Advertisment

ପ୍ରେମରେ କଣ୍ଟା! ପ୍ରେମୀ ଯୁଗଳଙ୍କୁ OYO ମନା

ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ରହିବାକୁ ମିଳିବ ଅନୁମତି। ହୋଟେଲ ବୁକିଂ କଂପାନୀ ଓୟୋ ସହଭାଗୀ ହୋଟେଲ ଗୁଡ଼ିକ ପାଇଁ ଚେକ୍ ଇନ୍ ନିୟମରେ ସଂଶୋଧନ କରିଛି।

author-image
Debadatta Aryashrestha
OYO changes check-in rule

OYO changes check-in rule

ନୂଆବର୍ଷରେ ନୂଆ ନିୟମ ଆଣିଲା ଓୟୋ। ଏଣିକି ଅବିବାହିତ ଯୋଡ଼ିଙ୍କୁ ଓୟୋ ମନା। ଓୟୋରେ କେବଳ ଆଇନ ସମ୍ମତ ଦମ୍ପତିଙ୍କୁ ରହିବାକୁ ମିଳିବ ଅନୁମତି। ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ଏପରି ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶର ମୀରଟରୁ କାର୍ଯ୍ୟକାରୀ ହେଉଥିବା ଏହି ନିୟମ ଦେଶର ସମସ୍ତ ସହରରେ ଖୁବଶୀଘ୍ର ଲାଗୁ ହେବ ବୋଲି ଜଣାପଡ଼ିଛି।

Advertisment

ହୋଟେଲ ବୁକିଂ କଂପାନୀ ଓୟୋ ସହଭାଗୀ ହୋଟେଲ ଗୁଡ଼ିକ ପାଇଁ ଚେକ୍ ଇନ୍ ନିୟମରେ ସଂଶୋଧନ କରିଛି। ଚଳିତ ବର୍ଷରୁ ଏହି ନୂଆ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବ। ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଅବିବାହିତ ଯୋଡ଼ି ଏବେ ଓୟୋରେ ଗୋଟିଏ ରୁମରେ ରହି ପାରିବେ ନାହିଁ। ଅର୍ଥାତ, ଯଦି କୌଣସି ଦମ୍ପତି ଓୟୋ ହୋଟେଲରେ ଏକ ରୁମ ବୁକ୍ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ସେମାନଙ୍କର ବିବାହର କିମ୍ବା ସମ୍ପର୍କର ପ୍ରମାଣପତ୍ର ଦେବାକୁ ପଡିବ। 

OYOର ଅପଡେଟ୍ ଗାଇଡଲାଇନରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଅନଲାଇନ୍ ବୁକିଂ କରୁଥିବା ସମସ୍ତ ଦମ୍ପତିଙ୍କୁ ବର୍ତ୍ତମାନ ଚେକ୍ ଇନ୍ ସମୟରେ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣ ପ୍ରସ୍ତୁତ କରିବାକୁ ପଡିବ। ରିପୋର୍ଟ ଅନୁସାରେ ଏହା ମଧ୍ୟ କୁହାଯାଇଛି ଯେ କମ୍ପାନୀ ମୀରଟରେ ଏହି ନିୟମ ଲାଗୁ କରିବା ପରେ ଏହାର ମତାମତ ଏବଂ କାର୍ଯ୍ୟକାରିତାକୁ ଆଧାର କରି ଏହାକୁ ଅନ୍ୟ ସହରକୁ ବିସ୍ତାର କରିବ।

Advertisment

ଖବର ଅନୁଯାୟୀ, ମୀରଟ ଓ ଅନ୍ୟ କିଛି ସହରର ସ୍ଥାନୀୟ ଲୋକ ତଥା ସାମାଜିକ ସଂଗଠନ କମ୍ପାନୀ ସହ ଯୋଗାଯୋଗ କରି ଅବିବାହିତ ଯୋଡ଼ିଙ୍କୁ ହୋଟେଲ ରୁମ ନଦେବା ପାଇଁ ଏକ ଆବେଦନ କରିଥିଲେ। ଏ ବାବଦରେ ମତାମତ ନେଇ କମ୍ପାନୀ ଏହାର ଗାଇଡଲାଇନରେ ଏହି ବଡ ପରିବର୍ତ୍ତନ କରିଛି। ଓୟୋ ୱେବସାଇଟରୁ ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀର ବ୍ୟବସାୟ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି। ଏହା ୩୦ରୁ ଅଧିକ ଦେଶରେ ହୋଟେଲ ଏବଂ ହୋମ ଷ୍ଟେ ସେବା ଯୋଗାଇଥାଏ ଏବଂ ଏହାର ନେଟୱାର୍କରେ ୧.୫୦ ଲକ୍ଷରୁ ଅଧିକ ହୋଟେଲ ଅଛି।

Under Age Love Lover Birds OYO Oyo New Rule