Advertisment

ଓଡ଼ିଶାରୁ ଗୋପୀନାଥ ସ୍ୱାଇଁ ଓ ଭାଗବତ ପ୍ରଧାନଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ଖୁସି ବ୍ୟକ୍ତ କରିଛନ୍ତି ଗୋପୀନାଥ ସ୍ୱାଇଁ। ତାଙ୍କ ନାତି ଅମୀତ ସ୍ୱାଇଁ କହିଛନ୍ତି, ଆଜି ଅପରାହ୍ନ ୪ ଟାରେ ଖବର ପାଇଥିଲି। ଏ ସମ୍ପର୍କରେ ଜେଜେଙ୍କୁ କହିଥିଲି।

Padma Awards

Padma Awards

Advertisment

୨୦୨୪ ମସିହା ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି। ପଦ୍ମଶ୍ରୀ ଲାଗି ମନୋନୀତ ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ଅଛନ୍ତି। ଗଞ୍ଜାମ ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର। ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ହେଉଛନ୍ତି ଗୋପୀନାଥ ସ୍ୱାଇଁ। ସେହିପରି ବରଗଡ଼ର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ।

Advertisment

ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ଖୁସି ବ୍ୟକ୍ତ କରିଛନ୍ତି ଗୋପୀନାଥ ସ୍ୱାଇଁ। ତାଙ୍କ ନାତି ଅମୀତ ସ୍ୱାଇଁ କହିଛନ୍ତି, ଆଜି ଅପରାହ୍ନ ୪ ଟାରେ ଖବର ପାଇଥିଲି। ଏ ସମ୍ପର୍କରେ ଜେଜେଙ୍କୁ କହିଥିଲି। ଏକଥା ଶୁଣିବା ପରେ ଜେଜେ ବହୁତ ଖୁସି ହୋଇଥିଲେ। ମୋ ଜେଜେଙ୍କୁ ଯେତେବେଳେ ୬ରୁ ୭ ବର୍ଷ ହୋଇଥିଲା, ସେତେବେଳୁ ସେ ସଙ୍ଗୀନ ସାଧନା ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ସେହି ସାଧନା ଜାରୀ ରଖିଛନ୍ତି। ପ୍ରତିଦିନ ଜୀବନ ଚର୍ଯ୍ୟାକୁ ଦେଖିଲେ, ଜେଜେଙ୍କ ବୟସ ୧୦୬ ବର୍ଷ। ଏବେବି ସେ ଚଞ୍ଚଳ। ପ୍ରତ୍ୟେକ ରାତି ୩ଟାରୁ ଉଠନ୍ତି। ଠାକୁର ପୂଜା କରନ୍ତି ଓ ମନ୍ଦିର ଯାଆନ୍ତି ବୋଲି ଅମୀତ କହିଛନ୍ତି।

ଚଳିତବର୍ଷ ୩୪ ଜଣ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି।

Advertisment

Ganjam BARAGADA Padma Award
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe