Advertisment

ନିୟମ ଉଲ୍ଲଙ୍ଘନ କରି ବିଦେଶରୁ ୧.୫ କୋଟି ଟଙ୍କା ପାଇଛି ଅକ୍ସଫାମ ଇଣ୍ଡିଆ: ସିବିଆଇ

ଏହି ଏନଜିଓ ସଂସ୍ଥା ଭାରତରେ ପ୍ରଚଳିତ ନିୟମ ଉଲ୍ଲଙ୍ଘନ କରି ବିଦେଶରୁ ୧.୫ କୋଟି ଟଙ୍କାର ଚାନ୍ଦା ପାଇଥିବା ସିବିଆଇ କହିଛି। ଏବେ ସିବିଆଇ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Oxfam

Oxfam

Advertisment

ଅକ୍ସଫାମ ଇଣ୍ଡିଆର ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ଏନଜିଓ ସଂସ୍ଥା ଭାରତରେ ପ୍ରଚଳିତ ନିୟମ ଉଲ୍ଲଙ୍ଘନ କରି ବିଦେଶରୁ ୧.୫ କୋଟି ଟଙ୍କାର ଚାନ୍ଦା ପାଇଥିବା ସିବିଆଇ କହିଛି। ଏବେ ସିବିଆଇ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ସିବିଆଇ କହିଛି ଯେ ୨୦୧୩ରୁ ୨୦୧୬ ମଧ୍ୟରେ ଅକ୍ସଫାମ ଇଣ୍ଡିଆ ଫରେନ କଣ୍ଟ୍ରିବ୍ୟୁସନ (ରେଗୁଲେସନ) ଆଇନକୁ ଉଲ୍ଲଙ୍ଘନ କରି ୧.୫ କୋଟି ଟଙ୍କା ପାଇଥିଲା। ଅକ୍ସଫାମ ଇଣ୍ଡିଆ ତା’ର ବିଦେଶୀ ଅନୁବନ୍ଧିତ ସଂସ୍ଥା ଅକ୍ସଫାମ ଅଷ୍ଟ୍ରେଲିଆ, ଅକ୍ସଫାମ ଗ୍ରେଟ ବ୍ରିଟେନ ଦ୍ୱାରା ଅର୍ଥକୁ ହରନଚାଲ କରିଛି। ଭାରତରେ ଏନଜିଓ ସଂସ୍ଥାକୁ ଚିହ୍ନଟ ପାଇଁ ଟଙ୍କା ମିଳିଥିଲା। ଟଙ୍କା ଓ ପ୍ରକଳ୍ପ ଉପରେ ମଧ୍ୟ ସଂସ୍ଥା ନିୟନ୍ତ୍ରଣ ରଖିଥିଲା ବୋଲି ସିବିଆଇ କହିଛି।

ସିବିଆଇ ଆହୁରି କହିଛି ଯେ FCRAର ପୁନଃନବୀକରଣ ପାଇଁ ଅକ୍ସଫାମ ଇଣ୍ଡିଆ ପକ୍ଷରୁ ବିଦେଶୀ ସରକାର ଓ ସଂଗଠନ ଦ୍ୱାରା ଭାରତ ସରକାରଙ୍କ ଉପରେ ଚାପ ପକାଇବାକୁ ଯୋଜନା କରାଯାଇଥିଲା। ଏ ସମ୍ପର୍କରେ ହୋଇଥିବା ଇ-ମେଲ ଆଦାନ ପ୍ରଦାନକୁ ମଧ୍ୟ ତଦନ୍ତ ବେଳେ ଠାବ କରାଯାଇଛି ବୋଲି ସିବିଆଇ ଦାବି କରିଛି।

Advertisment

ବୁଧବାର ସିବିଆଇ FCRA ଉଲ୍ଲଙ୍ଘନ ଅଭିଯୋଗରେ ଅକ୍ସଫାମ ଇଣ୍ଡିଆ ଓ ଅନ୍ୟ କିଛି ସଂସ୍ଥା ବିରୋଧରେ ମାମଲା କରିଥିଲା। ଏଥିସହ ଦିଲ୍ଲୀ ଅଫିସରେ ରେଡ କରିଥିଲା। ସର୍ଚ୍ଚ ଅପରେସନ ବେଳେ ସିବିଆଇକୁ ଅକ୍ସଫାମ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଭିଯୋଗକ୍ରମେ ସିବିଆଇ ଏଫଆଇଆର ରୁଜୁ କରିଛି।

ପ୍ରଥମେ ଅକ୍ସଫାମ ଇଣ୍ଡିଆରେ ସିବିଡିଟି ପକ୍ଷରୁ ଆୟକର ସର୍ଭେ ହୋଇଥିଲା। ଏହି ସମୟରେ FCRAର ପୁନଃନବୀକରଣ ପାଇଁ ଭାରତ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସଂସ୍ଥା କେମିତି ଯୋଜନା କରୁଥିଲା, ସେ ସମ୍ପର୍କିତ ଇ-ମେଲ ମିଳିଥିଲା। ଏଥିସହ ବେଆଇନ ଭାବେ ସଂସ୍ଥା ୧.୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ପାଇଥିବା ଜଣାପଡ଼ିଥିଲା ବୋଲି ଏଫଆଇଆରରେ କୁହାଯାଇଛି।

ଅକ୍ସଫାମ ଇଣ୍ଡିଆ ହେଉଛି ବିଶ୍ୱସ୍ତରୀୟ ଏନଜିଓ ସଂସ୍ଥା ଅକ୍ସଫାମର ଗୋଟିଏ ଅଂଶ। ଏହି ସଂସ୍ଥା ଗରିବୀ, ଅସମାନତା, ଲିଙ୍ଗଗତ ନ୍ୟାୟ ଓ ଜଳବାୟୁ ପରିବର୍ତ୍ତନ ଉପରେ କାମ କରିଥାଏ। ସିବିଆଇ ସଂସ୍ଥା ବିରୋଧରେ ଏମିତି ସବୁ ଅଭିଯୋଗ ଆଣିଥିଲେ ହେଁ ଏହାକୁ ଅକ୍ସଫାମ ଇଣ୍ଡିଆ ଖଣ୍ଡନ କରିଛନ୍ତି। ଏଥିସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛି।

୨୦୨୧ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅକ୍ସଫାମ ଇଣ୍ଡିଆର FCRA ଲାଇସେନ୍ସକୁ ବାତିଲ କରିଥିଲା। ଫଳରେ ସଂସ୍ଥା ଆଉ ବିଦେଶ ପାଣ୍ଠି ଗ୍ରହଣ କରିପାରୁନି।

CBI Oxfam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe