Advertisment

କୋଚିଂ ସେଣ୍ଟରରେ ଅଘଟଣ: ଆଉ ୫ ଜଣ ଗିରଫ

ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି।

author-image
Madhupriya Mistry
Delhi IAS coaching centre

Delhi IAS coaching centre

ରାଜଧାନୀ ଦିଲ୍ଲୀର ଓଲ୍ଡ ରାଜିନ୍ଦର ନଗରରେ ଥିବା କୋଚିଂ ସେଣ୍ଟରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହେଉଥିବା ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାରେ ବର୍ତ୍ତମାନ ଦିଲ୍ଲୀ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଉ ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଏହାକୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି।

Advertisment

ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୋଚିଂ ସେଣ୍ଟରର ମାଲିକ, ଥର ଗାଡି ଚଳାଇ କୋଚିଂ ସେଣ୍ଟରର ଗେଟ୍‌ ନଷ୍ଟ କରିଥିବା ବ୍ୟକ୍ତି ସାମିଲ ଅଛନ୍ତି। ଏହି ପୂରା ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଛି।

ଅନ୍ୟପଟେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନମୁଡ୍‌କୁ ଆସିଛି ପ୍ରଶାସନ। କୋଚିଂ ସେଣ୍ଟର ଆଖପାଖରେ ବୁଲିସ ବୁଲଡୋଜର। ଏଥିପାଇଁ ପୁଲିସ ମଧ୍ୟ ଅନୁମତି ଦେଇସାରିଛି। କୋଚିଂ ସେଣ୍ଟର ଆଖପାଖର ଜବରଦଖଲ ଉଚ୍ଛେଦ କରିବା ପାଇଁ ଘଟଣାସ୍ଥଳରେ ୫ଟି ବୁଲଡୋଜର ପହଞ୍ଚିଛି। ଏମ୍‌ଡିସି ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

Advertisment

ଦିଲ୍ଲୀ ଓଲ୍ଡ ରାଜିନ୍ଦର ନଗରରେ ସ୍ଥିତ RAU'S IAS କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁ ପାଣି ଭର୍ତ୍ତି ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଉକ୍ତ କୋଚିଂ ସେଣ୍ଟରରେ ପଢ଼ୁଥିବା ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ଅନେକ ଟିମ୍‌ ଗଠନ କରିଛି। ସେହିପରି ଉକ୍ତ ଅଞ୍ଚଳରେ ବେସ୍‌ମେଣ୍ଟ ତଳେ ବେଆଇନ୍‌ ଭାବେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍‌ କରାଯାଇଛି। 

Delhi Police RAU'S IAS Coaching Center