେ ହେଲେ ବାଡ଼ିରେ କିମ୍ବା ଭୟଭୀତ କରି ଶାସନ କରାଯାଇ ପାରିବ ନାହିଁ। ଭାରତ ସବୁବେଳେ ସତ୍ୟ ଓ ସମ୍ବିଧାନ ଅନୁସାରେ ଚାଲିବ।”

କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ମଧ୍ୟ ରାହୁଲଙ୍କ କଥାରେ ଏକମତ ହୋଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି। ସ୍ୱାଧୀନ ମିଡିଆକୁ ସରକାରଙ୍କ ପକ୍ଷକୁ ଆଣିବା ପାଇଁ ଏପରି ଗିରଫଦାରୀ ହୋଇଥିବା ସେ କହିଛନ୍ତି।

ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, “ଗୁଜରାଟ ସମାଚାର ଓ ଜିଏସଟିଭି ଉପରେ ୪୮ ଘଣ୍ଟା ଧରି ରେଡ ଓ ତା’ ପରେ ଏହାର ମାଲିକ ବାହୁବଳୀ ଭାଇ ଶାହଙ୍କ ଗିରଫଦାରୀ ଆଦୌ ଗୋଟିଏ ସଂଯୋଗ ନୁହେଁ। ଏହା ବିଜେପିର ହତାଶା ଭାବକୁ ଦର୍ଶାଉଛି। ପ୍ରଶ୍ନ କରୁଥିବା ଓ ସତ୍ୟ କହୁଥିବା ପ୍ରତଟି ସ୍ୱରକୁ ବିଜେପି ଚାପି ଦେବାକୁ ଚାହେଁ। ଦେଶ ଓ ଗୁଜରାଟର ଲୋକମାନେ ନିଶ୍ଚିତ ଭାବେ ଏପରି ଏକଛତ୍ରବାଦ ନୀତିର ଜବାବ ଖୁବଶୀଘ୍ର ଦେବେ।”

ED Raid Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe