Advertisment

Padma Awards: ଘୋଷଣା ହେଲେ ପଦ୍ମ ପୁରସ୍କାର; ଧର୍ମେନ୍ଦ୍ରଙ୍କୁ ପଦ୍ମ ବିଭୂଷଣ, ରୋହିତଙ୍କୁ ପଦ୍ମଶ୍ରୀ; ତାଲିକାରେ ଓଡ଼ିଶାର ୪ ଜଣ

ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଥିବା ୧୧୩ ଜଣଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ରୋହିତ ଶର୍ମା। ତାଙ୍କ ସହିତ ମହିଳା ହକି ଖେଳାଳି ସବିତା ପୁନିଆ ଓ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଅଧିନାୟିକା ହରମନପ୍ରୀତ କୌର ଭୁଲ୍ଳାର ମଧ୍ୟ ପାଇବେ ପଦ୍ମଶ୍ରୀ ପୁରସ୍କାର।

Dharmendra
Advertisment

୨୦୨୬ ମସିହା ପାଇଁ ରବିବାର ଘୋଷଣା କରାଯାଇଛି ପଦ୍ମ ପୁରସ୍କାର। ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବା ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ଜାରି କରାଯାଇଛି। 

Advertisment

କଳା କ୍ଷେତ୍ରରେ ଅବଦାନ ପାଇଁ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ। କେରଳର ୩ ଜଣଙ୍କୁ ପ୍ରଦାନ କରାଯିବ ପଦ୍ମ ବିଭୂଷଣ ପୁରସ୍କାର। ସେମାନେ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଭି ଏସ୍ ଅଚ୍ୟୁତାନନ୍ଦନ, କେ.ଟି ଥୋମାସ ଓ ପି ନାରାୟଣନ। ଭି ଏସ୍ ଅଚ୍ୟୁତାନନ୍ଦନଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ।  କେ.ଟି ଥୋମାସଙ୍କୁ ପବ୍ଲିକ୍ ଆଫାୟର୍ସ କ୍ଷେତ୍ର ପାଇଁ ଏବଂ ପି ନାରାୟଣନଙ୍କୁ ଶିକ୍ଷା ଓ ସାହିତ୍ୟ କ୍ଷେତ୍ର ପାଇଁ ମିଳିବ ପଦ୍ମ ବିଭୂଷଣ ପୁରସ୍କାର। ସେହିପରି କଳା କ୍ଷେତ୍ରରେ ଅବଦାନ ପାଇଁ ଉତ୍ତର ପ୍ରଦେଶର ଏନ୍ ରାଜମଙ୍କୁ କଳା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାଦ କରାଯିବ।

୧୩ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଗାୟିକା ଅଲକା ୟାଗ୍ନିକ, ଅଭିନେତା ମାମ୍ମୁଟ୍ଟୀ, ପୀୟୁଷ ପାଣ୍ଡେ (ମରଣୋତ୍ତର), ଭି କେ ମାଲହୋତ୍ରା (ମରଣୋତ୍ତର), ଟେନିସ୍ ଖେଳାଳି ବିଜୟ ଅମୃତରାଜ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶିବୁ ସୋରେନ (ମରଣୋତ୍ତର) । ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ଅବଦାନ ପାଇଁ ଉଦୟ କୋଟାକଙ୍କୁ ମଧ୍ୟ ପ୍ରଦାନ କରାଯିବ ପଦ୍ମ ଭୂଷଣ ପୁରସ୍କାର। 

Advertisment

ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଥିବା ୧୧୩ ଜଣଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ରୋହିତ ଶର୍ମା। ତାଙ୍କ ସହିତ ମହିଳା ହକି ଖେଳାଳି ସବିତା ପୁନିଆ ଓ ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଅଧିନାୟିକା ହରମନପ୍ରୀତ କୌର ଭୁଲ୍ଳାର ମଧ୍ୟ ପାଇବେ ପଦ୍ମଶ୍ରୀ ପୁରସ୍କାର। ବଲିଉଡ୍ ଅଭିନେତା ସତୀଶ ଶାହଙ୍କୁ ମଧ୍ୟ ପ୍ରଦାନ କରାଯିବ ପଦ୍ମଶ୍ରୀ ପୁରସ୍କାର। ତାଙ୍କୁ ମରଣୋତ୍ତର ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। 

ସେହିପରି ଓଡ଼ିଶାରୁ ୪ ଜଣଙ୍କ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ଚରଣ ହେମ୍ୱ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର। ଚରଣ ହେମ୍ୱ୍ରମ ଓ ମହେନ୍ଦ୍ର କୁମାର ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ଦିଆଯିବ। ସେହିପରି ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ କଳା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe