Advertisment

ଓୟୋ ରୁମ୍ସର ପ୍ରତିଷ୍ଠାତାଙ୍କ ବାପା ୨୦ମହଲାରୁ ଖସି ମୃତ୍ୟୁ

ରିତେଶ ଅଗ୍ରୱାଲଙ୍କ ବିବାହର କିଛି ଦିନ ପରେ ଏହି ଘଟଣା ଘଟିଛି।

author-image
Tapas Behera
Oyo founder

Oyo founder

ଓୟୋ ରୁମ୍ସର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲ ଗୁରୁଗ୍ରାମର ୨୦ମହଲାରୁ ଖସିପଡି ଆଜି ମୃତ୍ୟୁ ବରଣ କରିଛନ୍ତି। ରିତେଶ ଅଗ୍ରୱାଲଙ୍କ ବିବାହର କିଛି ଦିନ ପରେ ଏହି ଘଟଣା ଘଟିଛି। ଆଜି ଦିନ ପ୍ରାୟ ୧ଟା ସମୟରେ ପୁଲିସ ଡିଏଲଏଫ ସୁରକ୍ଷା ଟିମ୍‌ ପକ୍ଷରୁ ସୂଚନା ପାଇଥିଲା ଯେ, ଗୁରୁଗ୍ରାମର ସେକ୍ଟର ୫୪ ସ୍ଥିତ ଡିଏଲଏଫର ଦି କ୍ରେଷ୍ଟ ସୋସାଇଟିର ୨୦ ମହଲାରୁ ଜଣେ ବ୍ୟକ୍ତି ଖସି ପଡିଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ପାରସ ହସ୍ପିଟାଲକୁ ନିଆଯାଇ ଥିଳା । ପରେ ବ୍ୟକ୍ତି ଜଣକ ଓୟୋ ରୁମର ପ୍ରତିଷ୍ଠାତାଙ୍କ ପିତା ବୋଲି ଜଣାପଡ଼ିଥିଲା।

Advertisment

ନିଜ ବାପାଙ୍କ ମୃତ୍ୟୁ ସଂପର୍କରେ ରିତେଶ ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପିତା, ଯିଏକି ତାଙ୍କ ପ୍ରଥପ୍ରଦର୍ଶକ ଥିଲେ, ମାର୍ଚ୍ଚ ୧୦ ତାରିଖରେ ମୃତ୍ୟୁବରଣ କରିଛନ୍ତି । ସେ ଏକ ସଂପୂର୍ଣ୍ଣ ଜୀବନ ବଞ୍ଚିଥିଲେ ଓ ସମସ୍ତଙ୍କୁ ଅନୁପ୍ରାଣିତ କରିଥିଲେ । ତାଙ୍କର ମୃତ୍ୟୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଏହି ଦୁଃଖର ଘଡ଼ିରେ ସମସ୍ତେ ତାଙ୍କ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ସେ କହିଛନ୍ତି । ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟରୁ ଖସି ତାଙ୍କ ପିତା ରମେଶ ଅଗ୍ରୱାଲଙ୍କର ମୃତ୍ୟୁ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ଏହି ଆପାର୍ଟମେଣ୍ଟରେ ରମେଶ ଅଗ୍ରୱାଲ ନିଜ ପତ୍ନୀ (ରିତେଶଙ୍କ ମା’)ଙ୍କ ସହ ରହୁଥିଲେ । ତେବେ ରିତେଶ ଏହି ଆପାର୍ଟମେଣ୍ଟରେ ରୁହନ୍ତି ନାହିଁ। କିଛିଦିନ ତଳେ ରିତେଶଙ୍କ ବିବାହ ଗୀତାଂଶା ସୁଦଙ୍କ ସହ ହୋଇଥିଲା । ବିବାହ ପରେ ସେ ଦିଲ୍ଲୀରେ ଏକ ହାଇପ୍ରୋଫାଇଲ ଭୋଜି ଦେଇଥିଲେ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସଫ୍ଟବ୍ୟାଙ୍କ ସିଇଓ ମାସାୟୋସି ସୋନ ଯୋଗ ଦେଇଥିଲେ ।

Advertisment
India