Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କଲେ OYO ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ

ସେ ଓ ତାଙ୍କ ଭାବୀ ପତ୍ନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଗୋଟିଏ ଫଟୋରେ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଓଡ଼ିଶାରେ ଜନ୍ମିତ ତଥା ହୋଟେଲ ଚେନ୍‌ OYOର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ବାହା ହେବାକୁ ଯାଉଛନ୍ତି। ଏଥିପାଇଁ ସେ ତାଙ୍କ ମା’ ଓ ଭାବୀ ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ବାହାଘରକୁ ନିମନ୍ତ୍ରଣ କରିଛନ୍ତି। ୨୯ ବର୍ଷୀୟ ଏହି ଯୁବ ଉଦ୍ୟୋଗୀ ଜଣଙ୍କ ଚଳିତ ବର୍ଷ ମାର୍ଚ୍ଚ ମାସରେ ବାହା ହେବେ।

Advertisment

ରିତେଶ ତାଙ୍କ ଇନଷ୍ଟାଗ୍ରାମରେ ମୋଦିଙ୍କ ସହ ଭେଟଘାଟ ବେଳର ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କ ମା’ ଓ ଭାବୀ ପତ୍ନୀ ରହିଛନ୍ତି। ସେ ଓ ତାଙ୍କ ଭାବୀ ପତ୍ନୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଗୋଟିଏ ଫଟୋରେ ଦେଖିବାକୁ ମିଳିଛି। ସେହିପରି ରିତେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ କାନ୍ଧରେ ଗୋଟିଏ ସାୱଲ ପକାଉଥିବା ଫଟୋ ସାମ୍ନାକୁ ଆସିଛି।

ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ସହ ଆମେ ନୂଆ ଆରମ୍ଭ କରିବାକୁ ଯାଉଛୁ। ସେ ଯେଉଁଭଳି ଭାବେ ଆଗକୁ ସ୍ୱାଗତ କଲେ ସେକଥାକୁ ମୁଁ ଶବ୍ଦରେ ବୟାନ କରିପାରିବି ନାହିଁ। ମହିଳା ସଶକ୍ତୀକରଣ ପାଇଁ ସବୁବେଳେ ପ୍ରେରଣା ଦେଉଥିବା ମୋ ମା’ ଓ ଏକ୍ସପ୍ରେସ(ଉତ୍ତର) ପ୍ରଦେଶର ଗୀତା ତାଙ୍କୁ ଭେଟି ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ଆପଣଙ୍କ ମୂଲ୍ୟବାନ ସମୟ ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ। ରାୟଗଡ଼ା, ଗିର, ଲଦାଖ, ରାମେଶ୍ୱରମ, ମେଘାଳୟ ଠାରୁ ଆରମ୍ଭ କରି ଭାରତର ପ୍ରତିଟି କୋଣରେ ପର୍ଯ୍ୟଟନ ଓ ଉଦ୍ୟୋଗ ଶିଳ୍ପୀର ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ।”

Advertisment

ରିତେଶ ମାର୍ଚ୍ଚରେ ଗୀତାଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ଦିଲ୍ଲୀର ଗୋଟିଏ ପଞ୍ଚ ତାରକା ହୋଟେଲରେ ଭୋଜି ଦେବେ। ଦେଶର ଯୁବ କୋଟିପତି ରିତେଶ ମାତ୍ର ୧୯ ବର୍ଷ ବୟସରେ OYO ପ୍ରତିଷ୍ଠା କରିଥିଲେ। ୨୦୧୩ରେ ଏହି ହୋଟେଲ ଚେନ ପ୍ରତିଷ୍ଠା ହୋଇଥିଲା। OYO ବିଭିନ୍ନ ହୋଟେଲ ସହ ସହଭାଗିତା କରି ଗ୍ରାହକଙ୍କ ପାଖରେ ସେବା ପହଞ୍ଚାଇ ଥାଏ। ଶସ୍ତାରେ ଭଲ ହୋଟେଲ ରୁମ ଯୋଗାଇବାରେ କମ୍ପାନୀ ସହଯୋଗ କରେ। OYO ବର୍ତ୍ତମାନ ୮୦ଟି ଦେଶର ୮୦୦ଟି ସହରରେ କାମ କରୁଛି।

ନିକଟରେ ରିତେଶ ଦେଇଥିବା ଗୋଟିଏ ସାକ୍ଷାତକାରରେ କହିଥିଲେ ଯେ “ମୁଁ ବଡ଼ ସ୍ୱପ୍ନ ଦେଖଥିବା ଗୋଟିଏ ଛୋଟିଆ ସହରର ପିଲା। ଓଡ଼ିଶାର ରାୟଗଡ଼ାରେ ଥିବା ଗୋଟିଏ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ ହୋଇଥିଲା। କିନ୍ତୁ ମୁଁ ସବୁବେଳେ ବଡ଼ ଉଦ୍ୟୋଗ ଶିଳ୍ପ ଗଢ଼ିବାକୁ ଲକ୍ଷ୍ୟ ରଖିଥିଲି।”

OYO PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe